Odisha news

ଅବସର ପ୍ରାପ୍ତ ନିରୀକ୍ଷକଙ୍କ ପରଲୋକ

0
କାକଟପୁର 24/1 : ନିକଟସ୍ଥ ଗୋପାଳପୁର ଗ୍ରାମର ସଦାନନ୍ଦ ମୁଦୁଲି (67) ଙ୍କର ଗତ ବୁଧବାର ଦିନ ନିଜ ବାସବବନରେ ପରଲୋକ ହୋଇଯାଇଛି l
ସେ ଭୁବନେଶ୍ୱର ସଚିବାଳୟ ରେ ନିରୀକ୍ଷକ କାର୍ଯ୍ୟ କରି ଗତ କିଛିଦିନ ତଳେ ଅବସର ଗ୍ରହଣ କରିଥିଲେ l ସେ ଜଣେ ପରୋପକାରୀ, ମିଷ୍ଠଭାସି ଭାବେ ସାରା ଅଞ୍ଚଳରେ ପରିଚିତ ଥିଲେ l ତାଙ୍କ ମୃତ୍ୟୁ ନିକଟରେ ପତ୍ନୀ ବିମଳା, ଭାଇ ମାଧବାନନ୍ଦ, ଯଦୁମଣି, ପୁତୁରା ବିଶ୍ଵରଂଜନ, ଯୁଗଳ,ଜିତେନ୍ଦ୍ର, ହଟକିଶୋର, ପୁତ୍ର ସୁନୀଲ, ସୁଶୀଲ, ପୁତ୍ରବଧୂ ରୀନା, ରାକ୍ଷୀ, ଝିଅ ମାମି ଜ୍ୱାଇଁ କୃଷ୍ଣ ଓ ବନ୍ଧୁବର୍ଗ, ଗ୍ରାମବାସୀ ଉପସ୍ଥିତ ଥିଲେ l ତାଙ୍କର ଅନ୍ତିମ ସଂସ୍କାର ଗ୍ରାମ ଶ୍ମସାନ ରେ ହୋଇଥିଲା l
Leave A Reply

Your email address will not be published.