Odisha news

ପାର୍ଲ୍ୟାମେଣ୍ଟ କମିଟି ର ଏକ ଦଶ ଜଣିଆ ଟିମ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ।

0
କୋଣାର୍କ :  ସୋମବାର  ଅପରାହ୍ନରେ ପାର୍ଲିଆମେଣ୍ଟାରୀ କମିଟି ର ଏକ ଟିମ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି। ଏହି କମିଟି ରେ ୧୦ ଜଣ ସଦସ୍ୟ ରହିଥିଲେ। ପାର୍ଲିଆମେଣ୍ଟାରୀ କମିଟି ର ସଦସ୍ୟ ତଥା ଅଭିନେତା ମନୋଜ ତିୱାରୀଙ୍କ  ନେତୃତ୍ୱରେ ଏହି ଟିମ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଥିଲେ ।ଏହା ସହିତ  ଏହି କମିଟିର ସଦସ୍ୟ ମାନେ କୋଣାର୍କ ସୂର୍ଯ୍ୟ ମନ୍ଦିର ର ସ୍ଥିତି ଅନୁଧ୍ୟାନ କରିବା ସହ ଏହାର କଳା, ସ୍ଥାପତ୍ୟ କୁ ମଧ୍ୟ  ମନଭରି ଉପଭୋଗ କରି ଏହାକୁ  ତଦାରଖ କରିଥିଲେ। ପରେ କୋଣାର୍କ ସ୍ଥିତ ଆଇଓସିଏଲ ର ବାଖ୍ୟାନ କେନ୍ଦ୍ର ମଧ୍ୟ ପରିଦର୍ଶନ କରିଥିଲେ। ବାଖ୍ୟାନ କେନ୍ଦ୍ର  ପରିସର ରେ ପ୍ରଥମେ ସମସ୍ତ  ସଦସ୍ୟଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇ   ଭିତରକୁ ପାଛୋଟି ନିଆଯାଇଥିଲା।  କମିଟି ସୂର୍ଯ୍ୟ ମନ୍ଦିର ର ଏହି ଗ୍ରସ୍ତ ସମୟରେ ଏ ଏସ ଆଇ ର ସୁପରିଟେଣ୍ଡେଣ୍ଟ ଅରୁଣ  କୁମାର ମଲ୍ଲିକ,ସ୍ଥାନୀୟ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ  ପ୍ରଧାନ ଓ କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ ଙ୍କ ସହଯୋଗ ରେ ଏହି ଟିମ  ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଥିଲେ। ଏହା ପରେ ସମସ୍ତ ସାଂସଦ ପୁରୀ  ଗ୍ରସ୍ତ କରିଥିଲେ ।  କୋଣାର୍କ ପୋଲିସ ପକ୍ଷରୁ ଥାନାଧିକାରୀ  ରଞ୍ଜନ କୁମାର ମଲ୍ଲିକ ଙ୍କ ନେତୁତ୍ୟ ରେ ଉକ୍ତ ପାର୍ଲ୍ୟାମେଣ୍ଟ ଟିମ କୁ ସୁରକ୍ଷା ଯୋଗାଇଦିଆଯାଇଥିଲା । ଏହି  ପରିଦର୍ଶନ ଅବସରରେ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ଏହାର ଆବାହକ ଭାଗିରଥି ସ୍ଵାଇଁ ଓ ସମ୍ପାଦକ ରାମକୃଷ୍ଣ ମହାନ୍ତି  କମିଟି ର ସଦସ୍ୟ ମାନଙ୍କୁ ଭେଟି କୋଣାର୍କ ମନ୍ଦିରର କୁ ପ୍ରତି ଶନିବାର ଦିନ ପ୍ରବେଶ  ଫି ଛାଡ଼ ନିମନ୍ତେ  ଓ ମନ୍ଦିରର ସୁରକ୍ଷା ପାଇଁ ଏକ ଦାବି ପତ୍ର ପାର୍ଲ୍ୟାମେଣ୍ଟ  କମିଟି କୁ ପ୍ରଦାନ କରିଥିଲେ ।
Leave A Reply