ପୁରୀ ହାଜତ ମୃତୁ୍ୟ ଘଟଣାରେ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଲା ବିଜେପି ବିଧାୟକ ଦଳ , ପୀଡିତ ପରିବାରକୁ ୧ କୋଟି ଟଙ୍କା ଆର୍ଥୀକ ସହାୟତା ଦିଅନ୍ତୁ ରାଜ୍ୟସରକାର : ପ୍ରଦୀପ୍ତ ନାଏକ
ପୁରୀ ହାଜତରେ ଜଣେ ଯୁବକଙ୍କୁ ପୋଲିସ ପିଟି ପଟି ହତ୍ୟା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ
ଲୋକଙ୍କ ସୁରକ୍ଷା ପାଇଁ ନିୟୋଜିତ ଥିବା ପୋଲିସ ଆଜି ହତ୍ୟାକାରୀ ପାଲଟିଛି
ଆଜିର ଦିବସକୁ କଳା ଦିବସ ବୋଲି ଘୋଷଣା କଲେ ବିରୋଧୀ ଦଳ ନେତା
ଏହି ଘଟଣାରେ ସଂପ୍ୃକ୍ତ ପୋଲିସଙ୍କ ବିରୁଦ୍ଧରେ ୩୦୨ ଦଫା ଲଗାଇ ଗିରଫ କରାଯାଉ
ପୋଲିସର ଏପରି ଦାୟୀତ୍ୱହୀନତା ଏବଂ ଅମାନବୀୟ କାର୍ଯ୍ୟପାଇଁ ପୁରୀ ଏସପିଙ୍କୁ ତୁରନ୍ତ ନିଲମ୍ବନ କରିବା
ଭୁବନେଶ୍ୱର,ତା.୧୯/୧୧: ରାଜ୍ୟରେ ଆଇନଶୃଙ୍ଖଳା ସଂପୂର୍ଣ୍ଣଭାବେ ବିପର୍ଯ୍ୟସ୍ତ ହୋଇ ପଡିଛି । ଲୋକଙ୍କ ସୁରକ୍ଷା ପାଇଁ ନିୟୋଜିତ ଥିବା ପୋଲିସ ଆଜି ହତ୍ୟାକାରୀ ପାଲଟିଛି । ପୁରୀ ହାଜତରେ ଜଣେ ଯୁବକଙ୍କୁ ପୋଲିସ ପିଟି ପଟି ହତ୍ୟା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ । ଗତ ରାତିରେ ସଂପୃକ୍ତ ଯୁବକଙ୍କୁ ଘରୁ ପୋଲିସ ଉଠାଇ ଆଣିବା ପରେ ଆଜି ତାଙ୍କର ମୃତୁ୍ୟ ହେବା ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କେବଳ ସେତିକି ନୁହେଁ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର ନକରିବା ଏବଂ ଶବଦାହ କରିବା ବେଳେ ଦସ୍ତଖତ ବଦଳରେ ଟିପ ଚିହ୍ନ ଲଗାଇ ଘଟାଣକୁ ଚପାଇ ଦେବାର ଅପଚେଷ୍ଟା କରାଯାଇଛି ବୋଲି ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ଅଭିଯୋଗ କରିଛନ୍ତି ।
ବିରୋଧୀ ଦଳ ନେତାଙ୍କ ନେତୃତ୍ୱରେ ବିଜେପି ବିଧାୟକ ପ୍ରତିନିଧୀ ଦଳ ପୁରୀ ଗସ୍ତ କରି ପୀଡିତ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ଘଟଣାର ସରଜମିନ ତଦନ୍ତ କରିଛି । ଏହି ଘଟଣାରେ ପୋଲିସ ଦାୟୀ ବୋଲି ସ୍ପଷ୍ଟ ପ୍ରମାଣିତ ହୋଇଛି । ବିରୋଧୀ ଦଳ ନେତା ଶ୍ରୀ ନାଏକ ଆଜିର ଦିବସକୁ କଳା ଦିବସ ବୋଲି କହିବା ସହ ରାଜ୍ୟସରକାର ପୀଡିତ ପରିବାରକୁ ୧ କୋଟି ଟଙ୍କା ଆର୍ଥୀକ ସହାୟତା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ।
ଏହି ଘଟଣାରେ ସଂପ୍ୃକ୍ତ ପୋଲିସଙ୍କ ବିରୁଦ୍ଧରେ ୩୦୨ ଦଫା ଲଗାଇ ଗିରଫ କରାଯାଉ । ପୋଲିସର ଏପରି ଦାୟୀତ୍ୱହୀନତା ଏବଂ ଅମାନବୀୟ କାର୍ଯ୍ୟପାଇଁ ପୁରୀ ଏସପିଙ୍କୁ ତୁରନ୍ତ ନିଲମ୍ବନ କରିବା ପାଇଁ ଶ୍ରୀ ନାଏକ ଦାବି କରିଛନ୍ତି ।
ଏହି ପ୍ରତିନିଧୀ ଦଳରେ ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର, ମୁଖ୍ୟ ସଚେତକ ମୋହନ ମାଝୀ, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ବ୍ରହ୍ମଗିରୀ ବିଧାୟକ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଉଦଳା ବିଧାୟକ ଭାସ୍କର ମଢେଇ, ସୁନ୍ଦରଗଡ ବିଧାୟିକା କୁସୁମ ଟେଟେଙ୍କ ସମେତ ବିଜେପି ବିଧାୟକ ପ୍ରମୁଖ ଉପସ୍ଥିତ ଥିଲେ ।
