ଖଇରା-୩୦/୦୮: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କୁରୁଣ୍ଟା ପଞ୍ଚାୟତ ବାରିଙ୍ଗିଆ ଗ୍ରାମର ମହେନ୍ଦ୍ର ମହାନ୍ତି ଦୀର୍ଘଦିନ ହେବ କିଡିନୀ ରୋଗରେ ପିଡିତ ଥିବା ବେଳେ ସ୍ତ୍ରୀ ମଧ୍ୟ ପକ୍ଷାଘାତ ରୋଗର ଶିକାର ହୋଇଛନ୍ତି । ଦମ୍ପତ୍ତିଙ୍କ ଏଭଳି ଅସମୟରେ ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସେମାନଙ୍କୁ ଭେଟି ସହାୟତାର ହାତ ବଢାଇଛନ୍ତି । ସେମାନଙ୍କର ଚିକିତ୍ସା ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କରିିବା ସହ ଉନ୍ନତ ମାନର ଚିକିତ୍ସା ପାଇଁ ଆବଶ୍ୟକ ପ୍ରତିଶୃତି ମଧ୍ୟ ଦେଇଛନ୍ତି । ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ମାନସ କୁମାର ଦାଶ,ବିଦ୍ୟାଧର ଗିରି,ନାରାୟଣ ଦାସ ଓ ଯଦୁନାଥ ବାରିକ ପ୍ରମୁଖ ଉପସ୍ଥିତ ଥିଲେ । (ଫଟୋ)
