Odisha news

ବିନା କାର୍ଡ ଧାରୀ ପାଇବେ ୨ ଲିଟର କିରାସିନ , ଉପକୃତ ହେବେ ମାତ୍ର ଏକ ହଜାର ପରିବାର

0

ବିରିଡି, ୧୭ା୦୫ ; ବିରିଡି ବ୍ଲକର ୨୧ ଟି ପଂଚାୟତରେ ମାତ୍ର ଏକ ହଜାର ବିନା ରାସନ କାର୍ଡଧାରୀ ପରିବାର ପାଇବେ ୨ ଲିଟର ଲେଖାଁ କିରାସିନ ୨୧ ଟି ପଂଚାୟତରେ ଥିବା ୬୦ ଜଣ ଡିଲର ଏହି କିରାସିନ ବାଂଟିବେ ଏବଂ ଲିଟର ପିଛା ୩୮ ଟଙ୍କାରେ ବିକ୍ରି କରାଯିବ ବୋଲି ବ୍ଲକ ଯୋଗାଣ ନିରିକ୍ଷକ ମୋଚିରାମ ଦାସ ସୂଚନା ଦେଇଛନ୍ତି ।

ତେବେ ଜଗତସିଂହପୁର ଜିଲ୍ଲା ପାଇଁ ୩୪ ହଜାର ଲିଟର କିରାସିନ ନନ କାର୍ଡଧାରୀମାନଙ୍କୁ ଦିଆଯିବା ପାଇଁ ଆସିଥିବା ବେଳେ ସେଥିରୁ ବିରିଡି ବ୍ଲକ ପାଇଁ ୨୦୦୦ ଲିଟର କିରାସିନ ମିଳିଛି । ଏହି କିରାସିନ ପିଛିଲା ମାସ ବିକ୍ରି ରେଟରେ ଅର୍ଥାତ ୩୮ ଟଙ୍କା ଲିଟରରେ ବିକ୍ରି କରାଯିବ ବୋଲି ଶ୍ରୀ ଦାସ ସ୍ପଷ୍ଠ କରିଛନ୍ତି ।

ଅନ୍ୟ ପଟେ ବିରିଡି ବ୍ଲକ କୁ ଆସିଥିବା ୨୦୦୦ ଲିଟର କିରାସିନ ବଂଟାଗଲେ ଏଥିରେ ଏକ ହଜାର ପରିବାର ଉପକୃତ ହେବେ । ତେବେ କେଉଁ କେଉଁ ପରିବାର ଏଥିରେ ସାମିଲ ହେବେ ତାର କୌଣସି ସୂଚନା ଯୋଗାଣ ବିଭାଗ ପାଖରେ ନଥିବା ବେଳେ ଏବଂ କାହିଁକି ଏହି କିରାସିନ ମାତ୍ର ଥରେ ମିଳିବାକୁ ଥିବା ବିରିଡି ବ୍ଲକରେ ନନକାର୍ଡ ଧାରୀଙ୍କୁ କିରାସିନ ବଂଟନ କରିବାକୁ ନେଇ ଏକ ପ୍ରକାର ବିବାଦ ଦେଖାଦେବାର ଆଶଙ୍କା ଉପୁଜିଛି । କାରଣ ଏହି ବ୍ଲକରେ ଆହୁରୀ ୩୦୦୦ ରୁ ଉଦ୍ଧ ପରିବାର ବଂଚିତ ହେବେ ।

Leave A Reply