Odisha news

ବୋଲଗଡ: ଏକଡାଳିଆ ଗ୍ରାମରୁ ୩ ହଜାର ଲିଟର ଦେଶୀ ମଦ ପୋଚ ଜବତ

0

ବୋଲଗଡ :-ବୋଲଗଡ ବ୍ଲକ ଅନ୍ତର୍ଗତ ମାଣିବନ୍ଧ ପଞ୍ଚାୟତର ଏକଡାଳିଆ ଆଦିବାସୀସାହି ଗ୍ରାମରେ ଆଜି ଧଳାପଥର ଫାଣ୍ଡି ଅଧିକାରୀ ଅଶୋକ କୁମାର ପଣ୍ଡା ,ପୋଲିସ କର୍ମଚାରୀ ନବକିଶୋର ମହାରଣାଙ୍କ ଅନୁରୋଧ କ୍ରମେ ବେଗୁନିଆ ଥାନା ଅଧିକାରୀ ରଶ୍ମୀରଞ୍ଜନ ସାହୁଙ୍କ ସମେତ ପୋଲିସ କର୍ମଚାରୀଙ୍କ ମିଳିତ ଭାବେ ଚଢାଉ କରି ୩ହଜାର ଦେଶି ମଦ ପୋଚ ଓ ମଦରନ୍ଧା ସାମଗ୍ରୀ ଜବତ କରିଅଛନ୍ତି । ପୋଲିସ୍ ବାହୀନିର ଅଚାନକ ମିଳିତ ଚଢାଉ ଯୋଗୁଁ ଦେଶି ମଦ ପ୍ରସ୍ତୁତ କରୁଥିବା ଚୋରା ମଦ ବେପାରୀ ମାନେ ଭୟରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଅଛନ୍ତି । ବର୍ତ୍ତମାନର କରୋନା ଭୁତାଣୁ ସଂକ୍ରମଣର ପ୍ରବାକୁ ବନ୍ଦ କରିବା ପାଇଁ ସରକାର ଲକ୍ଡାଉନ୍ କରିଥିବାରୁ ଏହାର ଫାଇଦା ନେଇ ଚୋରା ମଦ ବେପାରୀ ମାନେ ବୋଲଗଡ ବ୍ଲକ ଓ ବେଗୁନିଆ ବ୍ଲକର ୪୦ଟି ପଞ୍ଚାୟତରେ ବହୁଳ ଭାବରେ ଚୋରାମଦ ବେପାର କରୁଅଛନ୍ତି । ଏହି ଅଞ୍ଚଳ ମାନଙ୍କରେ ବିଷାକ୍ତ ମଦ ପିଇ ବହୁ ପୂର୍ବରୁ ଅସରଳା ଗ୍ରାମର ୨ଜଣ ଯୁବକ ମୃତ୍ୟୁ ବରଣ କରିଥିଲେ । ତେଣୁ ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ ଓ ଏସ୍.ପି. ଅଜେୟ ପ୍ରତାପ ସ୍ୱାଇଁ ପ୍ରମୁଖଙ୍କୁ ଏଥିପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣ ପକ୍ଷରୁ ଦାବୀ ହେଉଛି ।

Leave A Reply