Odisha news

ଶ୍ରମିକ ଦିବସରେ ଶ୍ରମିକଙ୍କୁ ପୁରସ୍କୃତ କଲେ କୋଦଳା ଅଧ୍ଯକ୍ଷ।

0
କୋଦଳା (ସୁଶାନ୍ତ କୁମାର ପଟ୍ଟନାୟକ ।) : ଆଜି ହେଉଛି ବିଶ୍ବ ଶ୍ରମିକ ଦିବସ। ପ୍ରତିବର୍ଷ ମେ ୧ ତାରିଖକୁ ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି ।ସାରା ଦୁନିଆରେ ଶ୍ରମିକ ଦିବସ ପାଳନ କରାଯାଉଛି  । ଶ୍ରମିକମାନେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଯେଉଁଭଳି ଭାବରେ ଦିନ ରାତି କାମ କରନ୍ତି ଆଜି ସେମାନଙ୍କ ପାଇଁ ଦିନଟିଏ।
ଏହି ଅବସରରେ କୋଦଳା ଏନଏସିରେ ଶ୍ରମିକ ମାନଙ୍କୁ ନେଇ ଏହି ଦିବସ ପାଳନ କରାଯାଇଛି।କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶ୍ରମିକ ମାନଙ୍କୁ ସମ୍ମାନିତ ପୂର୍ବକ ଉସ୍ଛାହିତ ପାଇଁ ପୁରସ୍କୃତ କରିଥିଲେ। ଶ୍ରମିକଙ୍କ ସୁରକ୍ଷା ହିଁ ଆଗାମୀ ଦିନରେ ଭାରତକୁ ସ୍ବାବଲମ୍ବୀ ହେବାର ନୂତନ ଦିଗନ୍ତ ସୃଷ୍ଟି କରିବ । ଅର୍ଥନୀତିରେ ମଧ୍ୟ ସୁଧାର ଆସିବ । ଏହାକୁ ହୃଦୟଙ୍ଗମ କରି ଶ୍ରମିକଙ୍କ ସମସ୍ୟା ସମାଧାନ କରିପାରିଲେ ଏହି ଦିନର ପ୍ରକୃତ ଉଦ୍ଦେଶ୍ୟ ପୂରଣ ହୋଇପାରିବ ବୋଲି କହିଛନ୍ତି ଅଧ୍ଯକ୍ଷ ସୂର୍ଯ୍ୟ ନାରାୟଣ ନାୟକ । ଏନଏସି ଉପାଧ୍ୟକ୍ଷା ରଂଜିତା ସେଠୀ ଙ୍କ ସମେତ ଏନଏସି ର ସମସ୍ତ କର୍ମଚାରୀ ଓ କାଉନସିଲର ଉପସ୍ଥିତ ରହି କୋଦଳା ଏନଏସି ରେ କାର୍ଯ୍ୟରତ ସମସ୍ତ ଶ୍ରମିକ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।
Nalco
Leave A Reply