Odisha news

ବେଗୁନିଆପଡା ପାଇଁ ସ୍ବତନ୍ତ୍ର ୧୦୮ ଆମ୍ବୁଲାନ୍ସର ଶୁଭାରମ୍ଭ। 

0
କୋଦଳା (ସୁଶାନ୍ତ କୁମାର ପଟ୍ଟନାୟକ) :- ଗଂଜାମ ଜିଲ୍ଲା ବେଗୁନିଆପଡ଼ା ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରାଯାଇଛି। ରବିବାର କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ଉପସ୍ଥିତିରେ ଏହି ସେବାର ଶୁଭ ଉଦ୍ଘାଟନ କରାଯାଇଛି। ବେଗୁନିଆପଡ଼ା ଫାଣ୍ଡି ଅଧିନରେ ୧୬ ଟି ପଞ୍ଚାୟତ ରହିଥିବା ବେଳେ ପୂର୍ବରୁ ଜରୁରୀ କାଳୀନ ସମୟରେ ଖଲ୍ଲିକୋଟ କିମ୍ବା କୋଦଳାରୁ ଆମ୍ବୁଲାନ୍ସ ମଗାଯାଉଥିଲା। ଯାହା ଫଳରେ କି ତୁରନ୍ତ ଆମ୍ବୁଲାନ୍ସ ସେବା ଉପଲବ୍ଧ ହେବା କଷ୍ଟକର ହୋଇ ପଡୁଥିଲା।
ବେଗୁନିଆପଡ଼ା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ତଥା ଏହି ଅଞ୍ଚଳକୁ ଏକ ୧୦୮ ଆମ୍ବୁଲାନ୍ସ ଜରୁରୀ ଥିବା ବେଳେ ବିଭିନ୍ନ ସମୟରେ ଏନେଇ ସରକାରଙ୍କୁ ଦାବି କରାଯାଇଥିଲା। ତେବେ ବର୍ତମାନ ଏହି ଆମ୍ବୁଲାନ୍ସ ଅଞ୍ଚଳ ପାଇଁ ସ୍ବତନ୍ତ୍ର ଭାବେ ମିଳିଥିବାରୁ ଅତ୍ଯାବଶ୍ଯକୀୟ ତଥା ଜରୁରୀ କାଳୀନ ସେବା ତୁରନ୍ତ ମିଳିପାରିବ ବୋଲି କହିଛନ୍ତି ଅଞ୍ଚଳବାସୀ। ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ ଅବସରରେ ବେଗୁନିଆପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ, ଧର୍ମଶାଳା ଏନ ଏ ସି ଅଧ୍ୟକ୍ଷ ହୀରା ବାଗ,ବିଜେଡି ବ୍ଲକ ସଭାପତି ବିଜୟ କୁମାର ଦୋରା,ଡାକ୍ତର ସଂଜୟ ସାହୁ ଓ ଆଦିତ୍ୟ ପ୍ରସାଦ ସାହୁ , ଜିଲ୍ଲା ପରିଷଦ ସଭ୍ୟ ପ୍ରତିନିଧି ତ୍ରିନାଥ ଭୂୟାଁଙ୍କ ସମେତ ବହୁ ବ୍ଯକ୍ତି ବିଶେଷ ଉପସ୍ଥିତ ଥିଲେ।
Leave A Reply