କୋଣାର୍କ : ରାଜ୍ୟ ଆୟୁଷ ଡାକ୍ତର ସଂଘର ନିଷ୍ପତି କ୍ରମେ ଶୁକ୍ରବାର ଠାରୁ ଜିଲ୍ଲାର ସମସ୍ତ କାର୍ଯ୍ୟ ରତ ଆୟୁଷ ଡାକ୍ତର ମାନେ କଳାବ୍ୟାଚ ପିନ୍ଦି କାର୍ଯ୍ୟ ଆରମ୍ଭ କରିଛନ୍ତି।ଏହି ପରିପ୍ରେକ୍ଷୀରେ କୋଣାର୍କ କୋଭିଡ଼ି କେୟାର ଓ ଗୋଷ୍ଠି ସ୍ୱାସ୍ଥ କେନ୍ଦ୍ର ର ସବୁ ଆୟୁଷ ଡାକ୍ତର ମାନେ କଳା ବ୍ୟାଚ ପିନ୍ଦି ଛନ୍ତି କାରଣ ରାଜ୍ୟ ସରକାର ଏହି ଡାକ୍ତର ମାନଙ୍କର ଚାକିରୀ ସ୍ଥାୟୀ କରିନାହାନ୍ତି ସେମାନେ ଦୀର୍ଘ ୧୩ବର୍ଷରୁ ଅଧିକ ସମୟ ଧରି ନିରବଚ୍ଛିନ୍ନ ଓ ନିଷ୍ଠାପର ଭାବେ ରୋଗୀ ସେବାକରୁଥିଲେ ବି ସେମାନଙ୍କୁ ସରକାର ଅନ୍ୟ ଡାକ୍ତର ଙ୍କ ଭଳି ଦରମା ଦେଉନାହାନ୍ତି।
ଯାହାଫଳରେ ଏହି ଆୟୁଷ ଡାକ୍ତର ମାନେ ବର୍ତ୍ତମାନ ମହରଗ ଯୁଗରେଚଳିବା କଷ୍ଟ ସାଧ୍ୟ ହୋଇପଡୁଛି।ସରକାର ନିର୍ବାଚନ ପୂର୍ବରୁ ଏମାନଙ୍କୁ ସ୍ଥାୟୀ ଚାକିରୀ ପାଇଁ ପ୍ରତିଶ୍ରୁତି ଦେଇଥିଲେବି ପର ମୁହୂତ୍ତରେ ଏହାକୁ କାର୍ଯ୍ୟକାରୀନକରିବା ବଡ଼ ଦୁଃଖ ଓ କଷ୍ଟସାଧ୍ୟ ବୋଲି ପୁରୀ ଜିଲ୍ଲା ଆୟୁଷ ଡାକ୍ତର ସଂଘର ସଭାପତି ସୌମକାନ୍ତ ପଣ୍ଡା କହିଛନ୍ତି ତେଣୁ କୋଣାର୍କର କାର୍ଯ୍ୟରତଏହି ଆୟୁଷ ଡାକ୍ତରମାନେ ରାଜ୍ୟ ସଂଘ ର ନିଷ୍ପତି ରେ ୭ଦିନକଳା ବ୍ୟାଚ ପିନ୍ଦି ରୋଗୀ ସେବା କରିବେ ବୋଲି ସଭାପତି ଶ୍ରୀ ପଣ୍ଡା ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।
