Odisha news

ସୂର୍ଯ୍ୟ ମନ୍ଦିର ଚର୍ତୁପାର୍ଶ୍ଵ ସୌନ୍ଦର୍ଯ୍ୟ କରଣ ପୂର୍ବରୁ ରାଜ୍ୟ ସରକାର ଅଞ୍ଚଳର ଜମିଜମା ସମସ୍ୟାର ସ୍ଥାୟୀ ସମାଧାନ କରନ୍ତୁ, ଭୂ ସୁରକ୍ଷା କ୍ରିୟାନୁଷ୍ଠାନ କମିଟି।

0
କୋଣାର୍କ : ଗତ ୨୬ ତାରିଖ ଦିନ ଭୂ ସୁରକ୍ଷା କ୍ରିୟାନୁଷ୍ଠାନ କମିଟିର ସଭାପତି ସୁକାନ୍ତ କୁମାର ମହାନ୍ତି ଙ୍କ ନେତ୍ୟୁତ୍ୱ ରେ ସ୍ଥାନୀୟ ରାମ ମନ୍ଦିର ପ୍ରାଙ୍ଗରେ  ୧୦ ଟି ମୌଜାର  ମୁରବୀ ମାନେ ଏକାଠି ହୋଇ ରାଜ୍ୟ ସରକାର ଙ୍କ ପାଖରେ ସେମାନେ ବସବାସ କରୁଥିବା ଭିଟାମାଟି ଓ ଜମି ଜମା ସମସ୍ୟାର  ସ୍ଥାୟୀ ସମାଧାନ ପାଇଁ ଦାବି ଉପସ୍ଥାପନ କରିଛନ୍ତି। ସେମାନଙ୍କ ର କହିବା ମୁତାବକ  ସେମାନେ ଦୀର୍ଘ ଦିନ ଧରି ଜମିଦାର ମାନଙ୍କ ଠାରୁ ବିଭିନ୍ନ ସୂତ୍ରରେ  ଲିଜ ତଥା ହାତ ପଟ୍ଟା ମାନପାଇ ଦଖଲ ମଡାଣ ବୁଝିପାଇ ଉକ୍ତ ଲିଜ ଦିବସ ଠାରୁ ଜମିଦାରୀ ସତ୍ତ୍ୱ ରେ ଵଂଶାନୁକ୍ରମେ ଭୋଗ ଦଖଲ କରି  ଚାଷବାସ କରି ରାଜସ୍ୱ ପ୍ରାପ୍ୟ ଜମିଦାରୀ ସିରସ୍ତ ରେ ଆଦାୟ ଦେଇ ନିୟମିତ ରୂପେ ଖଜଣା ପାଉତି ହାସଲ କରିବା ସହିତ ଉକ୍ତ ସମ୍ପତ୍ତି ର ଅନ୍ୟତ୍ର ବିକ୍ରି ଓ ଖରିଦି ,ବନ୍ଧକ ଆଦି କରି ପାରୁଥିଲେ। ମାତ୍ର  ଜମିଦାର ଉଚ୍ଛେଦ ପରେ ସରକାର ଉକ୍ତ ୧୦ଟି ମୌଜାର ବାସିନ୍ଧାର ପ୍ରଜା ସ୍ୱୀକାର କରି ଉକ୍ତ ଭୋଗ ଦଖଲ ଜମି ଗୁଡିକରୁ ପ୍ରଜାମାନଙ୍କଠାରୁ ପାଉତି କାଟି ଖଞ୍ଜଣା ମଧ୍ୟ ଆଦାୟ କରିଛନ୍ତି। ଉକ୍ତ ମୌଜାର ମାନଙ୍କ ରେ ହାଲ ବନ୍ଦୋବସ୍ତ ପ୍ରଚଳନ ହେବାପରେ ବନ୍ଦୋବସ୍ତ ଅଧିକାରୀ ପ୍ରଜାମାନଙ୍କର ଦଖଲ ଓ ଜମିଦାରଙ୍କ ଠାରୁ ହାସଲ କରିଥିବା ହାତ ପଟ୍ଟା ପାଉତିକୁ ତଦନ୍ତ ପୁର୍ବକ ବିଚାର କରି ପ୍ରଜାମାନଙ୍କନାମରେ ସ୍ଥିତିବାନ ସ୍ବତରେ ରେକର୍ଡ ପ୍ରସ୍ତୁତ କରାଇ ପ୍ରଜାମାନଙ୍କୁ ଡ୍ରାଫ୍ଟ ଖଟିୟାନ ପ୍ରଦାନ କରିଛନ୍ତି  ଯାହା ପ୍ରଜା ମାନେ ଉକ୍ତ ଖଟିୟାନ ବଳରେ ସେମାନଙ୍କ ଜମିକୁ ବିକ୍ରୟ, ବନ୍ଧକ ଓ ମିସିଲାନ୍ସ କେଶ ଗୃହଋଣ ସହିତ ପରିବାର ର ଆବଶ୍ୟକ କାମ ର ସାର୍ଟିଫିକେଟ ପାଇପାରୁଥିଲେ ।କିନ୍ତୁ ବର୍ତ୍ତମାନ ବନ୍ଦୋବସ୍ତ ଅଧିକାରୀ ପ୍ରଜା ମାନ ଙ୍କୁ ପ୍ରଦାନ କରାଯାଇଥିବା ଡ୍ରାଫ୍ଟ ଖାତିୟନ କୁ ରଦ୍ଦ କରି ଉକ୍ତ ୧୦ଟି ମୌଜାର ସମ୍ପତ୍ତିକୁ ସରକାରୀ ଖାତା ଭୁକ୍ତ କରିନେଇଛନ୍ତି ।ଯାହା ଦ୍ୱାରା ପ୍ରଜାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେମାନେ  ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି।  ଯଥା ମିସିଲାନ୍ସ  ସାଟିଫିକେଟ ପ୍ରଦାନ ,ବ୍ୟାଙ୍କ ରୁ ଋଣ ପ୍ରଦାନ, ଚାଷୀମାନଙ୍କର ଧାନ ବିକ୍ରୟ ,ଜମି କ୍ରୟ ବିକ୍ରୟ ଏବଂ ପ୍ରଧାନ ମନ୍ତ୍ରୀ ଆବାସ ପାଇବାରୁ ବଞ୍ଚିତ ହେଉଛନ୍ତି। ତେଣୁ କୋଣାର୍କ ବିକାଶ ପରିପ୍ରେକ୍ଷୀରେ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ର ନଟଫାଇନାଲ ଜମି ଏକ ବିରାଟ ସମସ୍ୟା ସୃଷ୍ଟି କରୁଥିବା  ଭୂ ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ଦର୍ଶାଇଛି।ତେଣୁ କୋଣାର୍କ ସୂର୍ଯ୍ୟ ମନ୍ଦିର ର ଚର୍ତୁପାର୍ଶ୍ୱ  ଉନ୍ନତି ପୂର୍ବରୁ ରାଜ୍ୟ ସରକାର ଏହି ଦଶଟି ମୌଜାର ଜମିଜମା ର ସମସ୍ୟାର ତୁରନ୍ତ ବିଚାରକୁ ନେଇ ନଟ ଫାଇନାଲ ଜମିକୁ ଫାଇନାଲ କରି ପ୍ରଜାମାନ ଙ୍କୁ ଜମିର ସ୍ଵତ୍ତ୍ୱ ପଟ୍ଟା ଦେବାକୁ କମିଟି ର ସଦସ୍ୟ ସର୍ବଶ୍ରୀ  ସୁକାନ୍ତ କୁମାର ମହାନ୍ତି,ଦିବାକର ନାୟକ, ଜ୍ଞାନରଞ୍ଜନ ନାୟକ, ପୀତବାସ ବେଉରା,ନଟବର ମହାରଣା,ରବୀନ୍ଦ୍ର ଦାସ, ନୀଳମଣି ଦାସ, ସୁମନ୍ତ ବେହେରା, ଜର୍ମାନୀ ନାୟକ,ନୃସିଂହ ପ୍ରସାଦ ନାୟକ ,ଶରତ ଚନ୍ଦ୍ର ରାଉତରାୟ ଙ୍କସହ ୧୦୦୦ ଦସ୍ତଖତ ସମ୍ବଳିତ ଏକ ଦାବି ପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ, ମୁଖ୍ୟ ସାଶନସଚିବ, ୫ଟି ସଚିବ ଓ ପୁରୀ ଜିଲ୍ଲାପାଳ ଙ୍କୁ ପ୍ରଦାନ କରିଛନ୍ତି  ଏବଂ ତୁରନ୍ତ ସେମାନଙ୍କ ର ସମସ୍ୟାର ସମାଧାନ ପାଇଁ ସେମାନେ ନିବେଦନ କରିଛନ୍ତି।
Leave A Reply