Odisha news

କୋଣାର୍କ ଏନଏସି ବିଜେଡି ନବନିର୍ବାଚିତ ଅଧକ୍ଷା ଓ କାଉନସିଲର ଙ୍କୁ ଭୋଜି ରେ ଆପାୟତ କଲେ ରମୁପାତ୍ର

0

କୋଣାର୍କ:୩୧/୩ ଚଳିତ ପୌରନିର୍ବାଚନ ରେ କୋଣାର୍କ ଏନ ଏ ସି ରେ ବିଜେଡି ଦଳର ବାଜିମାତ କୁ ନେଇ ବିଜେଡି ଦଳମଧ୍ୟରେ ଖୁସିର ଲହର ଖେଳିଯାଇଥିବା ଦେଖାଯାଈଛି। ଗତ ବୁଧବାର କୋଣାର୍କ ଏନ ଏ ସି ରେ ଅଧକ୍ଷା ଭାବେ ସଂଯୁକ୍ତା ତ୍ରିପାଠୀ ଙ୍କ ଦାୟିତ୍ୱ ଗ୍ରହଣ ପରେ ବୁଧବାର ସନ୍ଧ୍ୟାରେ କୋଣାର୍କ ଏନ ଏ ସି ବିଜୁ ଜନତା ଦଳ ର ସମସ୍ତ ନବ ନିର୍ବାଚିତ କାଉନସିଲର ଏବଂ ଅଧକ୍ଷା ଙ୍କୁ ନେଇ ରମୁପାତ୍ର ନିଜ ବାସଭବନରେ ଏକ ବିଶାଳ ଭୋଜି ର ଅୟୋଜନ କରିଥିଲେ।ମନ୍ତ୍ରୀ ତୁଷାର କାନ୍ତି ବେହେରା,କୋଣାର୍କ ନଗର ବିଜେଡି ର ସଭାପତି ଗୋପାଳ ଚନ୍ଦ୍ର ବେହେରା, ପୁରୀ ଜିଲ୍ଲା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ,ଯୁବ ନେତା ଶତୃଜିତ ନାୟକ,ଶରତ କୁମାର ସାହୁ, ଙ୍କ ସହ ପୁରୀ ଜିଲ୍ଲା ବିଜୁ ଜନତା ଦଳର ସମ୍ପାଦକ ରାଜ କିଶୋର ମହାପାତ୍ର ,ପୂର୍ବତନ ଜିଲ୍ଲାପରିସଦ ଜ୍ୟୋତି ରଞ୍ଜନ ନାୟକ,୨ନଂ ୱାର୍ଡ ର ବରିଷ୍ଠ ବିଜେଡି ନେତା ବିଜୟକୁମାର ଭୋଳ ପ୍ରମୁଖ ଅତିଥି ଭାବେ ଉକ୍ତ ଭୋଜି ରେ ଯୋଗ ଦେଇଥିଲେ।କୋଣାର୍କ ଏନ ଏ ସି ରେ ରମୁପାତ୍ର ଙ୍କ ଶେଷ ମୁହୂର୍ତ୍ତରେ ବିଚିକ୍ଷଣ  ନିର୍ବାଚନ ରଣ କ୍ଷେତ୍ର ରେ କୌଟିଲ୍ୟ ର ଗୋଟି ଚାଳନା ଯୋଗୁଁ ବିଜୁ ଜନତା ଦଳ ବାଜିମାତ କରିବା ଓ ବିରୋଧୀ ଧରାଶାୟୀ ହେବା ପରେ ଉପାଧ୍ୟକ୍ଷ ନିର୍ବାଚନ ପାଇଁ ରମୁପାତ୍ର ସମସ୍ତ କାଉନସିଲର ଓ ଅଧ୍ୟକ୍ଷ ଙ୍କୁ ଅଜ୍ଞାତ ବାସ କୁ ନେଇ ଯାଇଥିଲେ ବିପୁଳ ସଂଖ୍ୟକ ଭୋଟ ପାଇ ବିଜୁ ଜନତା ଦଳ କୋଣାର୍କ ଏନ ଏ ସି ଅକ୍ତିଆର କରିଥିବା ଖୁସି ରେ ଗତ ବୁଧବାର ସନ୍ଧ୍ୟାରେ ଏହି ଭୋଜି ଅୟୋଜନ ହୋଇଥିଲା।

Ad2
Leave A Reply