Odisha news

ଖିମଜୀ ଜୁଏଲର୍ସ ଆରମ୍ଭ କଲା ଏଣ୍ଡ ଅଫ୍ ସିଜିନ୍ ସେଲ୍ ୨୦୨୦

0

• ସୁନା ଅଳଙ୍କାରର ଗଢା ମୂଲ୍ୟ ଉପରେ ୭୦% ପର୍ଯ୍ୟନ୍ତ ରିହାତି
• ହୀରା ଉପରେ ୨୫% ପର୍ଯ୍ୟନ୍ତ ରିହାତି ଏବଂ ବିଳାଶପୂର୍ଣ୍ଣ ହାତଘଣ୍ଟା ଉପରେ ୬୦% ପର୍ଯ୍ୟନ୍ତ ରିହାତି
• ରୂପାର ଗଜଚ ଉପରେ ଫ୍ଲାଟ୍ ୧୦% ଏବଂ ଓଜନ ଅନୁଯାୟୀ ଗଢା ମୂଲ୍ୟରେ ଫ୍ଲାଟ୍ ୨୫% ରିହାତି

ଭୁବନେଶ୍ୱର : ରାଜ୍ୟର ସବୁଠାରୁ ବିଶ୍ୱସ୍ତ ଜୁଏଲର୍ସ ବ୍ରାଣ୍ଡ ଖିମଜୀର ବହୁ ପ୍ରତିକ୍ଷିତ ଏଣ୍ଡ ଅଫ୍ ସିଜିନ ସେଲ୍ (ଋଙଝ) ଆରମ୍ଭ ହୋଇଛି ଯାହା ଗ୍ରାହାକମାନଙ୍କ ପଇଁ ଆକର୍ଷଣୀୟ ଅଳଙ୍କାର ଏବଂ ବିଳାଶପୂର୍ଣ୍ଣ ହାତଘଣ୍ଟା ଉପରେ ଅନେକ ଲୋଭନୀୟ ଅଫର ଆଣିଦେଇଛି । ୧୮ ଡିସେମ୍ବର ୨୦୨୦ ରୁ ୧୦ ଜାନୁୟାରୀ ୨୦୨୧ ପର୍ଯ୍ୟନ୍ତ ବୈଧ ଏହି ଏଣ୍ଡ ଅଫ୍ ସିଜିନ ସେଲ୍ରେ ସୁନା ଅଳଙ୍କାରର ଗଢା ମୂଲ୍ୟ ଉପରେ ୭୦% ପର୍ଯ୍ୟନ୍ତ ରିହାତି, ହୀରା ଉପରେ ୨୫% ପର୍ଯ୍ୟନ୍ତ ରିହାତି ଏବଂ ବିଳାଶପୂର୍ଣ୍ଣ ହାତଘଣ୍ଟା ଉପରେ ୬୦% ପର୍ଯ୍ୟନ୍ତ ରିହାତିରେ ରାଜ୍ୟର ସମସ୍ତ ଖିମଜୀ ଷ୍ଟୋରରେ ମିଳିବ ।

ଏହା ବ୍ୟତିତ ଏହି ଅଫରରେ ରୂପାର ଗଜଚ ଉପରେ ଫ୍ଲାଟ୍ ୧୦% ଏବଂ ଗଢା ମୂଲ୍ୟରେ ଫ୍ଲାଟ୍ ୨୫% ରିହାତି ରହିବ ।
ଏହି ଅବସରରେ ଖିମଜୀ ଗ୍ରୁପ୍ର ନିଦେ୍ର୍ଦଶକ ମିତେଶ୍ ଖିମଜୀ କହିଛନ୍ତି ଯେ, “ଆମେ ଆମର ଗ୍ରାହକଙ୍କ ଆବଶ୍ୟକତା ଏବଂ ମହାମାରୀ ପରବର୍ତ୍ତୀ ସମୟରେ ବଜାରର ପରିସ୍ଥିତିକୁ ସଠିକ୍ ଭାବରେ ବୁଝିପାରିଛୁ । ମହାମାରୀ ଯୋଗୁଁ ଯଦିଓ ବଜାରର ପରିସ୍ଥିତି ମାନ୍ଦା ଜଣାଯାଇଛି, ତଥାପି ଆମର ସମୃଦ୍ଧ ସଂସ୍କୃତି ଯୋଗୁଁ ଆବଶ୍ୟକୀୟ ଦ୍ରବ୍ୟ ଏବଂ ବ୍ୟକ୍ତିତ୍ୱ ବିକାଶର ସାମଗ୍ରୀ ଗୁଡିକର ଚାହିଦା ହ୍ରାସ ପାଇନାହିଁ । ଆମ ଲୋକଙ୍କ ସାଂସ୍କୃତିକ ଭାବନାକୁ ଲକ୍ଷ୍ୟରେ ରଖି ଏହି ଏଣ୍ଡ ଅଫ୍ ସିଜିନ ସେଲ୍ (ଋଙଝ) କରାଯାଇଛି ।

ଜୁଏଲର୍ସ ଶିଳ୍ପର ନିକଟ ଭବିଷ୍ୟତ ବିଷୟରେ ଆକଳନ କରି ମୁଁ ଆଶା, କରୁଛି ଏହି ଅଫର ବିଭିନ୍ନ ମୂଲ୍ୟବାନ ଧାତୁ ଉପରେ ବିନିଯୋଗ ପଛରେ ଗ୍ରାହାକମାନଙ୍କର ଥିବା ମୂଳ ଉଦେ୍ଦଶ୍ୟକୁ ନିଶ୍ଚିତ ପୂରଣ କରିବ । ଏଥିସହ ଚମତକ୍ରାର କାରିଗରୀ ଦ୍ୱାରା ଗଢାଯାଇଥିବା ଅଳଙ୍କାରଗୁଡିକ ଗ୍ରାହକମାନଙ୍କୁ ପସନ୍ଦ ଆସିବ ବୋଲି ମୁଁ ଆଶା କରୁଛି ।

ଏହା ପ୍ରଥମ ଥର ନୁହେଁ ଯେବେ ଗ୍ରାହକମାନଙ୍କ ପସନ୍ଦର ବ୍ରାଣ୍ଡ ଭାବରେ ଖିମଜୀ ବ୍ୟବସାୟରେ ଗ୍ରାହକମାନଙ୍କର ଭାବନାତ୍ମକ ଦୁର୍ବଳତାକୁ ପ୍ରାଧାନ୍ୟ ଦେଇଛି । ମହାମରୀ ହେତୁ ବିବାହ କାର୍ଯ୍ୟକ୍ରମଗୁଡିକରେ ବିଳମ୍ବ ପୂର୍ବାନୁମାନ କରି କମ୍ପାନୀ ଏକ ଅନନ୍ୟ ଅନ୍ଲକ ସେଲ୍ ଆଣିଥିଲା, ଯାହା ଅବିଶ୍ୱସନୀୟ ସଫଳତା ପାଇଥିଲା ।

ଭୁବନେଶ୍ୱର, ରାଉଲକେଲା, ବ୍ରହ୍ମପୁର ଏବଂ କଟକ ଠାରେ ଖିମଜୀର ନିଜ ଷ୍ଟୋରମାନ ରହିଛି । ଏହି ଅଳଙ୍କାର ବ୍ରାଣ୍ଡ ସୁନା, ହୀରା, ପ୍ଲାଟିନମ୍, ରୂପା, ଅନନ୍ୟ ମୂଲ୍ୟବାନ ଧାତୁ ଏବଂ ପଥରର ଏକ ବିଶାଳ ଓ ଅଦ୍ୱିତୀୟ ସଂଗ୍ରହଣ ରଖିଛି । ଅଳଙ୍କାର ବ୍ୟତିତ ଖିମଜୀର ଅନ୍ତର୍ଜାତୀୟ ବ୍ରାଣ୍ଡର ଘଣ୍ଟା ଏବଂ ପର୍ଫୁ୍ୟମର ଏକ ନିଆରା ସଂଗ୍ରହ ରହିଛି । ୮୪ ବର୍ଷର ଅଭିଜ୍ଞତା ଏବଂ ଗ୍ରାହକଙ୍କ ବିଶ୍ୱାସ ହାସଲ କରି ଖିମଜୀ ଓଡିଶାବାସୀଙ୍କର ପ୍ରଥମ ପସନ୍ଦ ଭାବରେ ପ୍ରତିଷ୍ଠିତ ହୋଇଛି ।

Leave A Reply