ନିରାକାରପୁର, ୨୪/୫: ଜଂକିଆ ଥାନା ଅନ୍ତର୍ଗତ ମଳିପଡା ଠାରେ ପ୍ରତିଷ୍ଠିତ ମୋହନଲାଲ ବାଳିକା ଉଚ୍ଚ ବିଦ୍ୟାଳୟ କୁ ସରକାରୀ ମାନ୍ୟତା ପ୍ରଦାନ କରିଛନ୍ତି ସରକାର।ମୋହନଲାଲ ବାଳିକା ଉଚ୍ଚ ବିଦ୍ୟାଳୟ ଟି ୨୦୦୮ମସିହାରେ ପ୍ରତିଷ୍ଠା ଲାଭ କରି ବହୁ ଝଡଝଜାଂ ମଧ୍ୟରେ ଆଜି ପର୍ଯ୍ୟନ୍ତ ଚାଲି ଆସୁଥିବାବେଳେ ବିଦ୍ୟାଳୟକୁ ସରକାରଙ୍କ ପକ୍ଷରୁ ସରକାରୀ ମାନ୍ୟତା ମିଳିଛି।ଉକ୍ତ ବିଦ୍ୟାଳୟ କୁ ସରକାରୀ ମାନ୍ୟତା ମିଳିଥିବା ରୁ ବିଦ୍ୟାଳୟରେ ପାଠପଢୁଥିବା ଛାତ୍ରଛାତ୍ରୀ,ପିଲାମାନଙ୍କ ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମନରେ ଖୁସିର ଲହରି ଖେଳି ଯାଇଛି।ଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶଙ୍କୁ ସ୍ଥାନୀୟ ମଳିପଡା ଅଂଚଳର ଲୋକମାନେ କୃତଜ୍ଞତା ଜଣାଇଛନ୍ତି।