ପାରାଦୀପ୍ – ପାରାଦୀପ୍ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଦୁର୍ଘଟଣା | ଟ୍ରକ୍ ଚଢି ଯିବାରୁ ଜଣଙ୍କର ମୃତ୍ୟୁ | ଆଜି ସକାଳ ସମୟ ରେ ପାରାଦୀପ୍ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ଏକ ନମ୍ବର ଗେଟ ପାଖରେ ଜେଏସଡବ୍ଲ୍ଯୁ ବର୍ଥ ରେ ଟ୍ରାଫିକ୍ ମାର୍ଶାଲ ଭାବେ କାର୍ଯ୍ୟରତ ଶ୍ରମିକ ଦିଲୀପ ବିଶ୍ଵାଳ ଙ୍କ ଉପରେ ଏକ ଟ୍ରକ୍ ଚଢି ଯିବା ଫଳରେ ତାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ଯୁ ଘଟିଛି | ଶବ ରଖି ଅନ୍ୟ ଶ୍ରମିକ ମାନେ ସେଠାରେ ଆନ୍ଦୋଳନ କୁ ଓହ୍ଲାଇଥିବା ବେଳେ ପୋଲିସ ସେମାନଙ୍କୁ ବୁଝାସୁଝା କରିଥିବା ଓ ଆନ୍ଦୋଳନ ନହଟିବା ରୁ କମ୍ପାନୀ 8 ଲକ୍ଷ୍ୟ ଟଙ୍କା କ୍ଷତିପୂରଣ ଦେବାକୁ ସମ୍ମତି ପ୍ରଦାନ କଲାପରେ ଆନ୍ଦୋଳନ ହଟିଥିଲା | ଘଟଣା ସ୍ଥଳରେ ଦୀର୍ଘ ସମୟ ଧରି ଉତେଜନା ଲାଗିରହିଥିଲା | ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ୍ କୁ ଜବତ କରିଛି | ଡ୍ରାଇଭର ଫେରାର୍ ଅଛି |
