Odisha news

ତୃଷ୍ଣାର ନିର୍ବାଣ – ମହାଚେତନ ସମୁତ୍ଥାନ

0

ପ୍ରଫେସର ଡାକ୍ତର ମଞ୍ଜୁଶ୍ରୀ ନାୟକ : ମନୁଷ୍ୟର ଅନ୍ତରରେ ଏକ ଅନିର୍ବାଣ କ୍ଷୁଧା ରହିଛି । ସେହି କ୍ଷୁଧା ବଞ୍ଚôରହିବାର କ୍ଷୁଧା, ବଢ଼ି ଉଠିବାର କ୍ଷୁଧା, ବୃତ୍ତିର କ୍ଷୁଧା, ଆନନ୍ଦର କ୍ଷୁଧା, ଉପଭୋଗର କ୍ଷୁଧା, ଆତ୍ମବିକାଶର କ୍ଷୁଧା ଓ ଆତ୍ମ ଉପଲବ୍ଧିର କ୍ଷୁଧା । ଏହି ଆକୃତିର ପରିପୂରଣ ପଥରେ ସବୁଠାରୁ ବଡ଼ ବାଧା ହେଉଛି ମନୁଷ୍ୟର ବୃତ୍ତି ପ୍ରବୃତ୍ତିର ଶତୃତା । ମନୁଷ୍ୟର ବୃତ୍ତି ପ୍ରବୃତ୍ତିର ଅନ୍ୟନାମ ହେଉଛି ରିପୁ । ତାହା ବ୍ୟକ୍ତିଗତ ଜୀବନରେ ନାନା ଅସଙ୍ଗତି ସୃଷ୍ଟିକରେ । ବ୍ୟକ୍ତିଗତ ଶାନ୍ତି ଓ କଲ୍ୟାଣକୁ ବ୍ୟାହତ କରେ । ସମଷ୍ଟିଗତ ଭାବରେ ଏହି ବୃତ୍ତି ପ୍ରବୃତ୍ତି ମନୁଷ୍ୟକୁ ଈଶ୍ୱର ଓ ବିଶ୍ୱ ପରିବେଶ ଠାରୁ ଦୂରରେ ରଖି ସମଷ୍ଟିଗତ ଶାନ୍ତି ଓ କଲ୍ୟାଣ ପଥରେ ଦ୍ୱନ୍ଦ୍ୱ ସଂଘାତ ଓ ବିଘ୍ନର ସୃଷ୍ଟିକରେ । ତେଣୁ ବୃତ୍ତି ପ୍ରବୃତ୍ତିର ନିୟନ୍ତ୍ରଣ ଓ କଲ୍ୟାଣକର ବିନିଯୋଗର ଏକାନ୍ତ ଆବଶ୍ୟକତା ରହିଛି ଓ ଏହା ହିଁ ହେଉଛି ମାନବ କଲ୍ୟାଣର ମୂଳଭିତ୍ତି ।

ଏହାପାଇଁ ସର୍ବପ୍ରଥମ ଯାହା ପ୍ରୟୋଜନ ତାହା ହେଉଛି – ଅନ୍ତରର ସମସ୍ତ ଯୋଗାବେଗ ନେଇ ବୃତ୍ତିପ୍ରବୃତ୍ତିର ଅଧୀଶ୍ୱର ଯିଏ, ଜ୍ଞାନ ଓ ପ୍ରେମସ୍ୱରୂପ ତାଙ୍କ ଠାରେ ଶରଣାପନ୍ନ ହୋଇ ଦେବଗୁଣକୁ ଆୟତ୍ତ କରିବ । ଜଗତରେ ଦୁଇପ୍ରକାର ମନୁଷ୍ୟ ଅଛନ୍ତି । ସତ୍ତା ପ୍ରଧାନ ଓ ପ୍ରବୃତ୍ତି ପ୍ରଧାନ । ସତ୍ତାପ୍ରଧାନ ଯେଉଁମାନେ ସେମାନେ କାମ କ୍ରୋଧ ଓ ଇତ୍ୟାଦି ପ୍ରବୃତ୍ତି ଗୁଡ଼ିକୁ ସତ୍ତାର ସେବାରେ ଲଗାନ୍ତି ବା ଜୀବନ ଓ ବୃଦ୍ଧିର ସେବାରେ ବ୍ୟବହାର କରନ୍ତି । ପ୍ରବୃତ୍ତି ପ୍ରଧାନ ମନୁଷ୍ୟ ଗୁଡ଼ିକ ସତ୍ତା ବା ଜୀବନକୁ ପ୍ରବୃତ୍ତିର ସୁଖରେ ଲଗାନ୍ତି ବା ପ୍ରବୃତ୍ତି ଦ୍ୱାରା ପରିଚାଳିତ ହୋଇ ବିବେକର ଆହ୍ୱାନକୁ ବିସର୍ଜ୍ଜନ ଦେଇ କୁକର୍ମରେ ମାତି ରହନ୍ତି । ପ୍ରବୃତ୍ତି ଉପଭୋଗ ନିମିତ୍ତ ସେମାନେ ସମସ୍ତ କର୍ମ କରିପାରନ୍ତି । ଜୀବନର ପ୍ରୟୋଜନ ତାଙ୍କ ପାଖରେ ଗୌଣ, ଇନ୍ଦ୍ରିୟ ପରିତୃପ୍ତି ହିଁ ତାଙ୍କ ଜୀବନର ସର୍ବଶ୍ରେଷ୍ଠ ଲକ୍ଷ୍ୟ । ଈଶ୍ୱରଙ୍କର ବ୍ୟକ୍ତ ପ୍ରତୀକ ହେଉଛନ୍ତି ଇଷ୍ଟ ବା ସଦ୍ଗୁରୁ । ତାଙ୍କୁ ଆଶ୍ରୟ କରି ଈଶ୍ୱରପ୍ରାପ୍ତିରେ ଉପନୀତ ହେବା ହିଁ ମାନବ ଜୀବନର ସର୍ବଶ୍ରେଷ୍ଠ ଲକ୍ଷ୍ୟ । ଇଷ୍ଟପଥରେ ସହାୟକ ହେଲେ ରିପୁ ବା ପ୍ରବୃତ୍ତିଗୁଡ଼ିକ ଆଉ ଶତୃ ନହୋଇ ମିତ୍ର ହୋଇ ଉଠନ୍ତି । ଅଚୁ୍ୟତ ଇଷ୍ଟନିଷ୍ଠ ସାଧକ ପାଖରେ ରିପୁଗୁଡ଼ିକ ଅନିଷ୍ଟ କରିବାର କ୍ଷମତା ହରାଇଥାନ୍ତି, ବରଂ ତାହା ସାଧନ ପଥରେ ସହାୟକ ହୋଇ ଭୃତ୍ୟ ପରି ସେହି ଇଷ୍ଟାନୁରକ୍ତ ପୁରୁଷର ସେବା କରିବାକୁ ବାଧ୍ୟ ହୁଅନ୍ତି ।

ଆତ୍ମେନ୍ଦ୍ରିୟ ପ୍ରୀତିଇଛା ତାକୁ କୁହେ କାମ, କୃଷ୍ଣ୍ରେନ୍ଦି୍ରୟ ପ୍ରୀତି ଇଚ୍ଛା ତାକୁ ବୋଲେ ପ୍ରେମ୍ ସେଥିପାଇଁ ଯୁଗପୁରୁଷୋତ୍ତମ ଭଗବାନ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ତାଙ୍କର ଭକ୍ତମାନଙ୍କୁ କହିଲେ – “”ଅର୍ଥ, ମାନ, ଯଶ ଇତ୍ୟାଦି ପାଇବା ଆଶାରେ ମୋତେ ଠାକୁର ସଜାଇ ଭକ୍ତ ହୁଅନାହିଁ । ସାବଧାନ ହୁଅ ଠକିଯିବ । ତୁମ ଭିତରେ ଠାକୁରତ୍ୱ ଜାଗ୍ରତ ନହେଲେ କେହି ତୁମର କେନ୍ଦ୍ର ନୁହଁନ୍ତି । ଠାକୁର ବି ନୁହଁନ୍ତି । ଫାଙ୍କି ଦେଲେ ଫାଙ୍କି ହିଁ ପାଇବ । କାମିନୀ ଠାରୁ କାମ ବାଦ ଦେଲେ ହିଁ ସେ ମା ହୋଇ ପଡ଼ନ୍ତି । ବିଷ ଅମୃତ ହୋଇଗଲା । ଆଉ ମା କେବଳ ମା ହିଁ । ପ୍ରତ୍ୟେକଙ୍କର ମା ହିଁ ଜଗଜ୍ଜନନୀ, ପ୍ରତ୍ୟେକ ଝିଅ ହିଁ ନିଜ ମା’ର ବିଭିନ୍ନ ରୂପ ।

ଏହିପରି ଭାବିବାକୁ ହୁଏ ।” ଭକ୍ତଅର୍ଜ୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କୁ ଜଣାଇଥିଲେ – ପ୍ରଭୁ ମନ ବଡ଼ ଚଞ୍ଚଳ । ବଡ଼ ପୀଡ଼ାଦାୟକ । ବାୟୁକୁ ନିୟନ୍ତ୍ରିତ କରିବା ଯେଭଳି ଦୁଃସାଧ୍ୟ, ମନକୁ ସଂଯତ କରିବା ମଧ୍ୟ ସେଭଳି ସୁଦୁଷ୍କର । ତାହାହେଲେ ଉପାୟ କ’ଣ ? ଅତି ସହଜ ଭାଷାରେ କୁଳମାଲିକ ପୟଗମ୍ବର ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର କହିଲେ – ମୋର କାମ କ୍ରୋଧାଦି ଗଲା ନାହିଁ, ଗଲା ନାହିଁ ବୋଲି ଚିକ୍ରାର କଲେ ସେଗୁଡ଼ିକ ଯାଏ ନାହିଁ । ଏପରି କର୍ମ ଓ ଚିନ୍ତା ଅଭ୍ୟାସ କରିନେବାକୁ ହୁଏ ଯେଉଁଥିରେ କାମ କ୍ରୋଧାଦିର ଗନ୍ଧ ବି ନଥିବ । ମନ ଯାହା ଦ୍ୱାରା ଏ ସବୁ ଭୁଲିଯିବ । ମନରେ କାମ କ୍ରୋଧାଦିର ଭାବ ନ ଆସିଲେ କିଭଳି ତାହା ପ୍ରକାଶ ପାଇବ ? ଉପାୟ-ଉଚ୍ଚତର ଉଦାର ଭାବରେ ନିମଜ୍ଜିତ ରହିବା । ସୃଷ୍ଟିତତ୍ତ୍ୱ, ଗଣିତବିଦ୍ୟା, ରସାୟନ ଶାସ୍ତ୍ର ଇତ୍ୟାଦିର ଆଲୋଚନାରେ କାମରିପୁର ଦମନ ହୁଏ । କାମିନୀ କାଞ୍ଚନ ସମ୍ବନ୍ଧୀୟ ଯେ କୌଣସି ରକମର ଆଲୋଚନା ହିଁ ଏଥିରେ ଆସକ୍ତି ଆଣିଦେଇ ପାରେ । ଏସବୁ ଆଲୋଚନାରୁ ଯେତେ ଦୂରରେ ରହିହୁଏ ସେତେ ହିଁ ଭଲ ।

Leave A Reply