କୋଣାର୍କ : ଆଧୁନିକ ଯୁଗରେ ସମାଜରୁ ଧୀରେଧୀରେ ଲିଭିଯାଉଥିବା ଲୋକକଳା ଓ ସଂସ୍କୃତି କୁ ପୁନର୍ବାର ଉଦଯିବିତ କରି ପ୍ରଚାର ଓ ପ୍ରସାର ପାଇଁ କୋଣାର୍କ ନାଟ୍ୟଦୀପ ପ୍ରତି ବର୍ଷ ଆୟୋଜିତ କରି ଆସୁଛି ଲୋକକଳା ମହୋତ୍ସବ ।ଯାହା ଗତ ରବିବାର ସନ୍ଧ୍ୟାରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଭଜନ ମଣ୍ଡପରେ ଉଦଘାଟିତ ହୋଇଯାଇଛି କୋଣାର୍କ ୨ୟ ଲୋକକଳା ମହୋତ୍ସବ । ଉଦଘାଟନୀ ସନ୍ଧ୍ୟାରେ ପଦ୍ମଶ୍ରୀ ଡ଼ଃ ଉତ୍ସଵ ଚରଣ ଦାସ ସମ୍ପାଦକ ସଙ୍ଗୀତ କଳାସଂସଦ ଚୌଦ୍ୱାର, କୋଣାର୍କ ଜଗନ୍ନାଥ ମନ୍ଦିରର ମ୍ୟାନେଜିଙ୍ଗି ଟ୍ରଷ୍ଟି ଅମେରଶ୍ବର ନାୟକ, ହିଂମାସୁ ଶେଖର ନାୟକ କାର୍ଯ୍ୟକ୍ରମ ପ୍ରଭାରୀ ଆଂଚଳିକ ଜନସମ୍ପର୍କ ସୂଚନା ଓ ପ୍ରସାରଣ ବିଭାଗ ଭାରତ ସରକାର, ବାଉରିବନ୍ଧୁ ଗୋଛାୟତ ପ୍ରବନ୍ଧକ ନାବାର୍ଡ , ଜୟ ଶଙ୍କର ଯୋଶୀ ଯୁବ ସଂଯୋଜକ ନେହୁରୁ ଯୁବକେନ୍ଦ୍ର ପୁରୀ ଏବଂ ଓଡିଶୀ ନୃତ୍ୟ ଗୁରୁ ନିରଞ୍ଜନ ରାଉତ ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସଵ କୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ ।ପରେ ପରେ ମଞ୍ଚରେ ପୂର୍ଣ୍ଣଚନ୍ଦ୍ର ନାୟକ ଓ ସାଥି ମାନେ ମା କାକଟେଶ୍ୱରୀ ଲୋକନୃତ୍ୟ କଳା ପରିଷଦ ର ଚଇତି ଘୋଡାନାଚ ଗ୍ରୁପ ପରିବେଷଣ କରିଥିଲେ ଘୋଡା ନାଚ ଯାହା ବେଶ ମନଛୁଆଁ ହୋଇପାରିଥିଲା ।ଗାୟକ ହରେକୃଷ୍ଣ ମହାରଣାଙ୍କ ପାଲା ଓ ଗାୟକ ରବୀନ୍ଦ୍ର ସାହୁଙ୍କ ଦାସକାଠିଆ ମଞ୍ଚ ରେ ବେଶ ଉଚ୍ଚ କୋଟିର ଓ ପ୍ରଶସଂନିୟ ହୋଇଥିଲା ଯାହା ଦର୍ଶକ ଙ୍କୁ ମଞ୍ଚ ତଳେ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିପାରିଥିଲା ।ଏହି ପରିପ୍ରେକ୍ଷୀରେ କୋଣାର୍କ ନାଟ୍ୟଦୀପ ତରଫରୁ ପୁରୀ ଜିଲ୍ଲା ପେଷାଦାର ସାମ୍ବାଦିକ ସଙ୍ଘ ର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର , ସମାଜ ସେବୀ ତଥା ଶିକ୍ଷକ ରାମକୃଷ୍ଣ ମହାନ୍ତି, ଶକ୍ତି ଦେବ ଶତପଥୀ ଓ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବାସଙ୍ଗଠନର ସମ୍ପାଦକ କୁନାଲ ପାତ୍ର ଙ୍କୁ ସମ୍ବୋଦ୍ଧିତ କରାଯାଇଥିଲା ।ତାହାଛଡ଼ା ପୂର୍ଣ୍ଣଚନ୍ଦ୍ର ନାୟକ ଙ୍କୁ ଲୋକକଳା ସମ୍ମାନ ରେ ବିଭୂଷିତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ କୁ ଶିକ୍ଷକ ପ୍ରତାପ ରାଉତ୍ତ ସଂଜୋଯନା କରିଥିବା ବେଳେ ନାଟ୍ୟଦୀପ ର ନିର୍ଦ୍ଧେଶକ କାଳନ୍ଦୀ ଚରଣ ସ୍ୱାଇଁ ଓ ସହ ନିର୍ଦ୍ଧେଶକ ନିତ୍ୟାନନ୍ଦ ମହାରଣା ପରିଚାଳନା କରିଥିଲେ ।
I am regular visitor, how are you everybody. generic cialis This article posted at this web site is in fact pleasant.