ଆମ୍ବିଳିଗାଁ ରେ ଡ଼ିନାମାଇଟି ଫୁଟି ବାସ ଗୃହ କ୍ଷତି ଗ୍ରସ୍ତ ହେବା ଘଟଣା ,ପୁରୀ ଏସ୍ପି ଙ୍କୁ ତଦନ୍ତ ନିର୍ଦ୍ଧେଶ ଦେଲେ ଉଚ୍ଚନ୍ୟାଳୟ
କୋଣାର୍କ : ଗତ ମାସ ୭ତାରିଖରେ ତେଲ ସନ୍ଧାନ ଉଦ୍ୟଶ ରେ ଅଲଇଣ୍ଡିଆ ପକ୍ଷରୁ କୋଣାର୍କ ଥାନା ଅନ୍ତର୍ଗତ ମହଲପଡା ପଞ୍ଚାୟତ ତ ଆମ୍ବିଳୀଗାଁ ରେ ଭୁଗର୍ଭ ରେ ଏକାଧିକ ଡ଼ିନାମାଇଟି ଫୁଟାଯାଇ ପରୀକକ୍ଷଣ କରାଯିବା ସମୟରେ ୨ଶରୁ ଅଧିକ ବାସ ଗୃହ କ୍ଷତି ଗ୍ରସ୍ତ ହୋଇଥିଲା ।ଏହି ଘଟଣା ସମ୍ପର୍କରେ କ୍ଷତିଗ୍ରସ୍ତ ଲୋକ ମାନେ ଅଲ ଇଣ୍ଡିଆ ଲିମିଟେଡ଼େ ଓ ତାର ଠିକାଦାର ସଂସ୍ଥା ଆଲ୍ଲଜିଓ ଲିମିଟେଡ଼ ହାଇଦ୍ରାବାଦ ବିରୋଧରେ କୋଣାର୍କ ଥାନାରେ ଲିଖିତ ଆକାରରେ ଏତଲା ଦେଇଥିଲେ। କୋଣାର୍କ ଥାନା ପକ୍ଷରୁ ଗ୍ରାମବାସୀ ଙ୍କ ଏତଲା କୁ ଗ୍ରହଣ କରାଯାଇ କୋଣାର୍କ ପୋଲିସ ଘଟଣା ସ୍ଥଳ କୁ ଯାଇ ତଦନ୍ତ କରିବା ସହ ଗ୍ରାମବାସୀଙ୍କ ଦ୍ଵାରା ଅଟକାଯାଇଥିବା ଠିକାଦାର ସଂସ୍ଥା ର କର୍ମଚାରୀ ଓ ଗାଡି କୁ ପୋଲିସ ମୁକୁଳେଇ ସାଥିରେ ଆଣିଥିଲା ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗ୍ରାମ ବାସୀଙ୍କୁ ପୋଲିସ ପ୍ରତିଶ୍ରୁତି ମଧ୍ୟ ଦେଇଥିଲା। କିନ୍ତୁ କୋଣାର୍କ ପୋଲିସ ସଂସ୍ଥା ବିରୋଧ ରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ମହଲପଡା ସରପଞ୍ଚ ଇଂ ରାଜଶ୍ରୀ ପରିଡା ପୂନର୍ବାର ଗ୍ରାମବାସୀ ଙ୍କ ତରଫରୁ ଜାନୁୟାରୀ ୧୨ ରେ ଆଉଏକ ଏତଲା ମଧ୍ୟ କୋଣାର୍କ ଥାନାରେ ଦେଇଥିଲେ ।କିନ୍ତୁ କୋୖଣସି ଫଳ ନମିଳିବାରୁ ସରପଞ୍ଚ ଇଂ ପରିଡା ଏବିଷୟରେ ମାନ୍ୟବର ହାଇକୋର୍ଟ ର ଦ୍ଵାରସ୍ଥ ହୋଇଥିଲେ ।ମାନ୍ୟବର କୋର୍ଟ ଉକ୍ତ ଘଟଣାକୁ ବିଚାରକୁ ନେଇ ପୁରୀ ଏସ୍ପି ଙ୍କୁ ତଦନ୍ତ ନିର୍ଦେଶ ଦେବା ସହ ତିନିସପ୍ତାହ ମଧ୍ୟରେ ବିହିତପଦକ୍ଷେପ ନେବାକୁ ନିର୍ଦ୍ଧେଶ ଦେଇଛନ୍ତି। ଏବିଷୟରେ କୋଣାର୍କ ଥାନାଅଧିକାରୀ ରଞ୍ଜନ କୁମାର ମଲ୍ଲିକ ଙ୍କୁ ପଚାରିବାରେ ସେ କୁହନ୍ତି ।କୋଣାର୍କ ଥାନା ପକ୍ଷରୁ ଘଟଣା ସ୍ଥଳକୁ ଯାଇ ସମସ୍ତ ତଦନ୍ତ କରାଯାଇଛି ଏବଂ ଏବିଷୟରେ ପୁରୀ ଉପଜିଲ୍ଲାପାଳ ଓ ତହସିଲିଦାର ଙ୍କୁ ମଧ୍ୟ ଅବଗତ କରାଯାଇଛି । ସେମାନେ ଇନକ୍ୟୁଏରି ରିପୋର୍ଟ ଦେଲେ କେଶ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।