Odisha news

କନ୍ଧମାଳର ୮ଟି ବ୍ଳକରେ ନୁଆ କୋଭିଡ ସଂକ୍ରମିତ ଶୁନ୍ : ୪ଟି ବ୍ଳକରେ ୬ ସଂକ୍ରମିତ ଚିହ୍ନଟ, ଜିଲ୍ଲାରେ ମୋଟ ୫,୮୬୨

0

ଫୁଲବାଣୀ,୧୯ା୧୧(Santosh Mishra) : କନ୍ଧମାଳ ଜିଲ୍ଲାର ୧୨ଟି ବ୍ଳକରୁ ୮ଟି ବ୍ଳକରେ ଆଜି ନୁଆ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଶୁନ୍ ରହିଥିବା ବେଳେ ଜିଲ୍ଲାର ଆଉ ୪ଟି ବ୍ଳକରେ ୬ ଜଣ ନୁଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକା୍ରନ୍ତଙ୍କ ସଂଖ୍ୟା ୫,୮୬୨ ହୋଇଛି । ସମସ୍ତ ଆକ୍ରାନ୍ତ ମାନଙ୍କ ମଧ୍ୟରୁ ଆଜି ସୁଦ୍ଧା ୫,୭୬୪ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୩୩ ରହିଛି ।

ଆଉ ୬୫ ଜଣ ସଂକ୍ରମିତ ବିଭିନ୍ନ କୋଭିଡ ହସପିଟାଲରେ ରହି ଚିକିସôିତ ହେଉଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଆଜିର ସଂକ୍ରମିତ ମାନଙ୍କ ମଧ୍ୟରୁ ଫୁଲବାଣୀ ପୌରାଂଚଳର ୨ଜଣ ସଂକ୍ରମିତ ରହିଛନ୍ତି । ଜିଲ୍ଲାର ଚକାପାଦ ବ୍ଳକରେ ୨ ଜଣ ଏବଂ ଟିକାବାଲି ଓ ତୁମୁଡିବନ୍ଧ ବ୍ଳକ ଅଂଚଳରେ ଜଣେ ଲେଖାଏଁ ନୁଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡିଛି । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଅତି ଅବଶ୍ୟକ ନଥିଲେ ଘରୁ ବାହାରିବାକୁ ବାରଣ କରାଯାଇଛି । ଅତି ଜରୁରୀ କାମରେ ବାହାରକୁ ବାହାରିବା ବେଳେ ମୁହଁରେ ମାସ୍କ ପିନ୍ଧିବା ସହିତ କୋଭିଡ ନିୟମକୁ ମାନି ଚଳିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି ।

Nalco
Leave A Reply