କୋଣାର୍କ : କୋଣାର୍କ ର ଚତୁରପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ନିମନ୍ତେ ଆବଶ୍ୟକ ହେଉଥିବା ଜମିପାଇଁ ସରକାରୀ ଜମିଜବର ଦଖଲ କରି କ୍ୟାବିନ ଓ ଉଠା ଦୋକାନ କରିଥିବା ବ୍ୟବସାୟୀ ମାନଙ୍କୁ ବୁଧବାର ଦିନ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂଙ୍କ ନିର୍ଦେଶରେ ଉଚ୍ଛେଦ ପକ୍ରିୟା ଆରମ୍ଭ ହୋଇଛି।
କୋଣାର୍କ ଏନ ଏ ସି ର ନୋଡାଲ ଅଫିସର ଭାଗିରଥି ବରାଳ ଙ୍କ ନେତୁତ୍ୟରେ ଏନ ଫୋର୍ସ ଟିମ ସାମିଲ ହୋଇ ଡୋଜର ଲଗାଇ କୋଣାର୍କ ମନ୍ଦିର ଠାରୁ ଲାବନ୍ୟ ଲଜ ପର୍ଯ୍ୟନ୍ତ ଓ ଲାବନ୍ୟ ଲ ଜ ଠାରୁ ଅର୍ବାନ ହାଟ ଭିତରେ ଥିବା ସରକାରୀ ଜାଗାରେ ହୋଇ ଥିବା ଅସ୍ଥାୟୀ ଦୋକାନୀ କୁ ଉଛେଦ କରାଯାଇଥିଲା।
ଏହି ଉଚ୍ଛେଦ ପକ୍ରିୟା ଆଗକୁ ଚାଲୁରହିବ ବୋଲି ଏନ ଏ ସି ର ନୋଡାଲ ଅଫିସର ଶ୍ରୀ ବରାଳ ସୂଚନା ଦେଇଛନ୍ତି।ଉଛେଦ ପକ୍ରିୟା ଆରମ୍ଭ ହୋଇଯାଇଥିବାରୁ କୋଣାର୍କ ରେ ସରକାରୀ ଜାଗାରେ ଜବର ଦଖଲ କରି ଦୋକାନ କରିଥିବା ବ୍ୟବସାୟୀମାନ ଙ୍କ ମନରେ ଛନକା ପଶିଛି।
