Odisha news

ଗୋଚର,ଶ୍ମଶାନ ଓ ଜଙ୍ଗଲ ଜମିରେ ଖର୍ଚ୍ଚ ହୋଉଛି ୟାଶ ଅର୍ଥ

0

ଖଇରା-୦୩/୦୬: – ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଗଡପୋଖରୀ ପଞ୍ଚାୟତରେ ୟାଶ ବାତ୍ୟାରେ ଆସିଥିବା ଅର୍ଥ ବେନିୟମ ଭାବେ ଖର୍ଚ୍ଚ ହୋଉଥିବା ନେଇ ବିଭିନ୍ନ ଗ୍ରାମର ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଏଭଳି କି ହାଇକୋର୍ଟ ରାୟ ପରେ ମଧ୍ୟ ଜିଲ୍ଲାପାଳଙ୍କ ନିଷ୍ପତ୍ତିରେ ବିଳମ୍ବକୁ ଆଳ କରି କାର୍ଯ୍ୟଗ୍ରାହୀ ଓ ଯନ୍ତ୍ରୀମାନେ ତରବରିଆ ଭାବେ ବିଲ ଉଠାଇବାକୁ ପ୍ରସ୍ତୁତି ଚଳାଇଛନ୍ତି । ତୁରନ୍ତ ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରିବାକୁ ଗଡପୋଖରୀ ପଞ୍ଚାୟତବାସୀ ଦାବି କରିଛନ୍ତି । ୨୦୨୧ ମସିହା ମେ ମାସ ଶେଷ ସପ୍ତାହରେ ୟାଶ ବାତ୍ୟା ଓ ବନ୍ୟା ପ୍ରଭାବରେ ଖଇରା ବ୍ଲକରେ ବ୍ୟାପକ କ୍ଷତି ହୋଇଥିଲା । ଲୋକପ୍ରତିନିଧିଙ୍କୁ ଉପେକ୍ଷା କରି ତରବରିଆ ଭାବେ ବିଭିନ୍ନ ପଞ୍ଚାୟତରେ ନଷ୍ଟ ହୋଇଥିବା ରାସ୍ତାଘାଟ,ବିଦ୍ୟାଳୟ ତାଲିକା ସରକାରୀ କର୍ମଚାରୀଙ୍କ ଜରିଆରେ ପ୍ରସ୍ତୁତ କରାଯାଇଥିଲା । ହେଲେ ଗଡପୋଖରୀ ପଞ୍ଚାୟତ ରେ ଦିଆଯାଇଥିବା ରାସ୍ତା କାମ ଆରମ୍ଭ ହେବା ପରେ ଏହାକୁ ବିରୋଧ କରି ସ୍ଥାନୀୟ ସରପଞ୍ଚ ଟିକିରାଣି ସେଠୀ,ପୂର୍ବତନ ସମିତି ସଭ୍ୟା ସଞ୍ଜୁଶ୍ରୀ ବାରିକ,କାହ୍ନୁ ପରିଡା,ବିଜୟ କୁମାର ବାରିକ ପ୍ରମୁଖ ଏପ୍ରିଲ ୧୯ତାରିଖରେ ଖଇରା ବିଡିଓ ଓ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ ।

ନିର୍ମାଣ ହେଉଥିବା ରାସ୍ତା ମଧ୍ୟରୁ ଅଧିକାଂଶ ଗୋଚର,ଶ୍ମ୍ମଶାନ,ଜଙ୍ଗଲ ଓ ବ୍ୟକ୍ତିଗତ ଜମି ଉପରେ ଅତିକ୍ରମ କରୁଥିବା ନେଇଅଭିଯୋଗ କରିଥିଲେ । ନିୟମ ଅନୁଯାୟୀ କ୍ଷତିଗ୍ରସ୍ତ ହୋଇଥିବା ପଞ୍ଚାୟତ ଓ ପଞ୍ଚାୟତ ସମିତି ରାସ୍ତାରେ ଓ ଅର୍ଥ ଆସିବାର ୪୫ଦିନ ମଧ୍ୟରେ ହେବା କଥା । ସମସ୍ତ ନିୟମର ଉଲ୍ଲଂଘନ କରାଯାଇ ଏହି ରାସ୍ତା ନିର୍ମାଣ କରାଯାଇଥିବାର ଅଭିଯୋଗରେ ଉଲ୍ଲେଖ କରାଯାଇଥିଲା । ହେଲେ ପ୍ରଶାସନ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହେଉଥିବା ଅଭିଯୋଗ ଆଣି ଏହି ବ୍ୟକ୍ତିମାନେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଉକ୍ତ ମାମଲା(ଡବ୍ଲୁ୍ୟପି(ସି)(ପିଆଇଏଲ)ନଂ ୧୧୯୦୯/୨୦୨୨ର ବିଚାରକରି ଅଗଷ୍ଟ ୧ତାରିଖ ପୂର୍ବରୁ ସମସ୍ତଙ୍କୁ ସୁହାଇବା ଭଳି ଆଦେଶ ପାରିତ କରିବାକୁ ମେ ୨୫ତାରିଖରେ ବାଲେଶ୍ୱର ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଏଥିରେ ଅଭିଯୋଗକାରିଙ୍କୁ ଯୋଗାଯୋଗ କରିବାକୁ ଉଲ୍ଲେଖ କରାଯାଇଥିଲା । ହେଲେ ଜିଲ୍ଲାପାଳଙ୍କ ଆଦେଶ ପୂର୍ବରୁ ଠିକାଦାର ମାନେ ଯନ୍ତ୍ରୀଙ୍କ ସହାୟତାରେ ଏବେ ରାସ୍ତାକାମ ଶେଷ କରି ବିଲ ଉଠାଇବା ପାଇଁ ଉଦ୍ୟମ କରୁଥିବା ନେଇ ଅଭିଯୋଗ ହୋଇଛି । ରାସ୍ତା କାମ ଆରମ୍ଭରେ କୌଣସି ଫଳକ ଲଗାଯାଇ ନଥିବାରୁ ସର୍ବସାଧାରଣ ଆବଶ୍ୟକ ସୁଚନାରୁ ବଞ୍ଚିତ ହେଉଛନ୍ତି । ଏ ସମ୍ପର୍କରେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଯୋଗାଯୋଗ କରାଯିବାରେ ସେ ଖଇରା ବିଡିଓଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ।

Ad2
Leave A Reply