ନାହିଁ ବଲିଉଡ୍ର ଲଭିଙ୍ଗ୍ କପଲ୍ ଦୀପିକା ପାଦୁକୋନ୍-ରଣବୀର ସିଂହ ବୈବାହିକ ଜୀବନକୁ ନେଇ ବେଶ୍ ଚର୍ଚ୍ଚାରେ ରହୁଛନ୍ତି । ରଣବୀରଙ୍କୁ ପୂରା ପ୍ରଫେଶନାଲ ସ୍ପେସ୍ ଦିଅନ୍ତି ଦୀପିକା । ‘ବେଫିକ୍ରେ’ରେ ରଣବୀର ଓ ବାଣୀ କପୁରଙ୍କ ୨୩ଟି କିସିଂ ସିନ୍ ଉପରେ ଦୀପିକାଙ୍କ ପ୍ରତିକ୍ରିୟା ପଚରାଯିବା ସମୟରେ ଏହାର ପ୍ରମାଣ ମିଳିଥିଲା । ୨୦୧୬ରେ ଆସିଥିବା ଏହି ଫିଲ୍ମ କାହାଣୀ ଅପେକ୍ଷା ରଣବୀର ଓ ବାଣୀଙ୍କ କିସ୍ ପାଇଁ ଅଧିକ ଫେମସ୍ ହୋଇଥିଲା । ହେଲେ ଏହି ଫିଲ୍ମକୁ ଭଲ ରିଭୁ୍ୟ ମିଳି ନ ଥିଲା ଏବଂ ବକ୍ସ ଅଫିସ୍ରେ ଫ୍ଲପ୍ ହୋଇଥିଲା । ଦୀପିକା ଏକ ସାକ୍ଷାତକାରରେ କହିଥିଲେ, ଫିଲ୍ମରେ ରଣବୀରଙ୍କ କିସିଂ ସିନ୍ ଉପରେ ମୋର କୌଣସି ସମସ୍ୟା ନାହିଁ । ମୁଁ ବି ଅନେକ ଫିଲ୍ମରେ ଏପରି ସିନ୍ କରୁଛି ।