Odisha news

ମୋ ବିଚ ର ସଫଳତା, ଚନ୍ଦ୍ରଭାଗା ସମୁଦ୍ରକୂଳରେ ୨୦ରୁ ଉର୍ଦ୍ଧ ଡ଼ଲଫିନ, ପୁରୀ ଜିଲ୍ଲାପାଳଙ୍କୁ ଶ୍ରେୟ ଦେଲେ ପରିବେଶବିତ

0
କୋଣାର୍କ : ପୁରୀଜିଲ୍ଲାପାଳ ବଲ୍ଲବନ୍ତ ସିଂ ଙ୍କ ଉଦ୍ୟମ ରେ କରାଯାଇଥିବା ମୋ ବିଚ ସଫେଇ ସହ ସୁସ୍ଥ ପରିବେଶ ପାଇଁ ପ୍ଲାଷ୍ଟିକ ଓ ଆବର୍ଜ୍ଜନା ମୁକ୍ତ ଭାବେ ପୁରୀ ରୁ ଚନ୍ଦ୍ରଭାଗା ସମୁଦ୍ର କୂଳ ପରିଷ୍କାର ଓ ପରିଛନ୍ନ ରହି ଏକ ସୁସ୍ଥ ପରିବେଶ ସୃଷ୍ଟି ହୋଇଛି। ଯେଉଁଥି ପାଇଁ ଏହି ପର୍ଯ୍ୟଟନ ୠତୁ ରେ ଚନ୍ଦ୍ରଭାଗା ଉପକୂଳ ରେ ୨୦ରୁ ଉର୍ଦ୍ଧ ଡ଼ଲଫିନ ସମୁଦ୍ର ଜଳରେ କ୍ରୀଡା କରିବା ସହ ଏଠାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କର ଚିତବିନୋଦନ କରୁଛନ୍ତି ଯାହା ପାଇଁ ପର୍ଯ୍ୟଟକ ମାନେ ଏହି ପ୍ରଜାତିର ଡ଼ଲଫିନ ଦେଖି ଅତୀବ ଆନନ୍ଦ ଅନୁଭବ କରୁଛନ୍ତି ଏବଂ ସମୁଦ୍ର କୂଳରେ ଦୀର୍ଘ ସମୟ ଅତିବାହିତ କରୁଥିବାର ପରିଲକ୍ଷିତ ହେଉଛି।ଏହି ଡ଼ଲଫିନ ଏଠାକୁ ଆସିବା ଘଟଣା କେବଳ ସାମୁଦ୍ରିକ ପରିବେଶ ସୁସ୍ଥ ଥିବା ନେଇ ଏହା ଏକ ଶୁଭ ସଂକେତ ବୋଲି ପରିବେଶ ବିତ ମାନେ ମତ ପ୍ରକାଶ କରିଛନ୍ତି।
ଆଗାମୀ ଦିନରେ ଏହି ଚନ୍ଦ୍ରଭାଗା ସମୁଦ୍ର କୂଳକୁ ଆବର୍ଜ୍ଜନା ଓ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଯଦି ଆହୁରି କଡା ପଦକ୍ଷେପ ନିଆଯାଏ ତାହାଲେ ଏଠାକୁ ଡ଼ଲଫିନ ଙ୍କ ସଂଖ୍ୟା ମାତ୍ରା ଧିକ ବଢ଼ି ପର୍ଯ୍ୟଟକ ମାନଙ୍କୁ ଚନ୍ଦ୍ରଭାଗା କୂଳରେ ଘଣ୍ଟା ଘଣ୍ଟା ଧରି ବାନ୍ଧି ରଖିବ ବୋଲି ମତ ପ୍ରକାଶ ପାଉଛି। ଏଠାରେ ସୂଚନା ଥାଉ କି ସମୁଦ୍ର ର ନିସିଦ୍ଧା ଅଞ୍ଚଳରେ ଅବାଧ ମାଛଧରା ବୋଟ ଓ ଟ୍ରଲର ଚାଲିବା ଯୋଗୁଁ ଡ଼ଲଫିନ ଓ ଅଲିଭି ରିଡଲେ କଇଁଛଙ୍କ ଜୀବନ ପ୍ରତି ବିପଦ ଦେଖଯାଉଛି ,ଯେଉଁଥି ପାଇଁ ଏହି ପ୍ରଜାତିର ବିଳର ସାମୁଦ୍ରିକ ଜୀଵ କୂଳକୁ ଆସିବା ପାଇଁ ବାଧା ସୃଷ୍ଟି ହେଉଛି।ତେଣୁ ସ୍ଥାନୀୟ ବନବିଭାଗ ସହ ସାମୁଦ୍ରିକ ଥାନା ଓ ଜିଲ୍ଳା ମଚ୍ୟ ବିଭାଗ  ମିଳିତ ଭାବେ  ଟ୍ରଲର ଚଳାଚଳ ଉପରେ କଡା ପଦକ୍ଷେପ  ଗ୍ରହଣ କରିବାକୁ ଦାବି ହେଉଛି। ଏହି ବିରଳ ପ୍ରଜାତିର ସମୁଦ୍ର ଜୀବଙ୍କ ଜୀବନ ପ୍ରତି ଦୃଷ୍ଟି ଦେଇ   ପୁରୀ ଜିଲ୍ଲାପାଳ ଦୃଢ ପଦକ୍ଷେପ ନେବାକୁ  ବୁଦ୍ଧିଜୀବି ଓ ପରିବେଶ ବିତ ମାନେ  ଜିଲ୍ଲାପାଳ ଙ୍କୁ ନିବେଦନ କରିଛନ୍ତି।
Leave A Reply