Odisha news

ଉପଖଣ୍ଡ ସ୍ତରୀୟ ୧୧ତମ ଜାତୀୟ ଭୋଟର ଦିବସ ପାଳିତ

0
ବ୍ରହ୍ମପୁର: ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ୧୧ତମ ଜାତୀୟ ଭୋଟର ଦିବସ ଆଜି ବ୍ରହ୍ମପୁର ଟାଉନ ହଲଠାରେ କୋଭିଡ କଟକଣା ନିୟମ ଅନୁଯାୟୀ ପାଳନ କରାଯାଇଅଛି । ଏହି ଜାତୀୟ ଭୋଟର ଦିବସର ମୁଖ୍ୟ ଅତିଥି ଭାବେ ମାନ୍ୟବର ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଶ୍ରୀଯୁକ୍ଳ ଟି.ଆଓ , ଯୋଗଦେଇ ଆମ ଭାରତ ବର୍ଷର ଗଣତନ୍ମ ଓ ପରମ୍ପରା ଉଚ୍ଚକୋଟୀର ଓ ଭାରତ ବର୍ଷ ସବୁଠାରୁ ବୃହତ ଗଣତନ୍ତ୍ର ଉତ୍ସବର ସମ୍ବିଧାନ ଦିବସ ବା ଭୋଟ ପ୍ରଦାନ କରିବା ଦିବସ ବୋଲି ମତବ୍ୟକ୍ତ କରିଥିବା ବେଳେ ସମ୍ମାନିତ ଅତିଥୀ ଭାବେ ବ୍ରହ୍ମପୁର ମହାନଗର ନିଗମ କମିଶନର ଡ.ସିଦ୍ଧେଶ୍ଵର ବଳିରାମ ବନ୍ଦାର ଆମେ ନିଜ ଦେଶର ଗଣତନ୍ତ୍ର ପରମ୍ପରାର ମର୍ଯ୍ୟାଦା ବଜାୟ ରଖିବା ସହ ସମସ୍ତ ବିଏଲ୍ଓ ଏବଂ ସୁପ୍ରଭାଇଜର୍ ମାନଙ୍କୁ ନିଷ୍ଠାର ସହିତ ଭଲ କାମ କରିବା ପାଇଁ ପରାମର୍ଶ ଦେଇଥିଲେ ।
ଏହି ୧୧ତମ ଜାତୀୟ ଭୋଟର ଦିବସ ଅବସରରେ ଗଣତନ୍ତ୍ରର ସୁରକ୍ଷା ଲାଗି ଶାନ୍ତି ପୂର୍ଣ୍ଣ ନିର୍ବାଚନର ଗରିମାକୁ ଅକ୍ଷୁର୍ଣ୍ଣ ରଖୁ ନିର୍ଭିକ ହୋଇ ଜାତି , ଧର୍ମ , ବର୍ଣ୍ଣ , ଗୋଷ୍ଠୀ , ଭାଷା ଏବଂ କୌଣସି ପ୍ରଲୋଭନରେ ପ୍ରଭାବିତ ନ ହୋଇ ନିଜ ମତାଧୁକାରର ପ୍ରୟୋଗ କରିବା ଏବଂ ବିଏଲ୍ଓ ଏବଂ ସୁପ୍ରଭାଇଜର୍ ମାନଙ୍କର କାର୍ଯ୍ୟଦକ୍ଷତାକୁ ପ୍ରସଂଶା କରିଥିଲେ ଉପଜିଲ୍ଲାପାଳ ଶ୍ରୀ ଭି , କୀର୍ତ୍ତି ଭାସନ । ଆଜିର ଏହି ଜାତୀୟ ଭୋଟର ଦିବସ ଅବସରରେ ଭଲ କାମ କରିଥିବା ବିଏଲ୍ଓ ଏବଂ ସୁପ୍ରଭାଇଜର୍ ମାନଙ୍କୁ ପ୍ରଶଂସାପତ୍ର ମୁଖ୍ୟ ଅତିଥିଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା । ସେହିପରି ନୂଆ ଭୋଟର ପରିଚୟ ପତ୍ର ପାଇଥିବା ଯୁବକ ମାନଙ୍କୁ ମଧ୍ୟ ଭୋଟର କାର୍ଡ ପ୍ରଦାନ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥିଙ୍କ ଦ୍ବାରା ଇ – ଇ.ପି.ଆଇ.ସି କାଉଣ୍ଟର ବ୍ରହ୍ମପୁର ମହାନଗର ନିଗମ ଏବଂ ଉପ – ଜିଲ୍ଲାପାଳ ଅଫିସ ପାଇଁ ଉନ୍ମୋଚନ କରାଯାଇଅଛି । ଜାତୀୟ ଭୋଟର ଦିବସରେ ସମ୍ମାନିତ ଅତିଥି ଓ ଉପସ୍ଥିତ ଥିବା ସମସ୍ତ କର୍ମଚାରୀଗଣ , ଜନସାଧାରଣ ଏବଂ ସାମ୍ବାଦିକମାନଙ୍କୁ ମୁଖ୍ୟ ଅତିଥ ( ମତ ଦାତାଙ୍କ ସଂକଳ୍ପକୁ ) ଶପଥ ପାଠ କରାଇଥିଲେ ।
ଶେଷରେ ଡେପୁଟି କଲେକ୍ଟର ଶ୍ରୀ ପଞ୍ଚାନନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଜାତୀୟ ଭୋଟର ଦିବସରେ ସମ୍ମାନିତ ଅତିଥୀ ଭାବେ ଡେପୁଟି କଲେକ୍ଟର ଶ୍ରୀ ପଞ୍ଚାନନ ପାତ୍ର , ଶ୍ରୀ ସୀପକ କୁମାର ପାତ୍ର , ତହସିଲଦାର ବ୍ରହ୍ମପୁର ଏବଂ ଶ୍ରୀ ତାପସ କୁମାର ରାଉତ ତହସିଲଦାର କନିସି ଯୋଗ ଦେଇଥିଲେ ଏବଂ ଉପ – ଜିଲ୍ଲାପାଳ କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଳ ଶ୍ରୀ ଡି , ମାଲେଶ୍ଵର ପାତ୍ର , ଶ୍ରୀ ବିନୋଦ କୁମାର ବେହେରା , ଶ୍ରୀ ପ୍ରଦୀପ କୁମାର ମହାରଣା ଏବଂ ଉପ – ଜିଲ୍ଲାପାଳ କାର୍ଯ୍ୟାଳୟର ସେକ୍ସନ ଅଫିସର ଶ୍ରୀ ବିବେକାନନ୍ଦ ଦଳେଇ ଓ ଡି . ଭେଙ୍କଟେଶ୍ୱର ରାଓ ବରିଷ୍ଠ ଷ୍ଟେନୋଗ୍ରାଫର ଏବଂ ଉପ – ଜିଲ୍ଲାପାଳ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଗଣ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ ପରିଚାଳନା କରିଥିଲେ ।ଏହି କାଯ୍ୟକ୍ରମରେ ଉପଜିଲ୍ଲାପାଳ କାଯ୍ୟାଳୟରେ କାଯ୍ୟରତ ରାମଚନ୍ଦ୍ର ବେହେରା, ଅଶ୍ୱିନୀ ଦାସଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତଥିଲେ ।
Leave A Reply