Odisha news

ଖୋର୍ଦ୍ଧା : ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା

0

ଖୋର୍ଦ୍ଧା: ମହାମାରୀ କରୋନା ମୁକାବିଲା ନିମନ୍ତେ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମୁକ୍ତ ହସ୍ତରେ ଦାନ କରୁଛନ୍ତି । ଏହି ଅବସରରେ ଜିଲ୍ଲା ମିନିଟ୍ରକ ସଂଘ ତରଫରୁ ୧୦ହଜାର ଟଙ୍କା ପ୍ରଦାନ କରାଯାଇଛି । ସଂଘର ଆଇନ ପରାମର୍ଶଦାତା ଆଇନଜିବୀ ନରେନ୍ଦ୍ର କୁମାର ପୃଷ୍ଟି, କୋଷାଧ୍ୟକ୍ଷ ମାନସ ରଞ୍ଜନ ବୈରୀଗଞ୍ଜନ ପ୍ରମୁଖ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଜେୟ ପ୍ରତାପ ସ୍ୱାଇଁ ଙ୍କୁ ପ୍ରଦାନ କରିଥିଲେ । ତେବେ ପ୍ରତ୍ୟେକ ସ୍ୱେଛାସେବୀ, ସ୍ୱୟଂସହାୟକ ଗୋଷ୍ଠି, ବ୍ୟବସାୟିକ ସଂଗଠନ, ସଂସ୍କୃତିକ ସଂଗଠନ, ସରକାରୀ ଓ ବେସରକାରୀ ସ୍ତରର ବେତନଭୋଗୀ କର୍ମଚାରୀ ପ୍ରମୁଖ ଏଭଳି ଅସମୟରେ ସରାକରଙ୍କ ପାଣ୍ଠିକୁ ଅତିକମ୍ ରେ ଶହେ ଟଙ୍କା ଲେଖା ସହୟତା ପ୍ରଦାନ କରିବା ନିମନ୍ତେ ଆଗେଇ ଆସିବାକୁ ଶ୍ରୀ ପୃଷ୍ଟି ଅନୁରୋଧ କରିଛନ୍ତି । ସେହିପରି ସମାଜସେବୀ ରମେଶ ବଡଜେନା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ହଜାର ଟଙ୍କା ର ସହାୟତା ପ୍ରଦାନ କରିଛନ୍ତି

Leave A Reply