କୋଣାର୍କ -ଶନିବାର ପୂର୍ବାହ୍ନ ୧୦.୩୦ ରେ ଭୂବନେଶ୍ୱରରୁ ହକି ଏଫ ଆଇ ଏଚ ର ଏକ ଟିମ ଓଲି ଓ ଟ୍ରଫି ସହ କୋଣାର୍କ ସୂର୍ଯ୍ୟମନ୍ଦିର ନିକଟରେ ପହଂଚିବା ପରେ କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ ସେମାନଙ୍କୁ ସ୍ୱାଗତ କରିଥିଲେ । ପରେ ଉକ୍ତ ଟିମ୍ ୪୮.୭ ସେ.ମି ଉଚ୍ଚତା ବିଶିଷ୍ଟ ୭ କେ.ଜି ର ସୁନେଲୀ ଟ୍ରଫି ପ୍ରଦର୍ଶିତ କରିଥିଲେ ।ଯାହା କୋଣାର୍କ କୁ ବୁଲିବାକୁ ଆସୁଥିବା ଦେଶୀ ବିଦେଶୀ ପର୍ଯ୍ୟଟକ ଙ୍କୁ ବେଶ୍ ଆକୃଷ୍ଟ କରିପାରିଥିଲା । ଏଠାରେ ସୂଚନା ଥାଉକି ହକି ଇଣ୍ଡିଆ ତରଫରୁ ଓଡିଶା ସରକାରଙ୍କ ଦ୍ୱାରା କଳିଙ୍ଗ ଷ୍ଟାଡିୟମ ରେ ଆୟୋଜିତ ହେଉଛି ହକି ଏଫ ଆଇ ଏଚ । ଏହି ଖେଳର ପ୍ରଚାର ଓ ପ୍ରସାର ପାଇଁ ସଂସ୍ଥା ତରଫରୁ ବିଭିନ୍ନ ପର୍ଯ୍ୟଟନୀ ସ୍ଥଳୀକୁ ଯାଇ ଏହାକୁ ପ୍ରଦର୍ଶିତ କରାଯାଉଥିବା ଜଣାପଡିଛି । କୋଣାର୍କ ପୋଲିସ ତରଫରୁ ଏହି ଟ୍ରଫିକୁ ବ୍ୟାପକ ସୁରକ୍ଷା ପ୍ରଦାନ କରାଯାଇଥିଲା ।