Odisha news

ଗଛରେ ପିଟିହେଲା ଫୋର୍ଡ଼ ଇକୋ ସ୍ପୋର୍ଟସ ଟିଟାନିୟମ : ଅଳ୍ପକେ ବର୍ତ୍ତିଲେ ୫ ଯାତ୍ରୀ

0

କୋଣାର୍କ : ରବିବାର ପ୍ରତ୍ୟୁଷରୁ ୫ଜଣ  ପର୍ଯ୍ୟଟକ ଭୁବନେଶ୍ୱର ରୁ କୋଣାର୍କ ବୁଲିବାକୁ ଆସୁଥିବା ଏକ ଦାମୀ ଗାଡି ଫୋର୍ଡ଼ ସ୍ପୋର୍ଟସ ଟିଟାନିୟମରେ ଯାହାର ନମ୍ବର ଓଡି୦୬ଏଚ ୩୧୧୧ ଦଶବାଟିଆ ଛକ ନିକଟସ୍ଥ ବଗଳେଇ ଗ୍ରାମ ରାସ୍ତାର ଡାହାଣ ପାର୍ଶ୍ୱ ରେ ଥିବା ଏକ କୃଷ୍ଣଚୂଡ଼ା ଗଛ ରେ ଭାରସାମ୍ୟ ହରାଇ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି।

ଗାଡିଟି ଗଛ ରେ ଏତେ ଜୋରରେ ପିଟିହୋଇଥିଲାଯେ ଗାଡିର  ଆଗ ଦୁଇ ଚକ ଆସ୍କିଲିରୁ ବାହାରିଯାଇ ଗାଡିଟିର ଆଗପଟ ସମ୍ପୂର୍ଣ୍ଣ ଭାଙ୍ଗି ଚୁର ମାର ହୋଇଯାଇଛି।କିନ୍ତୁ ଗାଡ଼ିରେ ଜୀବନ ରକ୍ଷା କାରି ୬ଟି ଵେଲନୁ ଥିବାରୁ ଗାଡ଼ିରେ ବସିଥିବା ୫ଜଣ ଯାତ୍ରୀ ଙ୍କ ର ବିଶେଷ କିଛି  କ୍ଷତି ନହୋଇ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି।

ଖବର ପାଇ କୋଣାର୍କ ଥାନା ଅଧିକାରୀ  ରଞ୍ଜନ କୁମାର ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି  ପ୍ରଥମେ ଆହତ ମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ରେ ପୁରୀ ବଡ଼ ଡ଼ାକ୍ତରଖାନା କୁ ପଠାଇ, ଉକ୍ତ ଦୁର୍ଘଟଣା ଗ୍ରସ୍ତ ଗାଡିଟିକୁ ଜବତ କରି ଥାନାକୁ ନେଇ ଏକ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି। ଏଠାରେ ସୂଚନା ଥାଉକି ଉକ୍ତ ଗାଡି ଚାଳକ ର  ଆଖି ପଡିଯିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଆହତ ଯାତ୍ରୀମାନେ ପ୍ରକାଶ କରିଛନ୍ତି।

Nalco
Leave A Reply