କୋଣାର୍କ, ସେଂଚୁରିଅନ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର ଆନୁକୁଲ୍ୟରେ ଅନୁଷ୍ଠିତ ୨ ଦିନିଆ ୬ଷ୍ଠ ଆନ୍ତର୍ଜାତିୟ ଚନ୍ଦ୍ରଭାଗା କବିତା ମହୋତ୍ସବ ୨୦୨୦ କୋଣାର୍କ ଯାତ୍ରିନିବାସ ପରିସରରେ ରବିବାର ଅପରାହ୍ନରେ ଉଦ୍ୟାପିତ ହୋଇଯାଇଛି । ଏହି ଦୁୁଇ ଦିନିଆ କବିତା ମହୋତ୍ସବରେ ଶେଷ ଦିନରେ ନାରୀବାଦି, ସମତା, ଏକତା, ସ୍ୱାଧିନତା ଓ ଯୁନ ଚେତନା ଉପରେ ଆଲୋଚନା ପର୍ଯ୍ୟାଲୋଚନା ସହ କବିତା ପାଠ କରାଯାଇଥିଲା । କବି ଜୟନ୍ତ ମହାପାତ୍ର, ଅଶ୍ୱିନୀ କୁମାର, ସବିତା ସିଂ, ଏଜେ ଥୋମାସ, ସଠନୀବ ଖଣ୍ଡେକର,ଦୁର୍ଗାପ୍ରସାଦ ପଣ୍ଡା, ବିଜୟ ଉପାଧ୍ୟାୟ, ଚିରଶ୍ରୀ ଇନ୍ଦ୍ରସିଂ ଓ ଅଶୁମାନ କରଙ୍କ ସମେତ ସାଂପ୍ରତିକ କବିତା ଧାରା ଓ ଆଧୁନିକତା ଗଣତାନ୍ତ୍ରିକ ଦିଗ ବିଶେଷର ସମାଲୋଚନା କରିଥିଲେ । ଏହି ଉତ୍ସବରେ କବିତା ଓ ଆଲୋଚନା ଗ୍ରନ୍ଥ ଉନ୍ମୋଚନ ହୋଇଥିଲା ପ୍ରଭାସିନି ମହାକୁଢଙ୍କ ଅନୁଦି, ପଙ୍କଜ ସିଂ ଙ୍କ ଶ୍ରେଷ୍ଠ କବିତା, ଜୟନ୍ତ ମହାପାତ୍ରଙ୍କ ସଂପାଦିତ ଚନ୍ଦ୍ରଭାଗା ୨୦୨୦, ବିଜୟ ଉପାଧ୍ୟାୟଙ୍କ ଆଃ ଯାତ୍ରା, ବିଦ୍ୟୁତ ମହାପାତ୍ରଙ୍କ ସଙ୍କଳନ ଲକ୍ଷ୍ମୀ-ଏଣ୍ଡ ଦି ରିବେଲ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତିର ବିକାଶର ବୃଦ୍ଧି କରିବ ବୋଲି କବିତା ମହୋତ୍ସବର ନିର୍ଦେଶକ ଚନ୍ଦ୍ରଭାନୁ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଭାରତ ସହ ଅଷ୍ଟ୍ରିଆ ଓ ଫା୍ରନ୍ସର କବି ଓ କବୟତ୍ରୀ ସମୁହ ଏହି ଉତ୍ସବରେ ଯୋଗ ଦେଇ ନିଜର ଭାବ ଭାବାତ୍ମକ କବିତା ମାନ ଆବୃତି କରିଥିଲେ । ୬ଷ୍ଠ ଚନ୍ଦ୍ରଭାଗା କବିତା ମହୋତ୍ସବରେ ସେଂଚୁରିଅନ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ କବିତା ମହୋତ୍ସବ ପରିଚାଳନା କରିବା ସହ ଓଡିଶା ତଥା ଦେଶ ବିଦେଶରୁ ଆସିଥିବା ସାହିତ୍ୟିକ ମାନଙ୍କୁ ଚନ୍ଦ୍ରଭାଗା କବିତା ମହୋତ୍ସବରେ ଭାଗ ନେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକ ପ୍ରଦ୍ୟୁତ୍ ବିଶ୍ୱାଳ ଓ ସେଂଚୁରିଅନ ବିଶ୍ୱବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନେ ପରିଚାଳନା କରିଥିଲେ ।