Odisha news

ଆଜି ଠାରୁ କୋଣାର୍କର ଚନ୍ଦ୍ରଭାଗା ଠାରେ ୨ ଦିନିଆ ନିମାପଡା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ପ୍ରଶିକ୍ଷଣ ଶିବିର

0

କୋଣାର୍କ : କୋଣାର୍କ ନିକଟସ୍ଥ ଚନ୍ଦ୍ରଭାଗା ର ଫିସରୀ ହାଚେରୀ  ଠାରେ ଆୟୋଜିତ ହେବ ନିମାପଡା-ଗୋପ ନିର୍ବାଚନ ମଣ୍ଡଳୀ  ସ୍ତରୀୟ ବିଜୁ ଜନତା ଦଳର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର। ଏହି ଶିବିରକୁ ଆଜି ୯.୧୫ ମି ରେ ରାଜ୍ୟ ବିଜୁଜନତା ଦଳର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ  ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ । ଉଦ୍ଘାଟନ ପୂର୍ବରୁ ପ୍ରଥମେ ୬.୫୦ ରେ ଚନ୍ଦ୍ରଭାଗା ଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ଅତିଥିମାନେ ମାଲ୍ୟ ଅର୍ପଣ କରିବେ  ,ସେଠାରୁ ଶିବିରକୁ ଯାଇ ଦଳୀୟ ପତାକା ଉତ୍ତୋଳନ କଲାପରେ ଶିବିରର କୁ ଉଦ୍ଘାଟନ କରାଯିବ ବୋଲି ଶିବିରର ଆୟୋଜକ  ନିମାପଡା ନିର୍ବାଚନ ମଣ୍ଡଳୀର ବିଧାୟକ ନେତା  ତଥା ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି । ଏହି ଶିବିର ବୁଧବାର ଓ ଗୁରୁବାର ଦୁଇ ଦିନ ଚାଲିବ ।

ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରଶିକ୍ଷଣ ଶିବିର କୁ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ  ତଥା ନିର୍ବାଚମଣ୍ଡଳୀର ନେତା ସମୀର ରଞ୍ଜନ ଦାଶ ପରିଚାଳନା କରିବେ  ।ଦୁଇ ଦିନିଆ ଏହି ବିଶାଳ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ମନ୍ତ୍ରୀ ଅରୁଣ ସାହୁ, ପ୍ରତାପ ଦେବ, ପୁରୀ ଜିଲ୍ଲା ସଭାପତି ମହେଶ୍ବର ମହାନ୍ତି, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ବାପି ରାୟ, ଦେବୀ ରଞ୍ଜନ ତ୍ରିପାଠୀ,ସ୍ନେହାଙ୍ଗିନୀ ଛୁରିଆ  ,କାକଟପୁର ବିଧାୟକ ତଥା ରାଜ୍ୟ ଯୁବ ଓ କ୍ରୀଡ଼ା ମନ୍ତ୍ରୀ ଇଂ ତୁଷାର କାନ୍ତି ବେହେରା ପ୍ରମୁଖ   ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।ଉକ୍ତ କାର୍ଯ୍ୟକ୍ରମରେ  ନିର୍ବାଚନ ମଣ୍ଡଳୀ ର ଦଳୀୟ କର୍ମକର୍ତ୍ତା, ମହିଳା ସଂଗଠନ ର ପଂଚାୟତ ସ୍ତରୀୟ କର୍ମକର୍ତ୍ତା, ଯୁବ, ଛାତ୍ର, କୃଷକ, ଦଳିତ, ସଂଖ୍ୟା ଲଘୁ ଆଦି ଛାମୁଆ ସଂଗଠନ ର ପ୍ରାୟ  ୨୦୦୦ହଜାର କାର୍ଯ୍ୟକର୍ତା ଙ୍କୁ ପ୍ରଶିକ୍ଷଣ ସହିତ ନିର୍ବାଚନ ମଣ୍ଡଳୀ ର ୪୦୦  ବୁଦ୍ଧିଜୀବି ମାନଙ୍କର  ଏକ ଗୁରୁତ୍ୱପୂର୍ଣ୍ଣ ମୂଲ୍ୟବାନ ପରାମର୍ଶ ନିମନ୍ତେ ବିଧି ବ୍ୟବସ୍ଥା ନିର୍ଣ୍ଣୟ କରାଯାଇ ଅଧିବେଶନ ପ୍ରସ୍ତୁତ କରାଯାଇଛି  ବୋଲି  ଶିବିରର ଆୟୋଜକ   ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ  ସୂଚନା ଦେଇଛନ୍ତି   । ସେଥିପାଇଁ କୋଣାର୍କ ଠାରୁ ଅନୁଷ୍ଠିତ ହେଉଥିବା ଶିବିର ପର୍ଯ୍ୟନ୍ତ ବିଜେଡି ପତାକା କୁ ରାସ୍ତାର ଉଭୟ ପାର୍ଶ୍ୱ ରେ ଛାଉଣୀ କରାଯାଇଥିବା ଦେଖିବାକୁ ମିଳିଛି ।

Govt
Leave A Reply