Odisha news

ଆଜିଠାରୁ ଆରମ୍ଭ ସୂର୍ଯ୍ୟ ମନ୍ଦିର ଲାଇଟ ଆଣ୍ଡ ସାଉଣ୍ଡ ସୋ, ପର୍ଯ୍ୟଟକଙ୍କ ଅପେକ୍ଷାରେ ସୂର୍ଯ୍ୟମନ୍ଦିର

0

କୋଣାର୍କ:- ୧୦/୧ ଦୀର୍ଘ ଦିନ ପରେ ପୁଣି ଥରେ ଆଜିଠାରୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ରେ “ଲାଇଟ ଆଣ୍ଡ ସାଉଣ୍ଡ ସୋ”।କୋଭିଡ ର ଦ୍ବିତୀୟ ଲହର ପରେ ଅନଲକ ପ୍ରକ୍ରିୟା ଦ୍ୱାରା ଯଦିଓ ସୂର୍ଯ୍ୟ ମନ୍ଦିର ଖୋଲିଥିଲା ମାତ୍ର ଏହି ଲାଇଟ ଆଣ୍ଡ ସାଉଣ୍ଡ ସୋ ବନ୍ଦ ରହିଥିଲା।ଯାହାକୁ ନେଇ କୋଣାର୍କ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମାନେ ଅସନ୍ତୋଷ ପ୍ରକାଶ କରୁଥିବା ଦେଖିବାକୁ ମିଳିଥିଲା।ଯାହାକୁ ନେଇ ଏଏସଆଇ ଏବଂ ରାଜ୍ୟ ପର୍ଯ୍ୟଟନ ବିଭାଗ ଏବେ କୋଣାର୍କ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ଙ୍କ ପାଇଁ ଏହି ଲାଇଟ ଆଣ୍ଡ ସାଉଣ୍ଡ ଵ୍ୟଵସ୍ଥା ର ପୁନରାବୃତ୍ତି କରିଛନ୍ତି।ଯାହା ଆଜି ସନ୍ଧ୍ୟା୬.୩୦ ମିନିଟ ପ୍ରତେକ ଦିନ  ପରି ଶୋ ପୂର୍ବ ସମୟ ଅନୁଯାଇ  ଆରମ୍ଭ ହେବ ।ଏବେ ଗୋଟିଏ ସୋ ପ୍ରତେକ ଦିନ ଚାଲିବାର ବ୍ୟବସ୍ଥା ହୋଇଛି ।ପର୍ଯ୍ୟଟକଙ୍କ ସଂଖ୍ୟା ବଢିଲେ ଡବଲ ସୋ ପାଇଁ ଚିନ୍ତା କରାଯିବା ପାଇଁ ନିଷ୍ପତ୍ତି ହୋଇଥିବା ଜଣାପଡିଛି । ଆଜି ସୂର୍ଯ୍ୟମନ୍ଦିର ର ପରିସର ରେ ପର୍ଯ୍ୟଟକ ମାନଙ୍କ ପାଇଁ ସନ୍ଧ୍ୟା ରେ ” ଲାଇଟି ନ ସାଉଣ୍ଡ ସୋ” ଆରମ୍ଭ ହେବାକୁ ଯାଉଥିବା କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ  ସୂଚନା ଦେଇଛନ୍ତି ।

Leave A Reply