ଖୋର୍ଦ୍ଧା : ଖୋର୍ଦ୍ଧା ଆଦର୍ଶଥାନା ଅଧିନ ଶିଳ୍ପାଂଚଳ ଫାଣ୍ଡି ଅନ୍ତର୍ଗତ ଖୋର୍ଦ୍ଧା ଜଟଣୀ ସୀମାରେ ଥିବା ଗେଶାଳା ପଡିଆ ମଧ୍ୟରେ ରହିଥିବା ଏକ ପରିତ୍ୟକ୍ତ ଘର ମଧ୍ୟରୁ ଆଜି ଜଣେ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହକୁ ପୁଲିସ ଉଦ୍ଧାର କରିଛି । ତେବେ ମୃତା ମହିଳାଙ୍କ ପରିଚୟ ମିଳିନଥିବାବେଳେ ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଁଚି ଶବକୁ ଜବତ କରି ବ୍ୟବଛେଦ ଲାଗି ଖୋର୍ଦ୍ଧା ମେଡିକାଲକୁ ପଠାଇଥିଲା । ଘଟଣାସ୍ଥଳକୁ ଏସ.ପି ଅଜେୟ ପ୍ରତାପ ସ୍ୱାଇଁ , ଏସ.ଡି.ପି.ଓ ସୁଶିଲ ମିଶ୍ର , ଆଦର୍ଶ ଥାନା ଅଧିକାରୀ ଉମାକାନ୍ତ ସିଂ ଏବଂ ଶିଳ୍ପାଚଂଳ ଫାଣ୍ଡି ଅଧିକାରୀ ଦିଗ୍ିଜୟ ବିଶ୍ୱାଳ, ସାଇଟିଂଫିକ ଟିମ ସହିତ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।
ପ୍ରାପ୍ତ ସୂଚନା ମୁତାବକ, ମଙ୍ଗଳବାର ଭୋର ସମୟରେ ସ୍ଥାନୀୟ ଚାଚରା ଶବର ସାହିର ଜଣେ ବ୍ୟକ୍ତି ଶୌଚହେବା ଲାଗି ଗୋଶଲା ପଡିଆକୁ ଯାଇଥିଲେ । ଏଠାରେ ୩ରୁ ୪ ବଖରା ଘର ଥିବା ବେଳେ ଗୋଟିଏ ଅନ୍ଧାରିଆ ଘର ଚଟାଣ ରେ ପଡିଥିବା ମାଙ୍କଡା ପଥର ଉପରେ ମୃତ ଦେହଟି ପଡିଥିବା ଦେଖି ସ୍ଥାନୀୟ ଲୋକ ଏବଂ ପୁଲିସ କୁ ଖବର ଦେଇଥିଲେ ।
ଏହାପରେ ଶିଳ୍ପାଂଚଳ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଁଚିଥିବାବେଳେ ଚଟାଣରେ ପଡିଥିବା ମାଙ୍କଡା ପଥର ଉପରେ ମୃତ ଦେହଟିକୁ ଆଉଜିରଖି ପେଟ୍ରୋଲ କିମ୍ବା ଡିଜେଲ ଢାଳି ଦୁର୍ବୁତ ମାନେ ନିଆଁ ଲଗାଇ ପୋଡି ବୀଭତ୍ସ ଭାବେ ମହିଳା ଜଣଙ୍କୁ ହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିବା କହିଛି । ଘଟଣାସ୍ଥଳକୁ ଏସ.ପି ଅଜେୟ ପ୍ରତାପ ସ୍ୱାଇଁ , ଏସ.ଡି.ପି.ଓ ସୁଶିଲ ମିଶ୍ର , ଆଦର୍ଶ ଥାନା ଅଧିକାରୀ ଉମାକାନ୍ତ ସିଂ ଏବଂ ଶିଳ୍ପାଚଂଳ ଫାଣ୍ଡି ଅଧିକାରୀ ଦିଗ୍ିଜୟ ବିଶ୍ୱାଳ, ସାଇଟିଂଫିକ ଟିମ ସହିତ ପହଁଚି ତଦନ୍ତ ଆରମ୍ଭ କରିଥିଲେ । କେସ ନଂ ୨୬୦/୨୦ରେ ଏକ ହତ୍ୟା ମାମଲାରୁଜୁ କରି ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ଲାଗି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲେ ।
ବ୍ୟବଛେଦ ପରେ ମୃତ ଦେହକୁ ସଂରକ୍ଷିତ ରଖାଯାଇଥିବାର ତଦନ୍ତକାରୀ ଅଧିକାରୀ ଦିଗ୍ବିଜୟ ବିଶ୍ୱାଳ ସୂଚନା ଦେଇଛନ୍ତି । ତେବେ ମହିଳାଙ୍କ ପେଟରୁ ମୁହଁ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ପୋଡିଯାଇଛି । ଫଳରେ ମହିଳା ଜଣଙ୍କ ପରିଚୟ ସ୍ପଷ୍ଟ ଭାବେ ଜାଣିବା ବର୍ତମାନ କଷ୍ଟକର ହୋଇ ପଡିଛି । ଦୁର୍ବୁତ ମାନେ ବିଳମ୍ବିତ ରାତିରେ ଏହି ଘଟଣା ଘଟାଇ ଥିବାର ଅନୁମାନ କରାଯାଉଛି । ଜନବସତି ଠାରୁ ଢେର ଦୂରରେ ଥିବା ଏହି ପରିତ୍ୟକ୍ତ ଘରକୁ ମହିଳା ଜଣକ କେଉଁ ପରିସ୍ଥିତିରେ, କାହା ସାଥିରେ , କାହିଁକି , କେତେବେଳେ ଆସିଥିଲେ ଏବଂ କାହିଁକି ମହିଳା ଜଣଙ୍କୁ ଏପରି ବିଭତ୍ସ ଭାବେ ଦୁର୍ବୁତ ମାନେ ହତ୍ୟା କରିଛନ୍ତି ଏଭଳି ଅନେକ ପ୍ରଶ୍ନ ଏବେ ଉଠିଛି ।
ପ୍ରାଥମିକ ଅନୁସନ୍ଧାନରୁ ଏହା ଏକ ହତ୍ୟାକାଣ୍ଡ ଘଟଣା ବୋଲି ଏସ.ପି ଅଜେୟ ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି । ପରିତ୍ୟକ୍ତ ଘରୁ ମୃତ ଦେହଟିର ଉପରେ କାଠ ଲଦାଯାଇଥିବା ସହ ପେଟ୍ରୋଲ କିମ୍ବା ଡିଜେଲ ଦ୍ୱାରା ପୋଡି ଯାଇଥିବା ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ମୃତ ଦେହଟିକୁ ଉଦ୍ଧାର କରାଯାଇଛି । ତେବେ ମହିଳା ଜଣକ ବିବାହିତ ହୋଇଥିବାବେଳେ ମହିଳା ଜଣଙ୍କ ପରିଚୟ ସ୍ପଷ୍ଟ ନଥିବା କହିଛନ୍ତି