Odisha news

ପାଣିକୋଇଲି ଥାନାରେ ପାଣି ଅଭାବ

0

ପାଣିକୋଇଲି: ପାଣିକୋଇଲି ଥାନା ଆଜକୁ ୧୧ ବର୍ଷ ହେବ ଗଠିତ ହୋଇଛି । ପୂର୍ବରୁ କୋରାଇ ଥାନା ଅଧିନରେ ଏହା କାର୍ଯ୍ୟ କରୁଥିଲା । ୧୯୯୫ ମସିହାରେ ଜିଲ୍ଲା ପୁନଃ ଗଠନ ହୋବ ସହ ଜିଲ୍ଲା ପୁଲିସର ମୁଖ୍ୟାଳୟ ପାଣିକୋଇଲି ଠାରେ ହେବା ପରେ ହେଡକ୍ୱାଟର ଥାନା ଭାବେ ଏହା କାର୍ଯ୍ୟ କରିଆସୁଛି । ଥାନାର ନୂତନ ଗୃହ ହେବା ସହ ଅଧିକାରୀ /କର୍ମଚାରୀ ମାନଙ୍କ ପାଇଁ ତିନିମହାଲା ବିଶିଷ୍ଟ ଦୁଇଟି ବିଲିଡିଙ୍ଗ ହୋଇଛି । ଯାହା ମଧ୍ୟରେ ୧୨ଟି ପରିବାର ରହିବାର ବ୍ୟବସ୍ଥା ରହିଛି । ଏହି ଥାନାରେ ଦୁଇଟି ବୋରିଙ୍ଗ ହୋଇ ଜଳ ଯୋଗାଣ ହେଉଛି । ବିଭିନ୍ନ ସମୟରେ ବିଦୁ୍ୟତ କାଟ ହେଲେ ଏଠାରେ ରହୁଥିବା ପରିବାରକୁ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ପାୱାଟ କଟ ହେଲେ ଟାଙ୍କିରୁ ପାଣି ସରିଗଲା ପରେ ପାଣି ଟିକିଏ ପାଇଁ ଅସୁବିଧା ଭୋଗ କରୁଥିବା ବେଳେ ଥାନା ପାଖରେ ମଧ୍ୟ କୌଣସି ନଳକୂପ ନଥିବାରୁ ପାଣି ଟିକିଏ ପାଇଁ ଡହଳ ବିକଳ ହେବାକୁ ପଡିଥାଏ । କେତେବେଳେ ଲାଇନ ଆସିବ ଚାତକ ପରି ଚାହିଁବାକୁ ପଡିଥାଏ । ହେଲେ ଥାନା ପରିସରରେ ନଳକୂପ ଟିଏ ନାହିଁ । ଫଳରେ ପାଣି ପାଇଁ ବହୁ ଅସୁବିଧା ହେଉଥିବା ଦେଖାଯାଉଛି । ବାରମ୍ବାର ଦାବି ସତ୍ୱେ ମଧ୍ୟ ବିଭାଗ ବା ଜଳଯୋଗାଣ ବିଭାଗ ଅବା ଜନପ୍ରତିନିଧି ଏଥି ପ୍ରତି ଦୃଷ୍ଟି ଦେଉ ନାହାନ୍ତି । ଫଳରେ ହିନସ୍ତା ଭୋଗିବା ସାର ହୋଇଛି । ବିଭାଗ ବା ଜଳ ଯୋଗାଣ ବିଭାଗ ପକ୍ଷରୁ ତୁରନ୍ତ ନଳକୂପ ଖନନ ପାଇଁ ଦୃଷ୍ଟି ଦେବାକୁ ଦାବି ହୋଇଛି ।

Leave A Reply