Odisha news

୧ଲକ୍ଷ ୮୦ହଜାରଟଙ୍କାର ବ୍ରାଉନସୁଗର, ନଗଦ ୯ଲକ୍ଷ ୨୧ ହଜାର ଟଙ୍କା ଜବତ; ଜଣେ ଗିରଫ

0

ଖୋର୍ଦ୍ଧା ଟାଉନଥାନା ପୁଲିସ ଗୁରୁବାର ଦିନ ସ୍ଥାନୀୟ ସ୍ୱେପ୍ନେଶ୍ୱର ସାହିରେ ଚଢାଉ କରି କଇନ ଓରଫ ମହେନ୍ଦ୍ର ବେହେରା(୪୫) ନାମକ ଜଣେ ବେପାରୀକୁ ଗିରଫ କରିଥିବା ଜଣାଯାଇଛି । ତାଠାରୁ ପୁଲିସ ୧ଲକ୍ଷ ୮୦ହଜାର ଟଙ୍କା ମୂଲ୍ୟର ଅର୍ଥାତ୍ ୧୮.୦୪ଗ୍ରାମ ବ୍ରାଉନସୁଗର ଜବତ କରିଥିବା ଜଣାଯାଇଛି । ସେହିପରି ନଗଦ ୯ଲକ୍ଷ ୨୧ହଜାର ୮ଶହ ଟଙ୍କା ମଧ୍ୟ ଜବତ ହୋଇଥିବା ଜଣାଯାଇଛି ।
ସୂଚନାଅନୁସାରେ, ଗୁରୁବାର ଅପରାହ୍ନରେ ମହେନ୍ଦ୍ର ତାର ଘର ସମ୍ମୁଖରେ ବେପାର ଜମାଇଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ପୁଲିସ ଖବର ପାଇଥିଲା । ଏହାପରେ ପୁଲିସ ସେଠାରେ ଚଢାଉ କରି ମୈହନ୍ଦ୍ରଠାରୁ ୧୮.୦୪ଗ୍ରାମ ବ୍ରାଉନସୁଗାର ଓ ନଗଦ ୯୬ହଜାର ଟଙ୍କା କୁ ପୁଲିସ ଜବତ କରିଥିଲା । ଏହାପରେ ପୁଲିସ ତା ଘରେ ଚଢାଉ କରି ୮ଲକ୍ଷ ୨୫ହଜାର ୮ଶହ ଟଙ୍କା ଏବଂ ବ୍ରାଉନସୁଗର ପୁଡିଆରେ ବ୍ୟବହୃତ କାଗଜ କୁ ମଧ୍ୟ ଜବତ କରିଥିଲା । ଅଭିଯୁକ୍ତ ମହେନ୍ଦ୍ରଙ୍କ ବିରୋଧରେ ଏନ.ଡ଼ି.ପି.ଏସ୍ ଆକ୍ଟ ଅନୁଯାୟୀ କେଶ ନଂ.୧୦/୨୦ରେ ମାମଲା ରୁଜ୍ଜୁ କରାଯାଇ ଶୁକ୍ରବାର ଦିନ କୋର୍ଟରେ ହଜାର କରାଯାଇଥିଲା । ଅଭିଯୁକ୍ତର ଜାମିନ ନାମାନୁଜୁଂରୁ ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାଯାଇଛି । ପ୍ରକାଶ ଥାଉକି, ବ୍ରାଉନସୁଗର ଡନ୍ ଆଦର୍ଶ ଥାନା ଅନ୍ତର୍ଗତ ହଡା ଛକ ଅଚଂଳର ଛୋଟା ଓରଫ ଶୁଭା୍ରଁଶୁ ପରିଡା ଖୋର୍ଦ୍ଧା ଏସଡିଜେଏମଙ୍କ କୋର୍ଟରେ ହାଜର ହେବା ପରେ ଏସଟିଏଫ ଟିମ ଛୋଟାକୁ ରିମାଣ୍ଡରେ ନେଇଥିଲେ । କିନ୍ତୁ ଛୋଟାର ଜାମିନ ନାଁମଞ୍ଜୁର ହେବାରୁ ସେ ଜେଲରେ ଦୀର୍ଘ ୫ମାସ ହେବ ରହିଛି । ତେବେ ଏସଟିଏଫ ଟିମ ଛୋଟା ବିରୁଦ୍ଧରେ ସର୍ବମୋଟ ଦୁଇଟି ବା୍ରଉନସୁଗର କାରାବାରରେ ଥିବା ସଂକ୍ରାନ୍ତରେ ମାମଲା ରୁଜୁ କରିଥିବା ଜଣାଯାଇଛି । ମାତ୍ର ଛୋଟା ଜେଲରେ ରହିଥିଲେ ମଧ୍ୟ ସହର ଓ ଏହାର ଆଖପାଖ ଅଂଚଳରୁ ବ୍ରାଉନସୁଗର ବେପାର କମିବା ପରିର୍ବେତ ଯାଦୁଭଳି ବେଳକୁ ବେଳ ମାଡିବାରେ ଲାଗିଛି । ଯାହାକି ପୁଲିସ ପ୍ରଶାସନ ଓ ଅବକାରୀ ବିଭାଗର ନିଷ୍କ୍ରିୟତାକୁ ଅଙ୍ଗୁଳି ଦେଖାଉଛି । ଏସ୍.ଟି.ଏଫ୍ର ତନାଘନା ତନଖି ପରେ ବାଧ୍ୟ ହୋଇ ଅବକାରୀ ଓ ପୁଲିସ୍ ବିଭାଗ କାଁ ଭାଁ ଚଢ଼ାଉ କରୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.