ପ୍ରଶାସନର ଭୁଲ ନିଷ୍ପତ୍ତି : ଅଲିଭିରିଡ଼ଲେ କଇଁଚଙ୍କ ବଂଶ ବୁଡାଇଦେଲା ଇକୋ-ରିଟ୍ରିଟ, ଚିନ୍ତାରେ ପରିବେଶବିତ୍ତି ,ଗୋଟିଏ ବି କଇଁଚ ଅଣ୍ଡା ଦେବାକୁ ଆସିଲେ ନାହିଁ ।*
କୁଶଭଦ୍ରା ମୁହାଁଣ ମୁହଁ କୂଳରେ ୩୨ ରୁ ଉର୍ଦ୍ଧ ମଲା କଇଁଚ ।
କୋଣାର୍କ:୨୪/୧ : ପ୍ରଶାସନ ର ଏକ ଭୁଲ ନିଷ୍ପତି ପାଇଁ ଏବେ ବିରଳ ଅଲିଭିରିଡ଼ଲେ କଇଁଚ ଙ୍କ ବଂଶ ବିପଦରେ ପଡିଥିବା ଜଣାପଡିଛି ।ଅଲିଭିରିଡ଼ଲେ କଇଁଚ ମାନେ ଅଣ୍ଡା ଦେଇ ନିଜର ବଂଶ ବୃଦ୍ଧି କରିବା ନିମନ୍ତେ ପ୍ରତେକ ବର୍ଷ ଶହଶହ ସଂଖ୍ୟା ରେ ଚନ୍ଦ୍ରଭଗା ଉପକୂଳ ସହିତ କୁଶଭଦ୍ରା ନଦୀ ମୁହାଣ ମୁହଁ କୁ ଏହି କଇଁଚ ମାନେ ଆସି ଅଣ୍ଡା ଦେଇ ନିଜର ବଂଶ ବୃଦ୍ଧି କରିଥାନ୍ତି ।ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଓଡିଶା ର ପର୍ଯ୍ୟଟନ ଶିଳ୍ପ କୁ ବିକଶିତ ଓ ଦ୍ରୁତଗତି ଦେବା ଲକ୍ଷନେଇ ଦୁଇ ବର୍ଷ ପୂର୍ବେ ଏକ ଯୋଜନା ପ୍ରସ୍ତୁତ କରାଯାଇ ପର୍ଯ୍ୟଟନ ବିଭାଗ ପକ୍ଷରୁ ଇକୋ- ରିଟ୍ରିଟ ର ନାଁ ଦିଆଯାଇ ୨୦୧୯ ଓ ୨୦୨୦ ରେ କୋଣାର୍କ ପୁରୀ ମେରାଇନ ଡ୍ରାଇଭ ର ରାମଚଣ୍ଡୀ ମୁହାଣ ନିକଟ ରେ ଆରମ୍ଭ କରାଯାଇଥିଲା ତୃତୀୟ ବର୍ଷ ପାଇଁ ପୁଣି ଏହି ଇକୋରିଟ୍ରଟ କରିବା ନିମନ୍ତେ ନିଷ୍ପତି ନିଆଯାଇ ଦୀର୍ଘ ଏକ ମାସରୁ ଉର୍ଦ୍ଧ ହେବ ଚାଲୁ ରହିଛି ।
ମାତ୍ର ଏହି ଇକୋ- ରିଟ୍ରିଟ ହେବା ଫଳରେ ଏଠାକୁ ଆସୁଥିବା ବିରଳ କଇଁଚ ମାନେ ଅଣ୍ଡା ଦେବାକୁ ନିଜକୁ ଅସୁରକ୍ଷିତ ମନେକରି ଅନେକ ଫେରିଯାଉଥିବା ବେଳେ ଅନେକ ମୁର୍ତ୍ୟୁ ମୁଖରେ ପଡୁଥିବା ଗଣମାଧ୍ୟମ ରେ ଫୋଟୋ ସହିତ ଖବର ପ୍ରକାଶ ରୁ ଜଣାପଡେ।ଏହାକୁ ନେଇ ବିଭିନ୍ନ ପରିବେଶବିତ୍ତି ସଂଗଠନ ଓ ବିଶେଷ ଭାବେ ପୁରୀ ର ଯୁବ ପରିବେଶବିତ୍ତି ସରୋଜ କୁମାର ଜେନା ଏହି ଇକୋ- ରିଟ୍ରିଟ ଆୟୋଜନ କୁ ଦୃଢ ବିରୋଧ କରି ବିରଳ କଇଁଚ ଙ୍କ ସୁରକ୍ଷା ଓ ବଂଶ ବୃଦ୍ଧିକୁ ସୁରକ୍ଷା ଦେବାକୁ ନେଇ ଏହକୁ ତୁରନ୍ତ ବନ୍ଦ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ ସୁଦ୍ଧା ସରକାର ଏହାକୁ କର୍ଣ୍ଣପାତ ନକରି ସେଠାରେ ଜୋର ଜବରଦସ୍ତି ଏହି ଇକୋ ରି ଟ୍ରି ଟ କୁ ଆୟୋଜନ କରିବା ଫଳରେ ଏହି ବିରଳ ଅଲିଭିରିଡ଼ଲେ କଇଁଚ ଙ୍କ ଅଣ୍ଡା ଦାନ ପକ୍ରିୟା ବାଧା ଉପୁଜିବା ସହିତ ଏହି କଇଁଚ ମାନେ ଏବେ ଏହି ବେଳମାର୍ଗ କୁ ଆଉ ଅସୁନଥିବା ସରକାରୀ ତଥ୍ୟ ରୁ ଜଣାପଡିଛି । ଯାହା ପରିବେଶବିତ୍ତି ଙ୍କ ଚିନ୍ତା ବଢାଇଦେଇଛି ।ଇକୋ ରି ଟ୍ରି ଟ ର ଉଜ୍ଜ୍ୱଳ ଆଲୋକ ,ଉଚ୍ଚ ସଙ୍ଗୀତ ର ଶବ୍ଦ ସହିତ , ସମସ୍ତ ପ୍ରକାର ମାନବୀୟ କାର୍ଯ୍ୟକ୍ରମ ଓ ବିଶେଷ ଭାବେ ଉଚ ଶକ୍ତିସମ୍ପର୍ଣ୍ଣ ଯାତ୍ରୀ ବୋଟ, ସମୁଦ୍ର କୂଳରେ ଭାରି ମାତ୍ର ସାଇକେଲ ଚାଲିବାକୁ ନେଇ ଏ ପର୍ଯ୍ୟନ୍ତ ଦିର୍ଗ ୩ ମାସ ବିତିଯାଇଥିଲେ ମଧ୍ୟ ଗୋଟିଏ ହେଲେ କଇଁଚ ଅଣ୍ଡା ଦେବାକୁ ନ ଆସିବା ସମସ୍ତଙ୍କୁ ଚକିତ କରିଛି ।
ବନବିଭାଗ ସୂଚନା ଅନୁଯାୟୀ ଇକୋରି ଟ୍ରି ଟ ହେବା ଦିନଠାରୁ କାଳ କ୍ରମେ ଏହି ଅଲିଭିରିଡ଼ଲେ କଇଁଛଙ୍କ ଆଗମନ ଦ୍ରୁତ ଗତିରେ କମିବାରେ ଲାଗିଥିଲା ,ମାତ୍ର ଏବେ ସମ୍ପୂର୍ଣ୍ଣ ଭାବେ ଆସିବା ବନ୍ଦ କୁ ନେଇ ସେମାନଙ୍କୁ ଆଚାର୍ଯ୍ୟ କରିଥିବା ବନାଧିକାରୀ ପ୍ରକାଶ କରିଛନ୍ତି । ଏଥିରୁ ଜଣା ଯାଏ ଯେ ପ୍ରଶାସନ ର ଇକୋରି ଟ୍ରି ଟ ଆୟୋଜନ ଏହି ଅଲିଭିରିଡ଼ଲେ କଇଁଚ ଙ୍କ ବଂଶ ବୁଡାଇଦେଲା ଯାହା ପରିବେଶ ସନ୍ତୁଳନ ଉପରେ ଘୋର ପ୍ରଭାବ ପଡିବ । । ତେଣୁ ପ୍ରଶାସନ ତୁରନ୍ତ ଏହି ବିରଳ ଅଲିଭିରିଡ଼ଲେ କଇଁଚ ମାନଙ୍କର ବଂଶ ଧୋନ୍ସ ହେବାରୁ ରକ୍ଷା କରିବା ନିମନ୍ତେ ନିଜ ଭୁଲ ନିଷ୍ପତିର ପୁନର୍ବିଚାର କରି ଏହି ଅଲିଭିରିଡ଼ଲେ ଙ୍କ ଏନ୍ତୁଡ଼ିଶାଳ ସ୍ଥାନରୁ ଇକୋରି ଟ୍ରି ଟ କୁ ବନ୍ଦ କରିବାକୁ ପରିବେଶବିତ୍ତି ମାନେ ଦାବି କରିଛନ୍ତି । ସୂଚନା ଥାଉକି ସାମୁଦ୍ରିକ କଇଁଛମାନେ ବିଶ୍ୱ ସମୁଦ୍ରର ସ୍ୱାସ୍ଥ୍ୟ ବଜାଇ ରଖିବାରେ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ସୁସ୍ଥ ସମୁଦ୍ର ଘାସ ତଥା ଅନ୍ୟ ପ୍ରମୁଖ ସାମୁଦ୍ରିକ ଜୀବମାନଙ୍କ ପାଇଁ ବାସସ୍ଥାନ ଯୋଗାଇଵା ସାମୁଦ୍ରିକ ଖାଦ୍ୟ ପ୍ରକିୟାକୁ ସନ୍ତୁଳନ କରିବା ଏବଂ ଜଳରୁ ସ୍ଥଳ ପର୍ଯ୍ୟନ୍ତ ପୁଷ୍ଟିକର ସାଇକେଲ ଚଳାଇବାର ସହଯୋଗ କରି ସାମୁଦ୍ରିକ ଇକୋ ସିଷ୍ଟମରେ ଏକ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ଏବଂ ଏହି ବିରଳ ଅଲିଭ ରିଡଲେ ମାନଙ୍କର ଏକ ନିଆରା ପ୍ରକୃତି ହେଲା ଏମାନେ ହଜାର ହଜାର ନଟି ମାଇଲ ଅତିକ୍ରମ କରି ସାଗର ଓ ମହାସାଗର ଗଭୀର ଜଳ ରାଶିରୁ ଉପକୂଳକୁ ସମୂହ ଅଣ୍ଡାଦାନ ପାଇଁ ଆସିଥାନ୍ତି । ବିରଳ ସାମୁଦ୍ରିକ କଇଁଛମାନେ ବିଶ୍ୱ ର ସୁରକ୍ଷିତ ମଣୁଥିବା ସମୁଦ୍ରର ର ବେଳାଭୂମିରେ ଦୁଇ ରୁ ତିନୋଟି ବସା କରି ଗୋଟିଏ ବସାରେ ୧୦୦ ରୁ ଅଧିକ ଅଣ୍ଡାଦାନ କରିଥାନ୍ତି, ବିଶ୍ୱ ରେ ବିରଳ ଅଲିଭିରିଡ଼ଲେ କଇଁଚ ର ବଂଶ ବୃଦ୍ଧି ଓ ଏହାର ସୁରକ୍ଷା କୁ ନେଇ ବିଶ୍ୱର ସମସ୍ତ ଦେଶ ଅଣ୍ଟା ଭିଡି ବିଭିନ୍ନ ନୀତିନିୟମ ସହିତ କଟକଣା ମାନ ଲାଗୁକରି କାର୍ଯ୍ୟ କରିଥାନ୍ତି ।ଏହି ବିରଳ ଜନ୍ତୁ ଙ୍କୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଅନେକ ଫୋରମ କାର୍ଯ୍ୟ ମଧ୍ୟ କରୁଛନ୍ତି।ଅନରୁପଭାବେ ଆମ ରାଜ୍ୟସରକାର ମଧ୍ୟ ଅନେକ ନୀତି ନିୟମ ସହିତ କଟକଣା ମାନ ଲାଗୁକରି ଏହାର ସୁରକ୍ଷା ଓ ବଂଶ ବୃଦ୍ଧି ପାଇଁ କାର୍ଯ୍ୟ କରିଥାନ୍ତି । ଶୀତଋତୁ ଆରମ୍ଭ କୁ ନେଇ ଏବେ ବଙ୍ଗୋପସାଗର ମୁହାଁ ଏହି ବିରଳ ଅଲିଭ ରିଡଲେ କଇଁଛ। ଅଲିଭ ରିଡଲେ କଇଁଛ ଙ୍କ ପାଇଁ ଭୂସ୍ବର୍ଗ କୁହାଯାଉଥିବା ପୁରୀ ଜିଲ୍ଲା ଅସ୍ତରଙ୍ଗ, ଚନ୍ଦ୍ରଭଗା ,ଠାରୁ ବ୍ରହ୍ମଗିରି ପର୍ଯ୍ୟନ୍ତ ବେଳାଭୂମି ରେ ପ୍ରତି ବର୍ଷ ନିର୍ଭୟ ରେ ଚରାବୁଲା
କରିବା ସହିତ ଏହିଠାରେ ଅଲିଭ ରିଡ଼ଲେ କଇଁଛ ଗୁଡିକ ନିଜର ସୁରକ୍ଷିତ ସ୍ଥାନ ଭାବି ଶହଶହ ସଂଖ୍ୟାରେ ଆସି ଅଣ୍ଡା ଦେଇଥାନ୍ତି । ଅଲିଭ ରିଡ଼ଲେ କଇଁଛଙ୍କ ପ୍ରଜ୍ଵନନ ସମୟ ନଭେମ୍ବର ରୁ ମାର୍ଚ ମାସ ମଧ୍ୟ ରେ ଏହି ପ୍ରଜାତି ର ବିରଳ କଇଁଛ ନିଜକୁ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ସୁରକ୍ଷିତ ମଣୁଥିବା ବେଳେ ପୁରୀ-କୋଣାର୍କ ବେଳାମାର୍ଗ ଚନ୍ଦ୍ରଭାଗା ଠାରୁ କୁଶଭଦ୍ରା କୂଳ ସେମାନଙ୍କୁ ସବୁବେଳେ ଆକର୍ଷଣ କରିଥାଏ।ଯେଉଁଥି ପାଇଁ ଏହି ବିରଳ ପ୍ରଜାତିର ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷିତ ଅଣ୍ଡାଦାନ ପକ୍ରିୟା ପାଇଁ ସରକାର ରାଜକୋଷ ରୁ କୋଟି କୋଟି ଟଙ୍କା ର ଅର୍ଥ ଖର୍ଚ୍ଚ ପ୍ରତେକ ବର୍ଷ କରିଥାନ୍ତି।ଯେପରି ଏହି ପ୍ରଜାତିର କଇଁଛ ଙ୍କ ସମୁଦ୍ର ଗର୍ଭରେ ଏବଂ ବେଳାମାର୍ଗ ରେ କୌଣସି ଅସୁବିଧା ନହୁଏ ସେନେଇ ବନ ବିଭାଗ,ମସ୍ୟ ବିଭାଗ ସହ ମେରାଇନ ପୋଲିସ କୁ ସଜାଗ ରଖାଯାଇଥାଏ।ଯେହେତୁ ଶୀତଋତୁ ଅଲିଭ ରିଡଲେ କଇଁଛଙ୍କ ପ୍ରଜ୍ଵନନ ର ଋତୁ ତେଣୁ ଏହି ସମୟ ରେ ସେମାନେ ସମୁଦ୍ର ଗର୍ଭରୁ କୂଳ ଆଡ଼କୁ ମୁହାଁଇଥାନ୍ତି ଯେଉଁଥିପାଇଁ ନଭେମ୍ବର ପ୍ରଥମ ସପ୍ତାହ ର ୧ ତାରିଖ ରୁ ମେ ମାସ ଦୀର୍ଘ ୭ ମାସ ପର୍ଯ୍ୟନ୍ତ ସମୁଦ୍ର ଗର୍ଭରେ ଟ୍ରଲରଓ ମେସିନି ଡଙ୍ଗା ଚଳ ପ୍ରଚଳ କୁ ସମ୍ପୂର୍ଣ ଭାବେ ନିଷିଦ୍ଧ ଘୋଷଣା କରାଇବା ସହ ଜୀବିକା ହରାଉଥିବା ମତ୍ସ୍ୟଜୀବୀ ଙ୍କୁ ମାସିକ ଆର୍ଥିକ ସହାୟତା ଯୋଗାଇ ଦେଇଥାନ୍ତି। ମାତ୍ର ସରକାର ଙ୍କ ପକ୍ଷରୁ ଏହାକୁ ସଠିକ ଭାବେ ପାଳନ କରାଯାଉନଥିବା ଓ ଏହା କେବଳ କାଗଜପତ୍ର ରେ ସୀମିତ ରହିଥିବା ଏବେ କୋଣାର୍କ ଚନ୍ଦ୍ରଭଗା ଉପକୂଳ କୁ ଗୋଟିଏ ମାତ୍ର ବିରଳ ଅଲିଭିରିଡ଼ଲେ କଇଁଚ ନ ଆସିବା କୁ ନେଇ ଜଣା ଯାଏ ।