Odisha news

ଖୋର୍ଦ୍ଧା ଜିଲ୍ଲା ମାଧ୍ୟମିକ ଶିକ୍ଷା ପକ୍ଷର ୧୨ ଜଣ ଅବସର କର୍ମଚାରୀଙ୍କୁ ପୂର୍ଣ୍ଣାଙ୍ଗ ପେନସନ ପ୍ରଦାନ

0

ଖୋର୍ଦ୍ଧା ତା 30.04.2025 ରିଖ: ଆଜି ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଶୋନାମିକା ରାୟଙ୍କ ସଭାପତିତ୍ବରେ ଖୋର୍ଦ୍ଧା ଜିଲ୍ଲା ମାଧ୍ୟମିକ ଶିକ୍ଷା ପକ୍ଷର ଅବସର କାଳୀନ ସମ୍ବର୍ଦ୍ଧନା ସଭା ଓ ପୂର୍ଣ୍ଣାଙ୍ଗ ପେନସନ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ସମ୍ବର୍ଦ୍ଧନା ସଭାରେ ଶ୍ରୀମତୀ ରାୟ ଅବସର ଗ୍ରହଣ କରୁଥିବା ଶିକ୍ଷକ ଶିକ୍ଷୟତ୍ରୀ, ବରିଷ୍ଠ ଓ କନିଷ୍ଠ ସହାୟକ, ଚତୁର୍ଥ ଶ୍ରେଣୀ କର୍ମଚାରୀ ଯେଉଁ ମାନେ ଆଜି ସରକାରୀ ଚାକିରିରୁ ଅବସର ଗ୍ରହଣ କରୁଛନ୍ତି ସେମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ଅବସର କାଳୀନ ଜୀବନ ସୁଖ , ଶାନ୍ତି, ନିରାମୟ ଆନନ୍ଦ ଉଲ୍ଲାସରେ କଟୁ ବୋଲି ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରି ନିଜ ବକ୍ତବ୍ୟରେ ସେମାନଙ୍କର ଦୀର୍ଘାୟୁ ନୀରୋଗୀ ଜୀବନ ଯାପନ ଓ ହସ ଖୁସିର ପରିବାର କାମନା କରିଥିଲେ l ଅବସର କର୍ମ ଚାରିମାନଙ୍କ ମଧ୍ୟରେ ଭଗବତୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଟି ଜି ଟି କଳା ଶିକ୍ଷୟତ୍ରୀ ସୁପ୍ରଭା ବିଶ୍ଵାଳ, ଗୋଡ଼ିଆପଲ୍ଲ୍ଳି ସରକାରୀ ଉଚ୍ଚ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷୟତ୍ରୀ ତୃପ୍ତି ପଟ୍ଟନାୟକ,ବି ଜେ ବି ନଗର ହରିହର ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ପାତ୍ର, ସରକନା ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ସଚ୍ଚିଦାନନ୍ଦ ବିଶ୍ଵାଳ, ବାରୀମୁଣ୍ଡ ବାପୂଜୀ ସରକାରୀ ଉଚ୍ଚ ବିଦ୍ୟାଳୟର ପି ଇ ଟି ଅନନ୍ତ ଚରଣ ସାହୁ, ପାରିଛଳ ସରକାରୀ ଉଚ୍ଚ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ନୀଳକଣ୍ଠ ସାହୁ, ସାନପଦର୍ ବି ସି ସରକାରୀ ଉଚ୍ଚ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଅନୀଲ କୁମାର ଦଳାଇ, ନାଚୁଣୀ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଗୋପୀନାଥ ଷଡ଼ଙ୍ଗୀ, ନୂଆପଡ଼ା ପି କେ ବିଦ୍ୟା ନିକେତନର ଚତୁର୍ଥ ଶ୍ରେଣୀ କର୍ମଚାରୀ ଦୀନବନ୍ଧୁ ଜେନା, ବାଙ୍କୋଇ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାଦ୍ରୁଲ୍ ହସନ୍ ଖାଁ, ଟାଙ୍ଗୀ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର କନିଷ୍ଠ ସହାୟକ ଶରତ କୁମାର ଦାସ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ର ବରିଷ୍ଠ ସହାୟକ ବାସୁଦେବ ମହାପାତ୍ରଙ୍କୁ ପୂର୍ଣ୍ଣାଙ୍ଗ ଅବସର କାଳୀନ ପେନସନ ନିର୍ଦ୍ଦେଶାନାମା ପତ୍ର ପ୍ରଦାନ କରାଯାଇଥିଲା l ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଶ୍ରୀମତୀ ସୋନାମିକା ରାୟଙ୍କ ସମେତ ବି ଇ ଓ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଏ ଡି ଇ ଓ, ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଯୋଗଦେଇ ଅବସର ଗ୍ରହଣ କରୁଥିବା କରଚାରି ମାନଙ୍କ ନିରାମୟ ଜୀବନଯାପନ କାମନା କରିଥିଲେ l

Leave A Reply