Odisha news

ଖୋର୍ଦ୍ଧା : ସରପଞ୍ଚଙ୍କ ନାମରେ ଥାନାରେ ଅଭିଯୋଗ କଲେ କୁକୁଡା ଫାର୍ମ ମାଲିକ

0

ଖୋର୍ଦ୍ଧା : ନିଜ କ୍ଷମତାର ଅପବ୍ୟବହାର କରି ୪ଗୋଟି କୁକୁଡା ଫାର୍ମ ମାଲିକମାନଙ୍କୁ ୧ଲକ୍ଷ ଟଭ୍କା ଲେଖାଏଁ ଦାଦାବଟି ମାଗିବା ଏବଂ ଏହା ନଦେବାରୁ ଅସମ୍ବିଧାନିକ ଉପାୟରେ ର୍ଫାର୍ମ ଗୁଡିକୁ ବନ୍ଦ କରିବା ଘଟଣାରେ ଖୋର୍ଦ୍ଧା ବ୍ଳକ ଅନ୍ତର୍ଗତ ମଲ୍ଳିପୁର ପଂଚାୟତ ସରପଂଚ ବିଜୟ କୁମାର ଦାସଙ୍କ ବିରୋଧରେ ଫାର୍ମ ମାଲିକମାନେ ଆଜି ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ରୁ ଜଣାଯାଇଛି, ଖୋର୍ଦ୍ଧା ବ୍ଳକ ଅନ୍ତର୍ଗତ ମଲ୍ଳିପୁର ପଂଚାୟତ ଚିଠି ସଂଖ୍ୟା-୫୭/୨୨ରେ ଉକ୍ତ ପଂଚାୟତ ଅଧିନସ୍ଥ ଚମ୍ପାପୁରର କୃର୍ଷ୍ଣଚନ୍ଦ୍ର କାମଲା, ମଲ୍ଲିପୁର ଗ୍ରାମର ପ୍ରଭାତି ମହାନ୍ତି, ମାଗୁଣି କାମଲା, ବ୍ରଜବନ୍ଧୁ ବେହେରା ପ୍ରମୁଖଙ୍କ କୁକୁଡ଼ା ଫାର୍ମକୁ ଅନିଦ୍ଧିଷ୍ଟ କାଳ ଯାଏଁ ବନ୍ଦ ରଖିବାକୁ ସ୍ଥାନୀୟ ସରପଂଚ ବିଜୟ କୁମାର ଦାସ ନୋଟିସ୍ ଜାରି କରିଥିବା ଜଣାଯାଇଛି । ତେବେ ପଂଚାୟତ ଲେଟରପ୍ୟାଡ୍ ରେ ଏ ନିଦେ୍ର୍ଦଶନାମା ଦିଆଯାଇଥିବା ଦେଖିବାକୁ ମିଳିଛି । ତେଣୁ ଏ ନିଦେ୍ର୍ଦଶନାମା ପଛରେ ସମ୍ପୃକ୍ତ ପଂଚାୟତ ନିର୍ବାହୀ ଅଧିକାରୀ ଅବଗତ ଅଛନ୍ତି ନା ନାହିଁ ତାହା ଏବେ ସ୍ପଷ୍ଟ ହୋଇନି । ତେବେ କୁକୁଡ଼ାଫାର୍ମ ଗୁଡ଼ିକ ଯୋଗଁ ସ୍ଥାନୀୟ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବା ପଂଚାୟତର ଏକାଧିକ ଅଭିଯୋଗ ଆସିବା ପରେ ନୋଟିସ୍ ଜାରି କରିବାକୁ ବାଧ୍ୟ ହୋଇଥିବା ସରପଂଚ ଶ୍ରୀ ଦାସ ସଫେଇ ଦେଇଛନ୍ତି ।

ପ୍ରଦୁଷଣ ବୋର୍ଡ଼ ଓଡ଼ିଶା ଚିଠି ନଂ ବି-୪୦୩୨ ନିୟମକୁ ସମ୍ପୃକ୍ତ କୁକୁଡ଼ାଫାର୍ମ ମାଲିକ ଉଲଂଘନ କରିଥିବା ଅଭିଯୋଗ ଆଣିଥିବାବେଳେ କରୋନା ଭଳି ଆର୍ଥିକ ସଙ୍କଟରେ ସରପଂଚଙ୍କର ଏ ଭଳି ନୋଟିସ୍ ପ୍ରସଂଗରେ କୁକୁଡ଼ାଫାର୍ମ ମାଲିକମାନେ ଅସନ୍ତୋଷ ପ୍ରକାଶ କରିଥିବା ଜଣାଯାଇଛି । ତେଣୁ ନୋଟିସ୍ ଜାରି ହୋଇଥିବା କୁକୁଡ଼ାଫାର୍ମ ମାଲିକ କୃର୍ଷ୍ଣଚନ୍ଦ୍ର କାମଲା ପଂଚାୟତର ଏ ଭଳି ନୋଟିସ୍ ବିରୁଦ୍ଧରେ ମାନ୍ୟବର କୋର୍ଟଙ୍କ ଆଶ୍ରୟ ନେବା ନେଇ ଚେତବାନୀ ଦେଇଥିବାବେଳେ କୁକୁଡ଼ା ଫାର୍ମ ବନ୍ଦ ଆଦେଶ କ୍ଷମତା ପଂଚାୟତକୁ କିଏ ଦେଲା ବୋଲି ପାଲଟା ପ୍ରଶ୍ନ କରିଛନ୍ତି ।ଏହା ଜିଲ୍ଲା ପ୍ରଶାସନ, ପ୍ରଦୁଷଣ ବିଭାଗ ଏବଂ ପ୍ରାଣୀଧନ ବିଭାଗ କ୍ଷମତା ପରିସରଭୁକ୍ତ ହୋଇଥିବା ବେଳେ ସରପଂଚ ନିଜ କ୍ଷମତା ଅପବ୍ୟବହାର କରିଥିବା ସେ ଅଭିଯୋଗ ଆଣିଛନ୍ତି ।

ସେହିପରି କୃର୍ଷ୍ଣଚନ୍ଦ୍ର ଚମ୍ପାପୁର ଠାରେ ୨୦୦୭ମସିହାରୁ କୁକୁଡା ଚାଷ କରି ନିଜର ପରିବାର ଭରଣପୋଷଣ କରିଆସୁଥିବା ପ୍ରକାଶ କରିଛନ୍ତି । ଗତବର୍ଷ ଫାନୀ ରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ସେ କହିଛନ୍ତି ।ଏପରିକି ଫାନୀ ସହାୟତା ବାବଦ ପ୍ରାୟ ୩୦ହଜାର ଟଙ୍କା ସରକାରୀ ସହାୟତା ପାଇଥିବାବେଳେ କରୋନା ପ୍ରଭାବରେ ତାଙ୍କର କୁକୁଡ଼ାଚାଷ କ୍ଷତିଗ୍ରସ୍ତ ହୋଇଥିବା ସେ ପ୍ରକାଶ କରିଛନ୍ତି । କିନ୍ତୁ ବର୍ତମାନ ପରିସ୍ଥିତିରେ କୁକୁଡ଼ାଫାର୍ମ ବନ୍ଦ ନୋଟିସ ପଂଚାୟତ କରିବା ପଛରେ ଏକ ଷଡଯନ୍ତ୍ର ହୋଇଥିବା ସେ ଅଭିଯୋଗ କରିଛନ୍ତି ।ତେଣୁ ବାଧ୍ୟ ହୋଇ ପଂଚାୟତର ଏଭଳି ନୋଟିସ୍ ବିରୁଦ୍ଧରେ ଆଜି ୪ଗୋଟି ଫାର୍ମ ର ମାଲିକ ସମ୍ପୃକ୍ତ ସରପଂଚଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ବୋଲି କୃଷ୍ଣଚନ୍ଦ୍ର ପ୍ରକାଶ କରିଛନ୍ତି । କରୋନା ସମୟରେ ଆକ୍ରୋଶମୂଳକ ଭାବେ ସରପଂଚ କୁକୁଡ଼ା ଚାଷୀଙ୍କୁ ହଇରାଣ କରିବାକୁ ମସୁଧା କରିଥିବା ଅଭିଯୋଗ ଆଣିଛନ୍ତି ।

ତେବେ ସରପଂଚ ଶ୍ରୀ ଦାସ ନିଜର ଆକ୍ରୋଶ ମନୋଭାବ ରଖି ଗତ ୨୧ ତାରିଖ ଦିନ ଫାର୍ମ ନିକଟକୁ ଆସି ଫାର୍ମ ପିଛା ୧ଲକ୍ଷ ଟଙ୍କା ଲେଖାଏଁ ଦାଦାବଟି ମାଗିଥିଲେ । ଉକ୍ତ ଟଙ୍କା ନଦେଲେ ସେମାନଙ୍କ ନାମରେ ମିଥ୍ୟା ଅଭିଯୋଗ କରି ଜୀବନରୁ ମାରିଦେବା ସହ ଏଠାରୁ ଫାର୍ମ କୁ ବନ୍ଦ କରିଦେବି ବୋଲି ଧମକ ଦେଇଥିଲେ । ପ୍ରତିବାଦ କରିବାରୁ ମୁଁ ସରପଂଚ ମୋର ଜିଲ୍ଲାପାଳ କି ଏସ୍ପି କେହି କିଛି କରିପାରିବେ ନାହିଁ ବୋଲି କହିଥିଲେ । ବରଂ ଏହାର ପରଦିନ ଅର୍ଥାତ୍ ୨୨ତାରିଖ ରେ କୌଣସି ସରକାରୀ ନିଦେ୍ର୍ଦଶନାମା ନଥାଇ ଆକ୍ରୋଶମୂଳକଭାବେ ଆମ୍ଭ ଫାର୍ମ ଗୁଡିକ ବନ୍ଦ କରିବା ପାଇଁ ବିଧିବଦ୍ଧଭାବେ ପଂଚାୟତ ର ପ୍ୟାଡ ରେ ନିଦେ୍ର୍ଦଶନାମା ଜାରୀ କରିଥିଲେ ଫାର୍ମ ମାଲିକ କୃଷ୍ଣଚନ୍ଦ୍ର ପ୍ରକାଶ କରିଛନ୍ତି ।

ତେବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିଦେ୍ର୍ଦଶକ ଦିଗନ୍ତ ରାଉତଙ୍କ କହିବା କଥା ରାଜ୍ୟ ସରକାର ସରପଂଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେବା ଅର୍ଥ କେବଳ କରୋନା ମୁକାବିଲା ପାଇଁ ସଟଡାଉନ୍ ଏବଂ ଅସ୍ଥାୟୀ ଡାକ୍ତରଖାନା ପରିଚାଳନା ଦାୟିତ୍ୱ ତୁଲାଇବା । ତେବେ ଏ ଭଳି ପରିସ୍ଥିତିରେ ସରପଂଚ କିପରି କୁକୁଡା ଫାର୍ମ ବନ୍ଦ ନିମନ୍ତେ ନୋଟିସ୍ ଜାରି କଲେ ତାକୁ ନେଇ ଅନେକ ପ୍ରଶ୍ନ ଠିଆହୋଇଥିବାବେଳେ ଜିଲ୍ଲାର ଅନ୍ୟ ପଂଚାୟତରେ ଥିବା କୁକୁଡ଼ାଫାର୍ମ ମାଲିକମାନେ ମଧ୍ୟ ସରପଂଚଙ୍କ ନୋଟିସ୍ ବିରୋଧରେ ଏକାଠୀ ହୋଇ ପ୍ରଶାସନକୁ ଘେରିବାକୁ ଯୋଜନା କରୁଥିବା ଶୁଣିବାକୁ ମିଳିଲାଣି । ଏଥିସହିତ ପଂଚାୟତ ର ପରିସୀମା ମଧ୍ୟରେ ଥିବା କୁକୁଡ଼ା ଫାର୍ମ ମାଲିକମାନେ ଏକତି୍ରତ ହୋଇ ସମ୍ପୃକ୍ତ ସରପଂଚଙ୍କ ବିରୁଦ୍ଧରେ ନିଜ କ୍ଷମତାର ଅପବ୍ୟବହାର ନେଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିବା ନେଇ ସୂଚନା ଦେଇଛନ୍ତି ।

Nalco
Leave A Reply