ପାରାଦ୍ୱୀପ : ଆଜି ପାରାଦ୍ୱୀପ ଲକ୍ ଥାନା ଅନ୍ତର୍ଗତ ପାରାଦ୍ୱୀପ ଗଡ଼ ମଙ୍ଗରାଜ ସାହିରେ ଜଣେ ଯୁବକଙ୍କ ମୃତ ଦେହ ଉଦାର କରାଯାଇଛି l ମୃତକ ପାରାଦ୍ୱୀପ ଗଡ଼ ଗ୍ରାମର ବାସିନ୍ଦା ଆଦିକନ୍ଦ ମଙ୍ଗରାଜଙ୍କ ପୁତ୍ର ଅସିତ ମଙ୍ଗରାଜ ଓରଫ ଲିଟୁ ବୟସ (୩୧) ନିଜ ଘରକୁ ଲାଗିଥିବା ପାଖ ପଡୋଶୀ ଘରର ବାରଣ୍ଡା ଛାତରେ ଥିବା ହୁକରେ ରସି ଲଗେଇ ବେକରେ ଗୁଡେଇ ଆତ୍ମହତ୍ୟା କରିଛନ୍ତି l ଆଜି ବଡି ଭୋରରୁ ପଡୋଶୀଙ୍କ ଘରର ଲୋକେ ଫୁଲ ତୋଳିବା ପାଇଁ ବାହାରିବା ବେଳେ ନିଜ ଘର ବାରଣ୍ଡାରେ ଥିବା ଛାତର ହୁକରେ ଲିଟୁଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲି l ପରେ ଲିଟୁଙ୍କ ପରିବାର ଲୋକଙ୍କୁ ଡାକିବା ସହିତ ସାହିର ପାଖ ପଡୋଶୀ ଲୋକମାନେ ଦେଖିବା ସହିତ ଆଶ୍ଚର୍ଯ୍ୟ ଏବଂ ଚକିତ ହୋଇଯାଇଥିଲେ l ପରେ ଏ ସମ୍ପର୍କରେ ପାରାଦ୍ୱୀପ ଲକ୍ ଥାନାକୁ ଖବର ଦିଆଯାଇଥିଲାଖବର ପାଇ ପାରାଦ୍ୱୀପ ଲକ୍ ଥାନାର ଅଧିକାରୀମାନେ ପହଂଚି ତଦନ୍ତ ଆରମ୍ଭ କରିଥିଲେ l ଏମିତି ଏକ ମୃତ୍ୟୁ ଘଟଣାକୁ ଦେଖି ପରିବାର ଲୋକେ ସ୍ତବ୍ଧ ହୋଇଯାଇଥିଲେ.