Odisha news

ଧାମନଗରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଓ ସାଧାରଣ ସଭା : ଉପନିର୍ବାଚନ ଜିତିବା ପାଇଁ ରଣହୁଂକାର

0

ଧାମନଗର, ତା୧୨ା୧୦ : ଧାମନଗର ଏନଏସିରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉପନିର୍ବାଚନ ପାଇଁ ବିଜେଡିର ଏହା ଶକ୍ତି ପ୍ରଦର୍ଶନ ହୋଇଥିବାବେଳେ ଦଳୀୟ କର୍ମୀମାନଙ୍କୁ ଚଳଚଂଚଳ ରଖିବାପାଇଁ ଦଳ ସବୁପ୍ରକାର ବ୍ୟବସ୍ଥା କରୁଥିବା ଦେଖିବାକୁ ମିଳୁଛି । ଆଜି ଧାମନଗର ସହର ବିଜେଡି ତରଫରୁ ଏକ ବିଶାଳ ଶୋଭାଯାତ୍ରା ଦଖିଣବାଡ ହନୁମାନ ଛକ ଠାରୁ ବାହାରି ବିଜୁପଟ୍ଟନାୟକ ମିନି ଷ୍ଟାଡିୟମ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ଧାମନଗର ସହର ବିଜେଡି ସଭାପତି ସୁଶାନ୍ତ କୁମାର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଧାରଣ ସଭାରେ ରାଜ୍ୟ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଅଶୋକ କୁମାର ପଣ୍ଡା , ପୁର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର , ପ୍ରଫୁଲ୍ଲ କୁମାର ସାମଲ, ବିଧାୟକ ପ୍ରଣବ ବଳବନ୍ତ ରାୟ , ସଂଜୀବ କୁମାର ମଲ୍ଲିକ, ଭଦ୍ରକ ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା , ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ, ପୁର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ , ବିଜେଡି ଜିଲ୍ଲା ସଭାପତି ଜଗନ୍ନାଥ ସାଇଁ , ବିଜେଡି ଧାମନଗର ବ୍ଳକ ପର୍ଯ୍ୟବେକ୍ଷକ ସରୋଜ କୁମାର ମହାପାତ୍ର , ଯାଜପୁର ପୂର୍ବତନ ପୌରାଧ୍ୟକ୍ଷ ଭବପ୍ରସାଦ ଦାସ , ଧାମନଗର ପଂଚାୟତ ସମିତିର ପୁର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ଧାମନଗର ଏନଏସି ଅଧ୍ୟକ୍ଷା ନିବେଦିତା ଜେନା ପ୍ରମୁଖ ବହୁ ଛାମୁଆ ନେତା ଯୋଗଦେଇ ରାଜ୍ୟର ବିଜେଡି ସରକାରର ସଫଳତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଆସନ୍ତା ନଭେମ୍ବର ୩ ତାରିଖରେ ହେଉଥିବା ଧାମନଗର ଉପ-ନିର୍ବାଚନରେ ବିଜେଡି ବୃହତ ବିଜୟ କିପରି ହାସଲ କରିବ ସେ ନେଇ ସଭାରେ ଆହ୍ୱାନ ଦିଆଯାଇଥିଲା ।

Nalco
Leave A Reply