ଭୁବନେଶ୍ୱର ,୨୪ ଜୁନ୍ – ରେଳବାଇ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କ ସହାୟତାରେ ସିକନ୍ଦରାବାଦ-ହାଓଡ଼ା ସ୍ପେଶାଲ ଟ୍ରେନ ରେ ଝ -୭ କୋଚ ରେ ଯାତ୍ରା କରୁଥିବା ସାଇରା ଫତିମା ନାମ୍ନୀ ୩୨ ବର୍ଷର ମହିଳା ଖୋର୍ଦ୍ଧା ରୋଡ଼ ଷ୍ଟେସନ ଠାରେ ପୂର୍ବାହ୍ନ ୧୧ଘ.୩୦ମି. ସମୟରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ଉକ୍ତ ମହିଳାଙ୍କ ଠାରୁ ଖବର ପାଇ ରେଳବାଇ ଡାକ୍ତର ଓ ମେଡିକାଲ ଦଳ ଟ୍ରେନ ପହଂଚିବା ପୂର୍ବରୁ ସଜାଗ ରହିଥିଲେ ଏବଂ ଟ୍ରେନଟିକୁ ଖୋର୍ଦ୍ଧା ରୋଡ଼ ଷ୍ଟେସନ ଠାରେ ରଖାଯାଇ ମହିଳାଙ୍କର ପ୍ରସବ କରାଯାଇଥିଲା । ପରେ ରେଳବାଇ ଦ୍ୱାରା ଉଭୟ ମା ଓ ଶିଶୁ ପୁତ୍ରକୁ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗେ ପରବର୍ତି ଚିକିତ୍ସା ପାଇଁ ନିଆଯାଇଥିଲା ଓ ଉଭୟ ମା ଓ ଶିଶୁ ପୁତ୍ର ସୁସ୍ଥ ଅଛନ୍ତି ।