କୋଣାର୍କ (Sangram Keshari Mohapatra) : ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ ରେ କୋଣାର୍କ ଏନଏସି ମାଘମେଳା ପଡ଼ିଆରେ ୭୦ଟି ଅସ୍ଥାୟୀ ଭେଣ୍ଡିଂ ଜୋନ କରି ଚନ୍ଦ୍ରଭାଗା ସମୁଦ୍ର କୂଳରେ ଥିବା ଝୁମ୍ପୁଡି ଦୋକାନୀ ମାନକୁ ଥଇଥାନ ପାଇଁ ନିଷ୍ପତି ନେଇ ଉକ୍ତ ପଡ଼ିଆରେ ଭେଣ୍ଡିଂ ଜୋନ ର କାର୍ଯ୍ୟ ଏନ୍ ଏ ସି ବୁଧବାର ଦିନ ଆରମ୍ଭ କରିଥିଲା ଏ ନେଇ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶ ପରେ ମାଘ ମେଳା ପଡ଼ିଆରେ ଏହି ଭେଣ୍ଡି ଜୋନ ନିର୍ମାଣକୁ କୋଣାର୍କ ସୁରକ୍ଷା ସମିତି ଓ ବିଶ୍ବହିନ୍ଦୁ ପରିଷଦର ବିରୋଧ କରି ଆନ୍ଦୋଳନ କରିବା ପାଇଁ ପ୍ରଶାସନ କୁ ଚେତାବନୀ ଦେଇଥିଲେ। ଏବଂ ପ୍ରଶାସନ ଏହାଉପରେ ପୁନର୍ବିଚାର ପାଇଁ ସେମାନେ ଅନୁରୋଧ କରିଥିଲେ। ଯେଉଁଥି ପାଇଁ ଏହାର ସମାଧାନ ପାଇଁ ଜିଲାପ୍ରଶାସନ ସହ ସ୍ଥାନୀୟ ଏନ ଏ ସି କର୍ତ୍ତୃପକ୍ଷ ଓ ଉଭୟ ସୁରକ୍ଷା ସମିତି ,ବିଶ୍ବହିନ୍ଦୁ ପରିଷଦ ଓ ଚନ୍ଦ୍ରଭାଗା ବଜାର କମିଟି ମୁଖ୍ୟ ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ପ୍ରଶାସନ କୋଣାର୍କ ଫେଷ୍ଟିଭାଲ ଓ ଇକୋରିଟ୍ରି ଉତ୍ସଵ ନିମନ୍ତେ ମାଘ ମେଳା ପଡ଼ିଆରେ ଆସ୍ଥାୟୀ ଭେଣ୍ଡିଂ ଜୋନ କରିବାକୁ ନିଷ୍ପତ୍ତି ନେଇଥିବା ପ୍ରକାଶ କରିଥିଲେ ।ଏବଂ ପରବର୍ତ୍ତୀ ସମୟରେ ପୁରୀ ଭଳି ସମୁଦ୍ର କୁଳ ରେ ସ୍ଥାୟୀ ଭେଣ୍ଡିଂ ଜୋନ କରି ବ୍ୟବସାୟୀ ଙ୍କୁ ଦେବା ପାଇଁ କହିଥିଲେବି ,ବିଶ୍ବହିନ୍ଦୁ ର କର୍ମକର୍ତ୍ତା ପ୍ରଶାସନର କଥାରେ ରାଯିହୋଇନଥିଲେ। ଏବଂ ସେମାନେ ସଂପୂର୍ଣ୍ଣ ଭାବେ ମାଘ ମେଳା ପଡିଆରେ ଭେଣ୍ଡିଂ ଜୋନ ନିର୍ମାଣ କୁ ବିରୋଧ କରିବାସହ ଆଜି ପିରୀ ଜିଲ୍ଳାପାଳ ବଲ୍ଲବନ୍ତ ସିଂ ଙ୍କୁ ଏବିଷୟରେ ଆଲୋଚନା ପାଇଁ ଭେଟିବେ ବୋଲି କୋଣାର୍କ ଶାଖା ବିଶ୍ବହିନ୍ଦୁ ପରିଷଦର ସଭାପତି ଭାଗିରଥି ସ୍ୱାଇଁ ଓ ସମ୍ପାଦକ ରଘୁନାଥ ମହାପାତ୍ର ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।ଏହିବୈଠକେ ପୁରୀର ଅତିରିକ୍ତ ଜିଲ୍ଲାପାଳ ବିନୟ ଭୂଷଣ ଦାସ, ନିମାପଡା ଏସଡିପିଓ ପ୍ରଦୀପ ଦଳାଇ,କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, କୋଣାର୍କ ଏନ ଏ ସିର ନିର୍ବାହୀ ଅଧିକାରୀ ଏମ୍ ଶ୍ରୀ ନିବାସ ,ସ୍ଥାନୀୟ ତହସିଲଦାର ପ୍ରେମାଂଶୁ ଚାନ୍ଦ ଙ୍କ ସହ କୋଣାର୍କ ସୁରକ୍ଷା ସମିତିର ସଭାପତି ବାଦଲ ଦାଶ ଓ ଚନ୍ଦ୍ରଭାଗା ବଜାର କମିଟିର ସଭାପତି ଭାସ୍କର ବେହେରା ପ୍ରମୁଖ ଉପସ୍ଥିତ ହୋଇ ଆଲୋଚନା କରିଥିଲେ।
