Odisha news

ଦୀନେଶକୁଂ ମିଳିଲା ବେଗୁନିଆପଡ଼ା ବ୍ଳକ ଏମପି ପ୍ରତିନିଧି ଦାୟିତ୍ବ

0
କୋଦଳା (ସୁଶାନ୍ତ କୁମାର ପଟ୍ଟନାୟକ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ପାଇଁ ଆସିକା ଲୋକସଭା ସାଂସଦ ପ୍ରମିଳା ବିଷୋୟୀ ନିଜର ପ୍ରତିନିଧି ଚୟନ କରିଛନ୍ତି। ବେଗୁନିଆପଡ଼ା ନିକଟସ୍ଥ ଦେଉଳିଆପଡା ଗ୍ରାମର ଦୀନେଶ ମହାରଣା ଏହି ପଦବୀ ପାଇଁ ଚୟନ ହୋଇଥିବା ଜଣାପଡିଛି। ଦୀନେଶ ଛାତ୍ର ଜୀବନରୁ ବିଜୁ ଜନତା ଦଳ ସହ ଜଡିତ ଥାଇ ସାଙ୍ଗଠନିକ କାର୍ଯ୍ୟରେ ପାରଦର୍ଶିତା ଅର୍ଜନ କରିଥିବା ବେଳେ ଏବେ ଏହି ପଦବୀ ପାଇଁ ସାଂସଦ ମନୋନୀତ କରିଥିବା ଜଣାପଡିଛି।
ଶ୍ରୀ ମହାରଣା ୨୦୧୩ ରେ ଖଲ୍ଲିକୋଟ ବ୍ଲକ ଛାତ୍ର ବିଜେଡି ସମ୍ପାଦକ, ୨୦୧୮ରେ ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ଏବଂ ପରେ କୋରାପୁଟ ଜିଲ୍ଲା ପାଇଁ ବିଜେଡି ତରଫରୁ ‘ହକ ମାଗୁଛି ଓଡ଼ିଆ” ସ୍ଵାକ୍ଷର ଅଭିଯାନର ପର୍ଯ୍ୟବେକ୍ଷକ ଭାବେ ନିଜର ଦାୟିତ୍ବ ତୁଲାଇ ସାରିଥିବା ବେଳେ ଏହା ପୂର୍ବରୁ ବିଭିନ୍ନ ସମୟରେ ଛାତ୍ର ସଂଗଠନରେ ମଧ୍ୟ ଜଡିତ ଥିଲେ l ଏହି ପଦ ପାଇବା ପରେ ସେ ଏହାର ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଖଲ୍ଲିକୋଟ ରାଣୀ ମା’ ତଥା ପୂର୍ବତନ କବିସୂର୍ଯ୍ୟନଗର ବିଧାୟିକା ଭି. ସୁଜ୍ଞାନୀ କୁମାର ଦେଓଙ୍କୁ ଦେଇଛନ୍ତି। ସାଂସଦ ପ୍ରତିନିଧି ଭାବେ ବେଗୁନିଆପଡା ବ୍ଲକର ବିଭିନ୍ନ ସମସ୍ୟା ଉପସ୍ଥାପନ କରି ଜନସାଧାରଣଙ୍କ ହିତ ପାଇଁ କାର୍ଯ୍ଯ କରିବେ ବୋଲି କହିଛନ୍ତି।
Leave A Reply