Odisha news

ନାରୀନେତ୍ରୀ ରତ୍ନମାଳୀ ଜେମାଙ୍କ ଶ୍ରାଦେ୍ଧାସôବ ପାଳିତ

0

ଜଗତସିଂହପୁର,୨୯ା୧: ଜଗତସିଂହପୁର ସାରସ୍ୱତ ପରିଷଦ ପକ୍ଷରୁ ଆଜି ସ୍ଥାନୀୟ ତରଡାପଡା ସ୍ଥିତ ଟାଇମ୍ସ ଗୁରୁକୁଳ ପରିସରରେ ନାରୀନେତ୍ରୀ, ସ୍ୱାଧୀନତା ସଂଗ୍ରାମୀ, ତଥା ପୂର୍ବତନ ବିଧାୟିକା ରତ୍ନମାଳୀ ଜେମାଙ୍କ ସପ୍ତମ ଶ୍ରାଦେ୍ଧାସôବ ପାଳିତ ହୋଇଯାଇଛି । ପରିଷଦର ସଭାପତି ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ଏଥିରେ ସଭାପତିତ୍ୱ କରି କୁଜଙ୍ଗ ଷଣ୍ଢ ରାଜବଂଶର ଉତ୍ତର ଦାୟାଦ ଏବଂ ପୂର୍ବତନ ଉପବାଚସ୍ପତି ନାରାୟଣ ବୀରବର ସାମନ୍ତଙ୍କ ସହଧର୍ମିଣୀ ସ୍ୱର୍ଗତା ରତ୍ନମାଳୀ ଜେମା ସମାଜ ସେବାରୁ ନିଜର କର୍ମମୟ ଜୀବନ ଆରମ୍ଭ କରି ଭାରତର ମୁକ୍ତି ସଂଗ୍ରାମରେ ଝାସ ଦେଇ ନାରୀ ଜାତି ପାଇଁ ଉଦାହରଣ ସୃଷ୍ଟି କରିଯାଇଛନ୍ତି ବୋଲି କହିଥିଲେ ।

ସଭାର ଆରମ୍ଭରେ ଗୁରୁକୁଳର ଚେୟାରମ୍ୟାନ ରଶ୍ମୀରଞ୍ଜନ ମିଶ୍ର ଅତିଥିମାନଙ୍କର ପରିଚୟ ପତ୍ର ପ୍ରଦାନ କରିଥିବା ବେଳେ ଅଧ୍ୟକ୍ଷା ସୈାଦାମିନୀ ସାହୁ ସ୍ୱାଗତ ଭାଷଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ କମଳ ଲୋଚନ ବିଶ୍ୱାଳ, ବିଚିତ୍ରା ନନ୍ଦ ତ୍ରିପାଠୀ, ପ୍ରକାଶ ଚନ୍ଦ୍ର ନାୟକ, ସେକ୍ ସୈକତ ଅଲ୍ଲୀ, ପ୍ରକାଶ କୁମାର ଲେଙ୍କା, ସୁଶ୍ରୀ ଅଞ୍ଜୁଷା ଯୋଗ ଦେଇ ରତ୍ନମାଳୀ ଜେମାଙ୍କର ତ୍ୟାଗପୁତ ଜୀବନ ଓ କୁଜଙ୍ଗ ସାମନ୍ତ ପରିବାରର ଓଡିଆ ସାହିତ୍ୟକୁ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ସ୍ମୃତିଚାରଣ ସଭାରେ ତରଡାପଡା ଆଇ.ଟି.ଆଇର ଛାତ୍ର ବିଜୟ କୁମାର ସାହୁ, ଶେଖର ସତ୍ୟ ସ୍ମୃତି ଦାସ, ଅବିନାଶ ସାହୁ ଓ ଦେବାଶିଷ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଏହି ସଭାରେ ଭକ୍ତକବି ମଧୁସୂଦନ ରାଓଙ୍କ ୧୬୮ତମ ଜୟନ୍ତୀ ଅବସରରେ ତାଙ୍କର ସ୍ମୃତିଚାରଣ ମଧ୍ୟ କରାଯାଇ ତାଙ୍କ ରଚିତ ‘ବର୍ଣ୍ଣବୋଧ’ ସବୁଦିନପାଇଁ କାଳଜୟୀ ରହିବ ବୋଲି ଏହି ସଭାରେ ମତ ପ୍ରକାଶ ପାଇଥିଲା । ଶେଷରେ ସସ୍ମିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Govt
Leave A Reply