କେସିଙ୍ଗା : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରର 3 ନମ୍ବର ୱାର୍ଡର ବିବେକାନନ୍ଦ ସାହୁ ଙ୍କ ୧୦ ବର୍ଷର ବଡ଼ ପୁଅ ଗତକାଲି 4 ଘଣ୍ଟା ସମୟରେ ହଳିଆ ସହିତ ଫୋଖରୀକୁ ବୁଲି ଯାଇ ପାଣିରେ ବୁଡି ମୃତ୍ୟୁ ଘଟି ଥିବାରୁ କେସିଙ୍ଗା ପୋଲିସ ହଳିଆ ରୋହିତ କୁ ଅଟକ ରଖି ପଚରାଉଚରା କରୁ ଥିବାର ଜଣା ପଡ଼ିଛି।
କେସିଙ୍ଗା 3 ୱାର୍ଡ ର ବିବେକାନନ୍ଦ ସାହୁ ଙ୍କ ବଡ଼ ପୁଅ ରୋଷଣ ସାହୁ(୧୦) ହଳିଆ ରୋହିତ ମାଝୀ ୨୧ ସହିତ ସାଇକେଲ ଯୋଗେ ୨ ନମ୍ବର ୱାର୍ଡ ବଗାଡ଼ ନିକଟରେ ଥିବା ଏକ ପୋଖରୀକୁ ଦୁହେଁ ଯାଇ ଥିଲେ।ହଳିଆ ରୋହିତ ମାଝି ପୋଖରୀର ଏକ ହିଡ ଅପର ପାର୍ଶ୍ୱରେ ବସି ନିଜ ମୋବାଇଲ ଦେଖି ଦାଢ଼ି କାଟି ହେଉ ଥିଲା।ଏହି ସମୟରେ ରସନ ସାହୁ ଶୌଚ ହେବାକୁ ଯାଇ ପୋଖରୀ ର ସିମେଣ୍ଟ ପାହାଚରେ ଖସି ଯାଇ ପାଣିରେ ବୁଡି ମୃତ୍ୟୁ ଘଟିଥିଲା। ରୋଷଣ କୁଆଡ଼େ ଗଲା ବୋଲି ମାଲିକ କୁ ଫୋନ କରିଥିଲେ। ହଳିଆ ଜଣକ ହୋହାଲ୍ଲା କରିବାରୁ ଲୋକମାନେ ରୁଣ୍ଡ ହୋଇଥିଲେ।
ହଳିଆ ନିଜ ମାଲିକ ବିବେକାନନ୍ଦ ସାହୁ ଙ୍କୁ ଫୋନ କରିବାରୁ ଘଟଣା ସ୍ଥ ଲରେ ପହଞ୍ଚି ଖୋଜା ଖୋଜି କରିବାରୁ ସନ୍ଧ୍ୟା 7 ଟା ସମୟରେ ପୋଖରୀକୁ ଶବ କୁ ଉଦ୍ଧାର କରିଥିଲେ। ଏହି ସମୟରେ ପୋଲିସ ଓ ଦମକଳ ବାହୀନ କୁ ଫୋନ କରିଥିଲେ ସୁଦ୍ଧା କେହିବି ଘଟଣା ସ୍ଥ ଲ ରେ କେହି ଆସି ନ ଥିଲେ।ଶବ ଉଦ୍ଧାର ପରେ କେସିଙ୍ଗା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ।ମୃତକ ନାବାଳକ ବାପା ବିବେକାନନ୍ଦ ସାହୁ ଓ ପରିବାର ଲୋକେ ହତ୍ୟା କରି ଥିବା ସନ୍ଦେହରେ ଏନେଇ କେସିଙ୍ଗା ଥାନା ରେ ଲିଖିତ ଆକାରେ ଦେବାରୁ ପୋଲିସ କେସିଙ୍ଗା ହସ୍ପିଟାଲ କୁ ପହଁଚି ତଦନ୍ତ ଆରମ୍ଭ କରିବା ସହିତ ହଳିଆ ରୋହିତ ମାଝୀ କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।ଏନେଇ କେସିଙ୍ଗା ଥାନା କେସ ନ 26/ 20 ପ୍ରକାର ରେ କେସ ରୁଜୁ ହୋଇଛି। ଗୁରୁବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରା ଯାଇଛି। ଏ ସଂକ୍ରାନ୍ତରେ କେସିଙ୍ଗା ଆଇ.ଆଇ.ସି ଅଶୋକ କୁମାର ମହାପାତ୍ର ଙ୍କୁ ପଚାରିବରୁ ତଦନ୍ତ ଜାରି ରହିଛି ବୋଲି ପ୍ରକାଶ କରିଥିଲେl କେସିଙ୍ଗା ରୁ ମଧୁ ସିନ୍ଦୁର ଙ୍କ ରିପୋର୍ଟ