Odisha news

ହାଇଟେକ୍ ଠକ ଗିରଫ ନକଲି ଆଧାର, ପ୍ୟାନ୍ ଜବତ

0

ଭୁବନେଶ୍ୱର,(ନି.ପ୍ର): ବିଭିନ୍ନ ବ୍ୟକ୍ତିଙ୍କ ନାମରେ ଜାଲ ଡକୁମେଣ୍ଟ କରି ୫ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ଲୋନ୍ ଉଠାଇଥିବା ଜଣେ ଅଭିଯୁକ୍ତ କମିଶନରେଟ ପୋଲିସ ହାତରେ ଧରାପଡିଛି । କଟକ ଜିଲ୍ଲା ଓଟଲପୁର ଥାନା ଅଡଶପୁର ଗ୍ରାମର ଅଭିଯୁକ୍ତ ସ୍ମୁତିରଞ୍ଜନ ସାହୁଙ୍କୁ ତାଙ୍କ ନିଜ ଘରୁ ମଞ୍ଚେଶ୍ୱର ଥାନା ପୋଲିସ ଗିରଫ କରି ସୋମବାର କୋର୍ଟ ·ଲାଣ କରିଛି । ସେ ଜଣେ ଏମ୍ବିଏ ଶିକ୍ଷିତ ବୋଲି ପୋଲିସ କହିଛି । ତାଙ୍କ ଘରୁ ଭିନ୍ନ ଲୋକଙ୍କ ନାମରେ ଥିବା ଆଧାରକାର୍ଡ, ପାନ କାର୍ଡ, ବିଭିନ୍ନ ବ୍ୟାଙ୍କର ପାସବୁକ୍ ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରିଛି ପୋଲିସ ।
ପୋଲିସ ସୂଚନା ଅନୁଯାୟୀ, ନୟାଗଡ଼ ଜିଲା ରଣପୁର ଥାନା ଅଞ୍ଚଳର ସନ୍ତୋଷ କୁମାର ସାହୁଙ୍କ ନାମରେ ଆଧାରକାର୍ଡ ଓ ପାନ୍କାର୍ଡର ଫେକ୍ ଡକୁମେଣ୍ଟ ତିଆରି କରିଥିଲେ । ଅଭିଯୁକ୍ତ ସ୍ମୁତିରଞ୍ଜନ ଉକ୍ତ ଫେକ୍ ଡକୁମେଣ୍ଟ ଆଧାରରେ ରସୁଲଗଡ଼ସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କରୁ ସନ୍ତୋଷ ନାମରେ ଏକ ପାସ୍ବୁକ ଖୋଲିଥିଲେ । ସେଠାରୁ ୧ ଲକ୍ଷ ୪୦ ହଜାର ଟଙ୍କାର ଲୋନ୍ ଉଠାଇଥିଲେ । ଏହାପରେ ବାଜାଜ୍ ଫାଇନାନ୍ସରୁ ଏସି ଫ୍ରିଜ ସମେତ ଅନ୍ୟାନ୍ୟ ସାମଗ୍ରୀ ୧ ଲକ୍ଷ ଟଙ୍କାରେ ଉଠାଇଥିଲେ । ତେବେ କିଛିଦିନ ପରେ ସନ୍ତୋଷଙ୍କ ନିକଟକୁ ଲୋନ୍ର କିସ୍ତି ଦେବାକୁ ନୋଟିସ୍ ଯାଇଥିଲା । ଏହାପରେ ସେ ଉକ୍ତ ସଂସ୍ଥାକୁ ଆସି ସେ ଲୋନ୍ ଉଠାଇଥିବା ନ ଥିବା କହିବା ସହ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ରବିବାର (ନଂ.୪/୨୨) ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ନାମରେ ଫେକ୍ ଡକୁମେଣ୍ଟ ତିଆରି କରି ସ୍ମୁତିରଞ୍ଜନ ଏପରି କରିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା । ଏ ନେଇ ମଞ୍ଚେଶ୍ୱର ଥାନା ଅଧିକାରୀ ସୁଧୀର କୁମାର ସାହୁ କହିଛନ୍ତି, ୪ରୁ ୫ ଜଣଙ୍କ ନାମରେ ବାଜାଜ୍ ଫାଇନାନ୍ସରୁ ୪ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ସାମଗ୍ରୀ ନେଇଥିବା ଜଣାପଡିଛି । ଅଭିଯୁକ୍ତ ସ୍ମୁତିରଞ୍ଜନ ଫେକ୍ ଡକୁମେଣ୍ଟ ଦେଇ ଏହିପରି ବିଭିନ୍ନ ସଂସ୍ଥାରୁ ଲୋନ୍ ନେଇଥିବା ଜଣାପଡିଛି । ଆଗାମୀ ଦିନରେ ତାଙ୍କ ନାମରେ ଠକେଇ ପରିମାଣ ବଢିପାରେ ବୋଲି ସେ କହିଛନ୍ତି ।

Govt
Leave A Reply