Odisha news

ନାଏବ ସରପଞ୍ଚଙ୍କୁ ନ୍ୟାୟ ଦାବିରେ ଗ୍ରାମବାସୀଙ୍କ ତିର୍ତ୍ତୋଲ ଥାନା ଆଗରେ ଧାରଣା

0

ଜଗତସିଂହପୁର୨୪/୦୫ : ନାଏବ ସରପଞ୍ଚଙ୍କ ପରିବାର ଉପରେ ଆକ୍ରମଣ।ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ତିର୍ତ୍ତୋଲ ଥାନା ଅନ୍ତର୍ଗତ ପୋତାନଇ ଗ୍ରାମପଞ୍ଚାୟତର ନାଏବ ସରପଞ୍ଚ ରୋଜାଲିନ ବିଶ୍ୱାଳଙ୍କ ଘରେ ପଶି ଆକ୍ରମଣ କରାଯାଇଛି।ନାଏବ ସରପଞ୍ଚଙ୍କ ରେପୁର ଗାଁ ଘରେ ପଶି ଚାରିଜଣ ଯୁବକ ନାଏବ ସରପଞ୍ଚଙ୍କ ସମେତ ତାଙ୍କ ପରିବାର ଉପରେ ଗତ ମଇ ୧୧ ତାରିଖରେ ଆକ୍ରମଣ କରିଥିଲେ।ସେହି ଦିନ  ନିକଟ ପାଟଣା ଗ୍ରାମର ସଞ୍ଜୟ ସ୍ୱାଇଁ ଓ ଅନ୍ୟ ଚାରିଜଣ ମଦ୍ୟପ ଯୁବକ ନାଏବ ସରପଞ୍ଚଙ୍କ ଘରେ ପଶି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଟଣାଓଟରା କରି ମାଡ ମାରିଥିଲେ।ଏ ସମ୍ପର୍କରେ ୧୧ତାରିଖରେ ନାଏବ ସରପଞ୍ଚ ତିର୍ତ୍ତୋଲ ଥାନାରେ ଏତଲା ଦେଇଥିଲେ।ଘଟଣାକୁ ୧୩ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କ ବିରୁଦ୍ଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ।ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ପୋଲିସ ଓଲଟା ନାଏବ ସରପଞ୍ଚଙ୍କ ଘରେ ପହଞ୍ଚି ଧମକଚମକ ଦେଇ ଥାନାରୁ କେଶ  ଉଠାଇନେବାର ଧମକ ଦେଉଛନ୍ତି ବୋଲି ନାଏବ ସରପଞ୍ଚ ରୋଜାଲିନ ବିଶ୍ୱାଳ ଓ ତାଙ୍କ ମାଆ ସତ୍ୟଭାମା ବିଶ୍ୱାଳ ଅଭିଯୋଗ କରିଛନ୍ତି  ।ପରେ ପରେ ଅଭିଯୁକ୍ତମାନେ ପୁର୍ନବାର ଆଜି ନାଏବ ସରପଞ୍ଚଙ୍କୁ ଧମକ ଦେଇଥିଲେ।ଏହି ଘଟଣାକୁ ନେଇ ରେପୁର ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା।ଘଟଣାକୁ ପ୍ରତିବାଦ କରି ରେପୁର ଗ୍ରାମର ଶତାଧିକ ଲୋକ ତିର୍ତ୍ତୋଲ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିରହିଛନ୍ତି।ପିଡିତା ନାଏବ ସରପଞ୍ଚ ରୋଜାଲୀନ ବିଶ୍ୱାଳ ନିଜର ଛଅମାସର ସନ୍ତାନ ସହ ଗ୍ରାମବାସୀଙ୍କ ଗହଣରେ ତିର୍ତ୍ତୋଲ ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି।ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଗ୍ରାମର ମୂରବୀ ନଳିନୀକାନ୍ତ ବିଶ୍ୱାଳ କହିଛନ୍ତି।ଅପରପକ୍ଷରେ ଏସମ୍ପର୍କରେ ପୋଲିସ କୌଣସି ପ୍ରତିକ୍ରିୟା ପ୍ରକାଶ କରୁନାହିଁ।

Nalco
Leave A Reply