କୋଣାର୍କ:- ୨୪/୫ କୋଭିଡ ମହାମାରୀ ରେ ପ୍ରାଣ ହରାଇଥିବା କୋଣାର୍କ ର କରୋନା ଜ୍ୟୋଧ୍ୟା ଯୁବ ସାମ୍ବାଦିକ ସଂଗ୍ରାମ କେଶରୀ ମହାପାତ୍ର ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଗତ ସୋମବାର ସନ୍ଧ୍ୟାରେ କୋଣାର୍କ ଚମ୍ପାହର ସ୍ଥିତ *ପ୍ରିୟଦର୍ଶିନୀ ଇକୋ ରିସର୍ଟ* ଠାରେ ପାଳନ କରାଯାଇଛି।ଏହି ଅବସରରେ ପ୍ରଥମେ ପ୍ରିୟଦର୍ଶୀନି ଇକୋ ରିସର୍ଟ ପରିସରରେ ପଣ୍ଡିତ ଙ୍କ ଦ୍ଵାରା ଗୀତା ପଠନ କରାଯାଇଥିଲା,ପରେ କୋଣାର୍କ ସ୍ଥିତ ୩ ନମ୍ବର ୱାର୍ଡ ର ମହିଳା ସଂକୀର୍ତ୍ତନ ମଣ୍ଡଳୀ ଙ୍କ ଦ୍ଵାରା ହରିନାମ ସଂକୀର୍ତ୍ତନ କରାଯାଇଥିଲା।ପରେ ରାମଚଣ୍ଡୀ ରୁ ଆସିଥିବା ଅନ୍ୟ ଏକ ସଂକୀର୍ତ୍ତନ ମଣ୍ଡଳୀ ଗୃପ ଙ୍କ ଦ୍ଵାରା ନାମ ସଂକୀର୍ତ୍ତନ ପରେ ଦିବଙ୍ଗତ ସାମ୍ବାଦିକ ସଂଗ୍ରାମ ଙ୍କ ସ୍ମୃତି ରେ ଏକ ସଭା ର ଆୟୋଜନ କରାଯାଇଥିଲା।ଏହି ସଭାରେ ଅତିଥି ଭାବେ ଯୋଗ ଦେଇଥିଲେ ଉତ୍କଳ ସାମ୍ବାଦିକ ସଂଘ ର ରାଜ୍ୟ ସଭାପତି ବିଭୁତି ଭୁଷଣ କର ଏବଂ ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାୟକ।ପରେ ସଂଗ୍ରାମ ଙ୍କ ଅକାଳ ବିୟୋଗ ରେ ୨ ମିନିଟ ନିରବ ପ୍ରାର୍ଥନା ପରେ ସଂଗ୍ରାମ ଙ୍କ ସ୍ମୃତି ରେ ଶିକ୍ଷାବିତ ପ୍ରତାପ କୁମାର ରାଉତ ଙ୍କ ସମ୍ପାଦନା ରେ ପ୍ରକାଶିତ ପତ୍ରିକା “ଅମ୍ଳାନ କୁ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ କରାଯାଇଥିଲା।ପରେ କଣ୍ଠଶିଳ୍ପୀ ଜୟଦେବ ମିଶ୍ର ଏବଂ ଗୃପ ଦ୍ୱାରା ଦୀର୍ଘ ସମୟ ଧରି ଏକ ଭଜନ ପରିବେଷଣ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା।ସଂଗ୍ରାମ ଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ସ୍ଥାନୀୟ ବିଧାୟକ ତଥା କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା,ଏସଡିପିଓ ଦେବାଶିଷ ମିଶ୍ର, କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ, ଗୋପ ଥାନା ଅଧିକାରୀ କାଳନ୍ଦୀ ଚରଣ ବେହେରା ଙ୍କ ସହ ଅନେକ ରାଜନେତା, ସମାଜସେବୀ, ପୁରୀ ଜିଲ୍ଲା ର ସମସ୍ତ ବ୍ଲକ ର ସମସ୍ତ କ୍ଲବ ର ସାମ୍ବାଦିକ ମାନେ ଯୋଗ ଦେଇଥିଲେ