Odisha news

୫ଟି ବିଦ୍ୟାଳୟ ପାଇଁ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ଦାବି

0

କୋଣାର୍କ – କୋଣାର୍କ ଥାନା ଅଧିନସ୍ଥ କାଦୁଆନୂଆଗାଁ ଗ୍ରାମପଞ୍ଚାୟତର ଧନୀତ୍ରି ଗ୍ରାମରେ ଥିବା ୫ଟି ଅନୁମୋଦିତ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାଦାନ ନିମନ୍ତେ ଆବଶ୍ୟକ ଶ୍ରେଣୀ ଗୃହ ନ ଥିବାରୁ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଧନିତ୍ରୀ ଗ୍ରାମବାସୀ, ବିଦ୍ୟାଳୟ ଛାତ୍ର ଅଭିଭାବକ, ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକ ମାନଙ୍କ ପକ୍ଷରୁ ସାମାଜିକ କର୍ମୀ ତଥା ସାମ୍ବାଦିକ ଭାଗୀରଥୀ ସ୍ଵାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ୫ଟିସଚିବ ଓ ପୁରୀ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି। ଖବରରୁ ପ୍ରକାଶ ଯେ ୨୦୦୮ମସିହାରେ କାଦୁଆନୂଆଗାଁ ଗ୍ରାମପଞ୍ଚାୟତର ଧନୀତ୍ରି ଗ୍ରାମ ଠାରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଉଚ୍ଚଶିକ୍ଷା ନିମନ୍ତେ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଖୋଲାଯାଇଛି। ଚଳିତବର୍ଷ ଶିକ୍ଷାର ଗୁଣାତ୍ମକ ମାନବୃଦ୍ଧି ଓ ଛାତ୍ରଛାତ୍ରୀମାନଙ୍କ ନୈତିକ ଓ ଶୈକ୍ଷିକମାନ ବୃଦ୍ଧି ନିମନ୍ତେ ଧନିତ୍ରୀ ସ୍ଥିତ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟକୁ ୫ଟି ବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯାଇଛି। ମାତ୍ର ଆବଶ୍ୟକ ମୁତାବକ ଶ୍ରେଣୀଗୃହ ଅଭାବରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି।

ଏହି ଉଚ୍ଚ ବିଦ୍ୟାଳୟରେ ଥିବା ଶ୍ରେଣୀଗୃହରୁ ଇଲାଇବ୍ରେରୀ, ବିଜ୍ଞାନ ପରୀକ୍ଷାଗାର ସହ ଡିଟିଟାଲ କ୍ଲାସ ଭାବେ ବ୍ୟବହାର କରାଯାଇଥିବାରୁ ପ୍ରଥମଶ୍ରେଣୀ ଠାରୁ ଦଶମଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଶ୍ରେଣୀଗୃହର ଆବଶ୍ୟକତା ରହିଛି। ଏହି ବିଦ୍ୟାଳୟରେ ୫ଟି ଅନ୍ତର୍ଗତ ଫେବରବ୍ଲକ କାର୍ଯ୍ୟ, ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ, ବ୍ଯାଡମିଣ୍ଟନ ଓ ଫୁଟବଲ କୋଟ ନିର୍ମାଣ ସହ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସାଇକେଲ ଷ୍ଟାଣ୍ଡ ନିର୍ମାଣ ସହ ବିଦ୍ଯାଳୟ ପ୍ରାଚୀର କାର୍ଯ୍ୟର ନବୀକରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସାମାଜିକ କର୍ମୀ ତଥା ସାମ୍ବାଦିକ ଭାଗୀରଥୀ ମାନ୍ୟବର ମୁଖ୍ୟମନ୍ତ୍ରୀ, ୫ଟିସଚିବ ଓ ପୁରୀ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି। ଏହି ବିଦ୍ୟାଳୟରେ ଶିକ୍ଷାର ଗୁଣାତ୍ମକ ମାନବୃଦ୍ଧି ପାଇଁ ଖୁବଶୀଘ୍ର ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଅର୍ଥ ମଂଜୁର କରି କାକଟପୁର ବ୍ଲକ ପ୍ରଶାସନ ମାଧ୍ୟମରେ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଧନିତ୍ରୀ ଗ୍ରାମବାସୀ, ଛାତ୍ର ଅଭିଭାବକ ଓ ବୁଦ୍ଧିଜୀବୀ ମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ, ୫ଟିସଚିବ, ପୁରୀ ଜିଲ୍ଲାପାଳ ଓ କାକଟପୁର ବ୍ଲକ ବିଡିଓ ମହୋଦୟଙ୍କୁ ନିବେଦନ କରାଯାଇଛି।

Nalco
Leave A Reply