ବିଶ୍ଵପର୍ଯ୍ୟଟନ ସ୍ଥଳି କୋଣାର୍କ ରେ ଆୟୋଜିତ ହୋଇଛି ଉତ୍କଳ ସାମ୍ବାଦିକ ସଙ୍ଘ ର 76ତମ ପ୍ରତିଷ୍ଠା ଦିବସ । ଏହି ଉପଲକ୍ଷେ କୋଣାର୍କ ଯାତ୍ରୀନିବାସ ସମ୍ମିଳନୀ ପରିସରରେ ସୋମବାର ଦିନ ଚତୁର୍ଥ ସ୍ତମ୍ଭ ଭାବେ ପରିଚିତ ଗଣମାଧ୍ୟମ ର ପ୍ରତିନିଧି ମାନଙ୍କୁ ନେଇ ଏହି ପ୍ରତିଷ୍ଠା ଦିବସ ପାଳନ କରାଯାଇଛି।ଯେଉଁଥିରେ ସାରା ରାଜ୍ୟ ର ୩୦ ଜିଲ୍ଲା ରୁ ସମସ୍ତ ଜିଲ୍ଲାର ସଭାପତି ସମ୍ପାଦକ ଙ୍କ ସହ ଅନ୍ୟାନ୍ୟ କର୍ମକର୍ତା ମାନେ ଯୋଗ ଦେଇଥିଲେ।ଉତ୍କଳ ସାମ୍ବାଦିକ ସଙ୍ଘ ର ସଭାପତି ବିଭୂତି ଭୂଷଣ କର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ରାଜ୍ୟ ସ୍ତରୀୟ ସମାବେଶରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ଓଡିଶା ରାଜନୀତିର ଚର୍ଚ୍ଚିତ ବ୍ୟକ୍ତିତ୍ବ ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ରାଜ୍ୟ ଯୋଜନବୋର୍ଡ଼ ର ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ,ଓଟିଡିସି ର ଅଧକ୍ଷା ଶ୍ରୀମୟୀ ମିଶ୍ର, ରାଜ୍ୟ ସୂଚନା କମିସନ ଦିଲ୍ଲୀପ ବିଶୋଇ,ଅସ୍ତରଙ୍ଗ ବ୍ଲକ ର ଅଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ ଓ ପୁରୀ ଜିଲାପରିଷଦ ଅଧ୍ୟକ୍ଷ ଜ୍ୟୋତ୍ରିମୟ ଦଳାଇ ପ୍ରଥମେ ସମସ୍ତ ଅତିଥି ମାନଙ୍କୁ ମଞ୍ଚ କୁ ସ୍ଵାଗତ କରାଯାଇଥିଲା ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଉଦେଶ୍ୟ ରେ ପ୍ରଦୀପ ପ୍ରଜ୍ଵଳନ କରାଯାଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା।
ଏହି ଅବସର ରେ ଉତ୍କଳ ସାମ୍ବାଦିକ ସଂଘ ଦ୍ଵାରା ” ଓଡିଶା ବାର୍ତାଜୀବୀ ” ନାମକ ଏକ ଖବର କାଗଜ ଉନ୍ମୋଚିତ ହୋଇଥିଲା।ପରେ କୋଣାର୍କ ର ସଙ୍ଗୀତ ବିଦ୍ୟାଳୟ ର ଛାତ୍ରଛାତ୍ରୀ ତଥା ଗୁରୁ କାଳନ୍ଦୀ ପାଢ଼ୀ ଙ୍କ ଦ୍ଵାରା ପରିବେଷିତ ହୋଇଥିଲା ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମ। ସମ୍ବାଦିକ ଙ୍କ କର୍ମ ଜୀବନ ଓ ସାମ୍ବାଦିକତା ର ଲକ୍ଷ ଓ ଉଦେଶ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା।କିଭଳି ସାମ୍ବାଦିକ ଜୀବନ ଏକ ସଙ୍ଘର୍ଷ ମୟ, ସତ୍ୟ ଘଟଣା ଉପରେ ଆଧାରିତ କୌଣସି ଖବର ପରିବେଷଣ କରାଗଲେ କିଭଳି ଗଣମାଧ୍ୟମ ର କଣ୍ଠରୋଧ କରାଯାଉଛି ଏବଂ ଗଣମାଧ୍ୟମ ର ସମ୍ପୁର୍ଣ୍ଣ ସ୍ଵାଧୀନତା ପାଇଁ କେଉଁ ପଦକ୍ଷେପ ନେବା ଆବଶ୍ୟକ ତାହା ଆଲୋଚନା ହୋଇଥିଲା ।
ପରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ପୁରୀ ଜିଲ୍ଲାର ନୂତନ ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟପରିଷଦ ସଭ୍ୟ ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର ଙ୍କୁ ସର୍ଵ ସମ୍ମତି କ୍ରମେ ନିର୍ବାଚିତ କରାଯାଇଥିଲା ।ଏବଂ ବିଭିନ୍ନ ଜିଲ୍ଲା ରେ ଉଲ୍ଲେଖ ନିୟ ସାମ୍ବାଦିକତା କ୍ଷେତ୍ରରେ ସାମ୍ବାଦିକ ଙ୍କୁ ସମ୍ମାନିତ କରାଯାଇଥିଲା ।ମାନ୍ୟବର ପୂର୍ବତନ୍ତ୍ର ମନ୍ତ୍ରୀ ସୁରନ୍ଦ୍ର ନାଥ ନାୟକ ଓ ଦିଲ୍ଲୀପ ବିଷୋୟୀ ଙ୍କୁ ସେମାନଙ୍କୁ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଆଜୀବନ ଜନସେବା ପାଇଁ ସମ୍ମାନିତ କରାଯାଇଥିଲା।
ପରିଶେଷରେ ରାଜ୍ୟ ସରକାର ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ କିପରୀ 60 ବର୍ଷ ପରେ ଭତ୍ତା ଯୋଗାଇଦେବା ସହ ନିଜ ପରିବାରକୁ ସୁରକ୍ଷା ପ୍ରଦାନ କରିବାପାଇଁ ସହଯୋଗ କରିବେ ତାହା ଦାବି ଉପସ୍ଥାପିତ ହୋଇଥିଲା। ଏହି ପରିପ୍ରେକ୍ଷରେ ସୋମବାର ସକାଳୁ ରାଜ୍ୟ ର ସମସ୍ତ ଜିଲ୍ଲାର ସାମ୍ବାଦିକ ମାନଙ୍କୁ ନେଇ ଚନ୍ଦ୍ରଭାଗା ଠାରେ ସଫେଇ ,ଯୋଗ ଓ ଛୋଟା ବାବା ଙ୍କ ଆଶ୍ରମ ପରିସରରେ ରାଜ୍ୟ ସଭାପତି ବିଭୂତି ଭୂଷଣ କର ଙ୍କ ନେତୁତ୍ୟୁ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଏହିକାର୍ଯ୍ୟକ୍ରମକୁ କୋଣାର୍କ ପ୍ରେସ କ୍ଲବ ର ସମସ୍ତ କର୍ମ କର୍ତ୍ତା ମାନେ ପରିଚାଳନା କରିଥିଲେ।