ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ କୁମ୍ଭାରଗାଁ ପଞ୍ଚାୟତ ଉପନିର୍ବାଚନ ପାଇଁ ବିଗୁଲ ବାଜିଲା ପରେ ଚଳଚଞ୍ଚଳ ହୋଇପଡିଛି ରାଜନୀତି ପାଣିପାଗ। ଆସନ୍ତା ଫେବୃୟାରୀ ୧୧ ରେ ଏହି ପଞ୍ଚାୟତ ପାଇଁ ଉପ ନିର୍ବାଚନ ହେବାକୁ ଥିବା ବେଳେ ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ୩ ଜଣ ପ୍ରାର୍ଥୀ। ଏହି ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ କୁମାର ତାରେଣୀକଂ ଗତ ୧୧ ସେପ୍ଟେମ୍ବର ୨୦୨୦ ରେ ଦେହାନ୍ତ ପରେ ଏହି ପଞ୍ଚାୟତର ସରପଞ୍ଚ ପଦବୀ ଖାଲି ପଡ଼ିଥିଲା। ଓଡିଶା ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ପ୍ରକାରେ ଚଳିତ ମାସ ୧୩, ୧୫ ଓ ୧୮ ତାରିଖ ଦିନ ନାମାଙ୍କନ ପାଇଁ ଧାର୍ଯ୍ୟ କରାଯାଇଥିଲା। ସୋମବାର ନାମାଙ୍କନ ପତ୍ର ଦାଖଲ ପାଇଁ ଶେଷ ଦିନ ହୋଇଥିବା ବେଳେ ଶେଷ ଦିନରେ ୩ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ସୂଚନା ମିଳିଛି। ପ୍ରାର୍ଥୀ ମାନେ ହେଲେ ସତୀଶ ରଂଜନ ତାରେଣୀ, ଲଳିତ କୁମାର ସ୍ବାଇଁ ଓ ପ୍ରବୀଣ କୁମାର ସ୍ବାଇଁ। ଆସନ୍ତା କାଲି ଅର୍ଥାତ୍ ମଂଗଳବାର ପ୍ରାର୍ଥୀପତ୍ର ଜାଞ୍ଚ୍ କରାଯିବ ଏବଂ ୨୨ ଜାନୁଆରୀ ରେ ନାମାଙ୍କନ ପତ୍ର ପ୍ରତ୍ଯାହାର ପାଇଁ ଧାର୍ଯ୍ୟ କରାଯାଇଛି। ଆସନ୍ତା ଫେବୃୟାରୀ ୧୧ ରେ ଏହି ଆସନ ପାଇଁ ନିର୍ବାଚନ ହେବ ବୋଲି ଜଣାପଡିଛି।
ଗଂଜାମ ବେଗୁନିଆପଡ଼ା ରୁ ସୁଶାନ୍ତ ପଟ୍ଟନାୟକଙ୍କ ରିପୋର୍ଟ।ସକାଳ ଖବର ।