ବିରିଡି, ୧୭ା୦୫ ; କରୋନା ଲକଡାଉନ ଯୋଗୁଁ ବାହାର ରାଜ୍ୟରେ କାମ ଅନ୍ୱେଶଣରେ ଯାଇତôବା ଓଡିଆ ଶ୍ରମିକମାନେ ଫସିରହିଥିବା ସହ ନାହିଁ ନଥିବା ହଇରାଣ ହେଉଥିବା ଖବର ପ୍ରତିଦିନ ପହଂଚୁଛି । ଏମିତିକି ସେମାନେ ଖାଇବା ପିଇବାକୁ ନପାଇ ନିଜ ଭିଟା ମାଟିକୁ ଫେରିବା ପାଇଁ କେହି ଚାଲି ଚାଲି ଆସିବାକୁ ପ୍ରୟାସ କରୁଥିବା ବେଳେ ଗତ ୧୦/୦୫/୨୦ ରିଖ ଠାରୁ ସୁଦୁର ଚେନ୍ନାଇରୁ ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଅଂଚଳର ୩ ଜଣ ଓ ନାଉ ଗାଁ ଅଂଚଳଜନେ ଯୁବକ ଭୋକ ଉପାସରେ ସାଇକେଲ ଯୋଗେ ବାହାରିଥିଲେ ଏବଂ ଆଜି ସେମାନେ ବିରିଡି ବ୍ଲକ ହାଜିପୁର ଠାରେ ପହଂଚିଥିଲେ ।
ସେଠାରେ ତାଙ୍କୁ ଅତି ଥକା ପଡିଲା ଭଳି ମନେ ହେଉଥିବା ଦେଖି ସମାଜସେବୀ ପବିତ୍ର ମୋହନ ପ୍ରଧାନ, ରାଜ କିଶୋର ବିରା ଓ ହାଜିପୁର ଧ୍ୟାନ ଚନ୍ଦ୍ର କଲେଜ ଟିଏମସି ନୋଡାଲ ଅଫିସର ଶୀକ୍ଷକ କେଦାରେଶ୍ୱର ରାଉତ ଟିଏମସି କେନ୍ଦ୍ରକୁ ଆଣି ତାଙ୍କୁ ଖାଦ୍ୟ ପେୟ ଦେବା ସହ ଆବଶ୍ୟକିୟ ସେବା ଯୋଗାଇ ବର୍ତମାନ ପରିସ୍ଥିତିରେ କରୋନା ଯୋଦ୍ଧାର କାର୍ଯ୍ୟର୍ ଥୂଳଅଈଥିଲେ । ପରେ ସେମାନେ ଜଗତସିଂହପୁର ଅଭିମୂଖେ ଯାତ୍ରା କରିଛନ୍ତି ।