Odisha news

ଚନ୍ଦ୍ରଭାଗା ବେଳାମାର୍ଗରେ ଯାତ୍ରୀବାହି ବସ୍ ଦୁର୍ଘଟଣା; ୧୦ ରୁ ଉଦ୍ଧ୍ୱର୍ ଗୁରୁତର, ୧ମୃତ

0

କୋଣାର୍କ- ଗୁରୁବାର ଦିନ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ୱତୀଙ୍କ ପୂଜା ପାଇଁ ଚାରିଆଡେ ଉତ୍ସବ ମୁଖର ଥିବାବେଳେ ପୁର୍ବାହ୍ନ ୧୦ଟା ସମୟରେ ଚନ୍ଦ୍ରଭାଗାଠାରୁ ପୁରୀ ଆଡକୁ ୩ କିଲୋମିଟର ଦୂର ଇକୋ ରିଟି୍ରଟ ଉତ୍ସବ ନିକଟସ୍ଥ ବେଳାମାର୍ଗରେ ପର୍ଯ୍ୟଟକ ବାହି ବସକୁ ମିନି ଯାତ୍ରୀବାହୀ ଷୋଳପୂଅମା ବସ ପଛରୁ ଧକ୍କା ହେବା ଫଳରେ ୧୦ଜଣରୁ ଉଦ୍ଧ୍ୱର୍ ଗୁରୁତର ଆହତ ହୋଇଥିବା ବେଳେ ଜଣେ ମୃତ୍ୟୁ ବରଣ କରିଛି । ଘଟଣାରୁ ପ୍ରକାଶ ଯେ କୋଣାର୍କରୁ ପୁରୀ ଅଭିମୁଖେ ଯାଉଥିବା ଷୋଳପୂଅ ମା ନାମକ ଏକ ଯାତ୍ରୀବାହୀ ବସ (ଓଆର ୧୩ ୯୬୦୬) କୋଣାର୍କ-ପୁରୀ ବେଳାମାର୍ଗରେ ଆୟୋଜିତ ଇକୋ ରିଟି୍ରଟ ସମ୍ମୁଖସ୍ଥ ରାସ୍ତା କଡରେ ଛିଡା ହୋଇଥିବା ସାଇରାମ ନାମକ ଏକ ପର୍ଯ୍ୟଟକବାହୀ ବସ (ଓଡି ୨୯ ଜି ୦୫୧୫)କୁ ପଛରୁ ଧକ୍କା ଦେଇଥିଲା । ଫଳରେ ଶୋଳପୂଅ ମା ବସର ଚାଳକ ଅର୍ଜୁନ କୁମାର ପରିଡା ଙ୍କ ସମେତ ସମ୍ମୁଖ ସିଟିରେ ବସିଥିବା ଯାତ୍ରୀମାନେ ଦୂର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଏସମ୍ପର୍କରେ ଖବର ପାଇ ଏନ.ଡି.ଆର.ଏଫ୍. ଟିମି, ଚମ୍ପାହାର ଅଗ୍ନିଶମ କେନ୍ଦ୍ରର କର୍ମଚାରୀ ଏବଂ ପୋଲିସ ଘଟଣା ସ୍ଥଳରେ ପହଂଚି ଗାଡିରେ ଚିପିହୋଇ ରହିଥିବା ଯାତୀ୍ର ମାନଙ୍କୁ ଉଦ୍ଧାର କରି କୋଣାର୍କ ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ଆଣିଥିଲେ । ଏଠାରେ ଡାକ୍ତର ନଥିବାରୁ ଦୂର୍ଘଟଣା ଗ୍ରସ୍ତ ଯାତ୍ରୀମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଡାକ୍ତରଖାନା ବାରଣ୍ଡାରେ ଛଟପଟ ହେଉଥିବା ଦୃଶ୍ୟ ଥିଲା ହୃଦୟ ବିଦାରକ । ଷ୍ଟାପ ନର୍ସ, ଆଟେଣ୍ଡାଟଣ୍ଟ ଓ ସୁଇପରଙ୍କ ଦ୍ୱାରା ପ୍ରାଥମିକ ଚିକିତ୍ସା ପରେ କୋଣାର୍କ ଥାନାଧିକାରୀ ରଞ୍ଜନ ମଲ୍ଲିକ ନିଜେ ଆହତ ମାନଙ୍କୁ ଷ୍ଟ୍ରେଚର ରେ ବୁହାଇ ପୋଲିସ ଜିପ ଓ ଚମ୍ପାହାର ଅଗ୍ନିଶମ କେନ୍ଦ୍ରର ଗାଡିରେ ପୁରୀ ଓ ଗୋପକୁ ପଠାଇଥିଲେ । ଘଟଣା ସ୍ଥଳରେ କେହି ମୃତାହତ ହୋଇ ନ ଥିବା ବେଳେ ୧୦ରୁ ଅଧିକ ଆହତ ହୋଇଥିବା ଡାକ୍ତରଖାନା ରେଜିଷ୍ଟରରୁ ଜଣା ପଡିଛି କିନ୍ତୁ ଯାତ୍ରୀବାହୀ ବସ ଷୋଳପୂଅ ମା ବସ୍ ର ଚାଳକ ଅର୍ଜୁନ କୁମାର ପରିଡାଙ୍କ ପୁରୀ ଡାକ୍ତରଖାନାକୁ ନେବା ବାଟରେ ମୃତ୍ୟୁ ହୋଇଥ ିବା ଜଣାପଡିଛି । ସ୍ତାନୀୟ ପୋଲିସ ଦୁର୍ଘଟଣା ଘଟିଥିବା ଗାଡି ଦୁଇଟିକୁ ଜବତ କରି ଏକ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି ବୋଲି କୋଣାର୍କ ଥାନାର ଥାନାଧିକାରୀ ରଞନ କୁମାର ମଲ୍ଲିକ ପ୍ରକାଶ କରିଛନ୍ତି । ଏଠାରେ ସୂଚନା ଥାଉକି ଦୂର୍ଘଟଣା ଘଟିଥିବା ସ୍ଥାନଠାରୁ ମାତ୍ର ଶହେ ମିଟର ଦୂରତାରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ସମୁଦ୍ର କୂଳରେ ଡିସେମ୍ବର ୧୪ତାରିଖରୁ ଫେବୃୟାରୀ ୧୫ତାରିଖ ପର୍ଯ୍ୟନ୍ତ ଚାଲୁରହିଛି ମେରାଇନ ଡା୍ରଇଭ ଇକୋ ରିଟି୍ରଟ ଉତ୍ସବ । ଏହି ଉତ୍ସବ ସ୍ଥଳକୁ ସଂଯୋଗ କରରୁଥିବା ବୋଲାମାର୍ଗରେ କୋଣାର୍କ ଓ ପୁରୀ ଆଡକୁ ଏକ କିଲୋ ମିଟର ବ୍ୟାପି ରାସ୍ତାର ଉଭୟ ପାଶ୍ୱର୍ରେ ଲୋକେ ଯାନବାହାନ ରଖି ଉତ୍ସବ ସ୍ଥଳକୁ ଆସୁଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇ ବିଭିନ୍ନ ସମୟରେ ଦୁର୍ଘଟଣା ମାନ ଘଟୁଛି । ପର୍ଯ୍ୟଟକଙ୍କ ଗାଡିଗୁଡିକ ପାର୍କିଂ ପାଇଁ ଇକୋ ରିଟି୍ରଟ ପାଖରେ ଏକ ଖାଲୁଆ ଜମିକୁ ପାର୍କିଂ ସ୍ଥଳ ଭାବେ ଚିହ୍ନଟ କରାଯାଇ ଜୈନିକ ଠିକାଦାରକୁ ପାର୍କିଂ ସ୍ଥଳ ନିର୍ମାନ ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇ କାର୍ଯ୍ୟକରିବା ପାଇଁ ଅନୁମତି ନିଆଯାଇଥିଲେ ମଧ୍ୟ ପର ମୂହୁର୍ତରେ ଜଙ୍ଗଲ ବିଭାଗ ଏହି ପାର୍କିଂ ସ୍ଥଳର କାର୍ଯ୍ୟ ବନ୍ଦ କରିଥିଲା । ଏଠାରେ ପ୍ରଶ୍ନ ଉଠୁଛି ଯେଉଁ ଜଙ୍ଗଲ ବିଭାଗ ଇକୋ ରିଟି୍ରଟ ଉତ୍ସବ ପାଇଁ ଅନୁମତି ଦେଲା, ସେହି ଜଙ୍ଗଲ ବିଭାଗ କଣ ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତିକୁ ବେଖାତିର କରି ପାର୍କିଂ ସ୍ଥଳ ନିର୍ମାଣରେ ରୋକ ଲଗାଇ ବେଳାମାର୍ଗରେ ବହୁ ଦୁର୍ଘଟଣା ମାନ ଘଟିବାର ବାଟ ତିଆରି କଲା ? ତାହା ଉପରେ ପୁରୀ ଜିଲ୍ଲାପାଳ ଶୀ୍ର ବଲ୍ଲବନ୍ତ ସିଂ ତଦନ୍ତ କରି ତୁରନ୍ତ ପାର୍କିଂ ସ୍ଥଳ ନିର୍ମାଣ ପାଇଁ ଆଦେଶ ଦେବାକୁ ସାଧାରଣରେ ଦାବି ହେଉଛି ।

Leave A Reply